ETV Bharat / bharat

୭ ରାଜ୍ୟର ଉପନିର୍ବାଚନ ଫଳାଫଳ; ହିମାଚଳରେ ଜିତିଲା କଂଗ୍ରେସ, ଜଳନ୍ଧରରେ ଆପ୍ ବିଜୟୀ - Assembly By Election Results 2024

author img

By ETV Bharat Odisha Team

Published : Jul 13, 2024, 10:44 AM IST

Updated : Jul 13, 2024, 2:12 PM IST

Assembly By-Election Results 2024: ଆଜି ୭ ରାଜ୍ୟର ୧୩ ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି । ପ୍ରତି ଆସନରେ ବିଜେପିକୁ କଡା ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ । ପଶ୍ଚିମବଙ୍ଗର ୪ଟି ଯାକ ଆସନରେ ଆଗୁଆ ରହିଛନ୍ତି ଟିଏମସି ପ୍ରାର୍ଥୀ । ହିମାଚଳରେ ଜିତିଲା କଂଗ୍ରେସ । ପଢନ୍ତୁ ପୁରା ଖବର

ଆଜି ଆସିବ ୭ ରାଜ୍ୟର ଉପନିର୍ବାଚନ ଫଳାଫଳ
ଆଜି ଆସିବ ୭ ରାଜ୍ୟର ଉପନିର୍ବାଚନ ଫଳାଫଳ (ETV Bharat Odisha)

ହାଇଦ୍ରାବାଦ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳ ଆଜି (ସକାଳ) ପ୍ରକାଶ ପାଇବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣନା ଜାରି ରହିଛି । ଅପରାହ୍ନ ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ଆଶା କରାଯାଉଛି । ଗତ ୧୦ ତାରିଖରେ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ଆଦି ୭ ରାଜ୍ୟର ୧୩ ବିଧାନସଭା ଆସନରେ ଏହି ଉପନିର୍ବାଚନ ହୋଇଥିଲା । ଲୋକସଭା ନିର୍ବାଚନ ପରେ ଏହା ହେଲା ପ୍ରଥମ ବିଧାନସଭା ଉପନିର୍ବାଚନ, ଯେଉଁଥିରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡା ଟକ୍କର ହେଉଛି । ଏହି ଦୃଷ୍ଟିରୁ ୭ ରାଜ୍ୟର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

୨୦୨୪ ଲୋକସଭା ନିର୍ବାଚନ ପରେ ଏହି ୧୩ ଆସନରୁ କିଛି ଆସନ ଖାଲି ହୋଇଯାଇଥିଲା । ଅନେକ ବିଧାୟକ ଲୋକସଭା ନିର୍ବାଚନ ଲଢିବାକୁ ଇସ୍ତଫା ଦେଇଥିଲେ । ଆଉ କିଛି ଆସନରେ ବିଧାୟକଙ୍କ ଦେହାନ୍ତ କାରଣରୁ ଆସନ ଖାଲି ପଡିଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୪ଟି ଆସନ, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଛି । ଏହି ୧୩ ଆସନରୁ ବିଜେପି ପାଖରେ ୩ଟି, କଂଗ୍ରେସ ୨ଟି, ଆପ୍, ଡିଏମକେ, ଟିଏମସି, ବିଏସପିର ଗୋଟିଏ ଲେଖାଏଁ ଆସନ ରହିଥିବା ବେଳେ ୩ ଜଣ ନିର୍ଦ୍ଦଳୀୟ ବିଧାୟକ ରହିଥିଲେ ।

ପଶ୍ଚିମବଙ୍ଗ: ବେଙ୍ଗଲର ରାଇଗଞ୍ଜ, ରାଣାଘାଟ, ବାଗଦା ଓ ମାଣିକତାଲା ଆସନରେ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ସମସ୍ତ ୪ଟି ଯାକ ଆସନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଲିଡ୍ କରୁଛି ।

ହିମାଚଳ ପ୍ରଦେଶ: ହିମାଚଳର ଦେହରା ଆସନରେ କଂଗ୍ରେସ ବିଜୟୀ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ ତଥା କଂଗ୍ରେସ ନେତ୍ରୀ କମଲେଶ ଠାକୁର ୩୭, ୭୩୭ ଖଣ୍ଡ ଭୋଟ ସହ ବିଜେପି ପ୍ରାର୍ଥୀ ହୋଶିୟାର ସିଂଙ୍କୁ ଠାରୁ ବିଜୟୀ ହୋଇଛନ୍ତି । ହାମିରପୁର ଆସନରେ ଭୋଟ ଗଣତି ଜାରି ରହିଛି ।

ଉତ୍ତରାଖଣ୍ଡ: ରାଜ୍ୟର ଦୁଇଟି ଯାକ ବଦ୍ରିନାଥ ଏବଂ ମାଙ୍ଗାଲାଉର ବିଧାନସଭା ଆସନରେ କଂଗ୍ରେସ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ପଛରେ ପଡିଛନ୍ତି ।

ପଞ୍ଜାବ: ଜଳନ୍ଧର ପଶ୍ଚିମ ଆସନରେ ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଆପ୍‌ରୁ ମୋହିନ୍ଦର ଭଗତ ପ୍ରାର୍ଥୀ ଥିବାବେଳେ କଂଗ୍ରେସରୁ ସୁରିନ୍ଦର କୌର ନିର୍ବାଚନ ଲଢିଥିଲେ । ତେବେ ମୋହିନ୍ଦର ଭାଗତ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଶୀତଲ ଅଙ୍ଗୁରାଲ ସର୍ବନିମ୍ନ ଭୋଟ ସହ ତୃତୀୟରେ ଅଛନ୍ତି ।

ବିହାର: ରୁପାଲି ବିଧାନସଭା ଆସନରେ ଜେଡିୟୁ ପ୍ରାର୍ଥୀ କଳାଧର ମଣ୍ଡଳ ୫ ହଜାର ୫୫୯ ଖଣ୍ଡ ଭୋଟରେ ଆଗୁଆ ଚାଲିଛନ୍ତି । ଦ୍ବିତୀୟ ରାଉଣ୍ଡ ଗଣତିରେ ଜେଡିୟୁ ପ୍ରାର୍ଥୀଙ୍କୁ ୧୨, ୧୩୨ ଭୋଟ ମିଳିଥିବା ବେଳେ ତାଙ୍କ ପଛକୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଶଙ୍କର ସିଂହ ୬,୫୭୩ ଭୋଟ ସହ ଦ୍ବିତୀୟ ଏବଂ ଆରଜେଡି ପ୍ରାର୍ଥୀ ବୀମା ଭାରତୀ ୬,୩୬୫ ଖଣ୍ଡ ଭୋଟରେ ସବା ପଛରେ ପଡିଛନ୍ତି ।

ସେହିପରି ମଧ୍ୟପ୍ରଦେଶର ଅମରୱାର ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ କମଲେଶ ପ୍ରତାପ ସିଂ ୪,୧୬୦ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ଧୀରେନ ଶାହଙ୍କ ଠାରୁ ଆଗୁଆ ରହିଛନ୍ତି । ତାମିଲନାଡୁର ବିକ୍ରାବଣ୍ଡି ବିଧାନସଭା ଆସନରେ ଡିଏମକେ ପ୍ରାର୍ଥୀ ଅନ୍ନିୟୁର ଶିବା ଲିଡ୍ କରୁଛନ୍ତି ।

Last Updated : Jul 13, 2024, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.