ETV Bharat / bharat

ସାଧାରଣ ନିର୍ବାଚନ ପରେ ପୁଣି BJPକୁ ଶକ୍ତ ଝଟ୍‌କା: ମଉଳିଲା ପଦ୍ମ, ପୋଛି ନେଲା ଇଣ୍ଡିଆ ମେଣ୍ଟ - Byelection Results 2024

author img

By ETV Bharat Odisha Team

Published : Jul 13, 2024, 6:47 PM IST

Byelection Results 2024: 13ରୁ 10 ଆସନ ପୋଛିନେଲା ‘ଇଣ୍ଡିଆ’ ମେଣ୍ଟ । ଆଗରେ କଂଗ୍ରେସ ଓ ଟିଏମସି । ମାତ୍ର 2 ଆସନରେ ସୀମିତ ରହିଲା ବିଜେପି । ବିହାରର ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ । ଅଧିକ ପଢନ୍ତୁ

Bypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆ’ ମେଣ୍ଟ
Bypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆBypoll results: ସଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ବିଜେପି ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ’ଇଣ୍ଡିଆ’ ମେଣ୍ଟ’ ମେଣ୍ଟ (ETV Bharat Odisha)

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ପରେ ଦେଶରେ ଅନୁଷ୍ଠିତ ପ୍ରଥମ ବିଧାନସଭା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଦେଲା ବିରୋଧୀ ‘ଇଣ୍ଡିଆ ମେଣ୍ଟ’ । 7 ରାଜ୍ୟର 13 ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟର ବିଭିନ୍ନ ଦଳର ପ୍ରାର୍ଥୀ 10 ଆସନରେ ବାଜିମାତ କରିଛନ୍ତି । ଅବଶିଷ୍ଟ ଆସନରୁ ମାତ୍ର 2ଟିରେ ବିଜେପି ପ୍ରାର୍ଥୀ ଜିତିଥିବା ବେଳେ ଓ ବିହାରର ଗୋଟିଏ ଆସନ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।

TMCର କ୍ଲିନସ୍ବିପ: 13 ଆସନରୁ ମଧ୍ୟରୁ ସର୍ବାଧିକ ପଶ୍ଚିମବଙ୍ଗର 4 ଆସନରେ ଶାସନରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ ସମସ୍ତ ଆସନରେ କ୍ଲିନସ୍ବିପ କରିଛି । କଂଗ୍ରେସ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇଟି ଲେଖାଏଁ 4 ଆସନରେ ବିଜୟୀ ହୋଇଛି । ଇଣ୍ଡିଆ ମେଣ୍ଟର ଅନ୍ୟ ଦୁଇ ସହଯୋଗୀ ‘ଡିଏମକେ’ ଓ ‘ଆମ ଆଦମୀ ପାର୍ଟି’ ଯଥାକ୍ରମେ ତାମିଲନାଡୁ ଓ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନରେ ବାଜିମାତ କରିଛନ୍ତି ।

ବାଜି ମାରିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ହିମାଚଳ ପ୍ରଦେଶରେ 3ଟି ଆସନରୁ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଡେହେରାରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । ନାଲାଗଡରୁ କଂଗ୍ରେସ ପ୍ରାର୍ଥୀ ହରିଦ୍ବୀପ ସିଂ ବାଓ୍ବା ଓ ହମିରପୁର ଭାରତୀୟ ଜନତା ପାର୍ଟି ଆଶିଷ ଶର୍ମା ବିଜୟୀ ହୋଇଛନ୍ତି । ବିଜେପି ଖାତାକୁ ଯାଇଥିବା ଅନ୍ୟ ଗୋଟିଏ ଆସନ ହେଉଛି, ମଧ୍ୟ ପ୍ରଦେଶର ଅମରଓ୍ବାରା । ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ଏଠାରେ ବିଜୟ ଲାଭ କରିଛନ୍ତି ।

ସଧାରଣ ନିର୍ବାଚନ ପରେ ପୁଣି ବିଜେପିକୁ ଶକ୍ତ ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ‘ଇଣ୍ଡିଆ’ ମେଣ୍ଟ
ସଧାରଣ ନିର୍ବାଚନ ପରେ ପୁଣି ବିଜେପିକୁ ଶକ୍ତ ଝଟକା ଦେଲେ ବିରୋଧୀ, 13ରୁ 10 ପୋଛିନେଲା ‘ଇଣ୍ଡିଆ’ ମେଣ୍ଟ (ETV Bharat Odisha)

ବିହାରରେ ଜିତିଲେ ସ୍ବାଧୀନ ପ୍ରାର୍ଥୀ: ବିହାର ରୁପୌଲୀ ଆସନରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂ ବିଜୟୀ ହୋଇଛନ୍ତି । ହିମାଚଳ ପ୍ରଦେଶର 3 ଆସନରେ ବିଜେପି ଗୋଟିଏ ଓ ଅନ୍ୟ ଦୁଇଟି ଆସନ କଂଗ୍ରେସ ଖାତାକୁ ଯାଇଛି । ମଧ୍ୟ ପ୍ରଦେଶର ଗୋଟିଏ ଆସନ ଅମରଓ୍ବାରାରୁ ବିଜେପିର କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି ।

ବଦ୍ରୀନାଥରେ ଉଠିଲା ହାତ: ସେହିପରି ପଞ୍ଜାବ ଜଳନ୍ଧର ପଶ୍ଚିମ ଆସନରୁ ଆମ ଆଦମୀ ପାର୍ଟି ମହେନ୍ଦର ଭାଗବତ, ତାମିଲନାଡୁର ବିକ୍ରାବନ୍ଦୀ ଆସନରୁ ‘ଡିଏମକେ’ ପ୍ରାର୍ଥୀ ଅନ୍ନିୟୁର ସିବା, ଉତ୍ତରାଖଣ୍ଡର ବଦ୍ରୀନାଥରୁ କଂଗ୍ରେସର ଲକ୍ଷପତ ସିଂ ବୌଟୁଲା ଓ ମଙ୍ଗଲୌର ଆସନରୁ କାଜି ମହମ୍ମଦ ନିଜ୍ଜାମୁଦ୍ଦିନ ବିଜୟୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ୭ ରାଜ୍ୟର ଉପନିର୍ବାଚନ ଫଳାଫଳ; ହିମାଚଳରେ ଜିତିଲା କଂଗ୍ରେସ, ଜଳନ୍ଧରରେ ଆପ୍ ବିଜୟୀ - Assembly By Election Results 2024

ବିହାର 1

  1. ରୁପୌଲୀ ଶଙ୍କର ସିଂ (ସ୍ବାଧୀନ)

ହିମାଚଳ ପ୍ରଦେଶ-3

  1. ଡେହେରାରୁ କମଲେଶ ଠାକୁର (କଂଗ୍ରେସ)
  2. ନାଲାଗଡ- ହରିଦ୍ବୀପ ସିଂ ବାଓ୍ବା (କଂଗ୍ରେସ)
  3. ହମିରପୁର- ଆଶିଷ ଶର୍ମା (ବିଜେପି)

ମଧ୍ୟ ପ୍ରଦେଶ- 1

  1. ଅମରଓ୍ବାରା- କମଳେଶ ପ୍ରତାପ ଶାହ (ବିଜେପି)

ପଞ୍ଜାବ- 1

  1. ଜଳନ୍ଧର ପଶ୍ଚିମ-ମହେନ୍ଦର ଭାଗବତ (ଆମ ଆଦମୀ ପାର୍ଟି)

ତାମିଲନାଡୁ 1

  1. ବିକ୍ରାବନ୍ଦୀ- ଅନ୍ନିୟୁର ସିବା (ଡିଏମକେ)

ଉତ୍ତରାଖଣ୍ଡ- 2

ବଦ୍ରୀନାଥ -ଲକ୍ଷପତ ସିଂ ବୌଟୁଲା (କଂଗ୍ରେସ)

ମଙ୍ଗଲୌର- କାଜି ମହମ୍ମଦ ନିଜ୍ଜାମୁଦ୍ଦିନ (କଂଗ୍ରେସ)

ପଶ୍ଚିମବଙ୍ଗ - 4

  1. ରାଣୀଗଞ୍ଜ- କ୍ରୀଷ୍ଣା କଲ୍ୟାଣୀ (ଟିଏମସି)
  2. ରାଣାଘାଟ-ଦକ୍ଷିଣ ମୁକୁଟମଣି ଅଧିକାରୀ, (ଟିଏମସି)
  3. ବାଗଡା- ମଧୁପର୍ଣ୍ଣା ଠାକୁର (ଟିଏମସି)
  4. ମଣିକତାଲା -ସୁପ୍ତି ପାଣ୍ଡେ (ଟିଏମସି)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.