ETV Bharat / bharat

କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: ଇଡିକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ, 29ରେ ପରବର୍ତ୍ତୀ ଶୁଣାଣି - Arvind Kejriwal - ARVIND KEJRIWAL

Arvind Kejriwal To Stay In Jail: ଏବେ ଜେଲରେ ରହିବେ କେଜ୍ରିଓ୍ବାଲ । 29ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । 24 ସୁଦ୍ଧା ଉତ୍ତର ରଖିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ କରିଥିଲେ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: 24 ସୁଦ୍ଧା ଉତ୍ତର ରଖିବ ED, 29 ରେ ପରବର୍ତ୍ତୀ ଶୁଣାଣି
Etv Bharatକେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: 24 ସୁଦ୍ଧା ଉତ୍ତର ରଖିବ ED, 29 ରେ ପରବର୍ତ୍ତୀ ଶୁଣାଣି
author img

By ETV Bharat Odisha Team

Published : Apr 15, 2024, 2:24 PM IST

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ମିଳିଲା ନାହିଁ ଆଶ୍ବସ୍ତି । ଆଜି ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରି କୌଣସି ତୁରନ୍ତ ଆଶ୍ବସ୍ତି ପ୍ରଦାନ କରିନାହାନ୍ତି । 24 ତାରିଖ ସୁଦ୍ଧା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇଡି ରିପୋର୍ଟ ଦାଖଲ କରିବା ପରେ 29 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ସେ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଜେଲରେ ରହିବାକୁ ପଡିବ ।

ପୂର୍ବରୁ କେଜ୍ରିଓ୍ବାଲ କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ରାଉଜ ଆଭେନ୍ୟୁ କୋର୍ଟର ରିମାଣ୍ଡ ନିର୍ଦ୍ଦେଶକୁ ଦିଲ୍ଲୀ ହଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ଗିରଫଦାରୀକୁ ବୈଧ ଦର୍ଶାଇ ଆବେଦନ ଖାରଜ କରିଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ କେଜ୍ରିଓ୍ବାଲ । ଆଜି ତାଙ୍କୁ ସେଠାରୁ ତୁରନ୍ତ ମଧ୍ୟ ଆଶ୍ବସ୍ତି ମିଳିନାହିଁ ବରଂ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିବ । ଦୁଇଥର ରିମାଣ୍ଡରେ ଯାଇ ଜେରା ହେବା ପରେ ସେ ଏବେ ତିହାର ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବେ ରହିଛନ୍ତି ।

ଗତମାସ (ମାର୍ଚ୍ଚ) 21 ତାରିଖରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ । ଏହାର ମାତ୍ର କିଛି ଘଣ୍ଟା ପରେ ସେହିଦିନ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଟିମ୍‌ କେଜ୍ରିଓ୍ବାଲଙ୍କ ବାସଭବନରେ ଚଢାଉ କରିବା ସହ କିଛି ଘଣ୍ଟାର ଜେରା ପରେ ଗିରଫ କରିଥିଲା । ପରଦିନ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ଏବେ ସେ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଜେରା ହେବା ପରେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Delhi HC dismisses CM Kejriwal plea

ସେ ଜେଲରେ ଥାଇ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରାଯାଇ ଏକାଧିକ ମାମଲା କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ସମସ୍ତ ମାମଲାକୁ କୋର୍ଟ ଖାରଜ କରିସାରିଛନ୍ତି । ଗିରଫଦାରୀ କାରଣରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିସାରିଛନ୍ତି । କେଜ୍ରିଓ୍ବାଲ ମଧ୍ୟ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଦଳ ଆମ ଆଦମୀ ପାର୍ଟି ମଧ୍ୟ ସ୍ପଷ୍ଟ କରିସାରିଛି । ତେବେ ସେ ନିର୍ବାଚନ ପୂର୍ବରୁ ବେଲ ପାଇବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.