ETV Bharat / bharat

‘2 ବର୍ଷରୁ ଅଧିକ ସଜ୍ଜା ନହେଲେ ଇସ୍ତଫା ନାହିଁ, ମୁଖ୍ୟମନ୍ତ୍ରୀ ରହିବେ ଅରବିନ୍ଦ କେଜ୍ରିଓ୍ବାଲ’ - ATISHI ON KEJRIWAL

author img

By ETV Bharat Odisha Team

Published : Mar 25, 2024, 5:24 PM IST

Arvind Kejriwal: ଦୋଷୀ ସାବ୍ୟସ୍ତ ହୋଇ 2ବର୍ଷରୁ ଅଧିକ ସଜ୍ଜା ନମିଳିଲେ ଇସ୍ତଫା ଦେବାର ଆବଶ୍ୟକତା ନାହିଁ । ମନ୍ତ୍ରୀ ଅତିଶୀ କହିଲେ, କେଜ୍ରିଓ୍ବାଲ ଜାରି ରଖିବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ବ । ଅଧିକ ପଢ଼ନ୍ତୁ,

ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଥିଲେ, ଆଗକୁ ମଧ୍ୟ ରହିବ

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି କେଜ୍ରିଓ୍ବାଲ । ଜେଲ ଭିତରୁ ସେ ସରକାରୀ କାମ ମଧ୍ୟ ଜାରି ରଖିଛନ୍ତି । ତେବେ ସେ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ । ସେହିିପରି ଏହି ସଂକ୍ରାନ୍ତରେ କୌଣସି ସାମ୍ବିଧାନିକ ନିୟମ ମଧ୍ୟ ନାହିଁ । ତେଣୁ ସେ ମୁଖ୍ୟମନ୍ତ୍ରୀ ଥିଲେ, ଆଗକୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଅତିଶୀ କହିଛନ୍ତି ।

କେଜ୍ରିଓ୍ବାଲ ଏବେ 6 ଦିନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ରହିଛନ୍ତି । 28 ତାରିଖରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ତେବେ ସେ କେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବେ,ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆସନ୍ତା ଶୁଣାଣିରେ ଯଦି ତାଙ୍କ ବେଲ ଆବେଦନ ଖାରଜ ହୁଏ, ତେବେ ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ ଇଡି ରିମାଣ୍ଡରେ ଯାଇପାରନ୍ତି । ସେତେବେଳେ କେଜ୍ରିଓ୍ବାଲ ଇସ୍ତଫା ଦେଇପାରନ୍ତି । ଦଳ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଆଜି ଏହି ସମ୍ପର୍କିତ ପ୍ରଶ୍ନରେ ଅତିଶୀ କହିଛନ୍ତି, ‘‘କେଜ୍ରିଓ୍ବାଲଙ୍କ ଇସ୍ତଫାର ପ୍ରଶ୍ନ ଉଠୁନି । ଏହା ସମ୍ବିଧାନରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି । କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ନହେବା ପର୍ଯ୍ୟନ୍ତ ଇସ୍ତଫାର କୌଣସି ସାମ୍ବିଧାନିକ ନିୟମ ମଧ୍ୟ ନାହିଁ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଥିଲେ, ଏବେ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ।’’

ଏହା ମଧ୍ୟ ପଢନ୍ତୁ :- ମହଙ୍ଗା ପଡ଼ିଲା ସମ୍ବିଧାନ ପରିବର୍ତ୍ତନ ମନ୍ତବ୍ୟ, 6 ଥରର ସାଂସଦଙ୍କୁ ଟିକେଟ ଦେଲାନି BJP - Anant kumar Hegde

ସମାନ ଧାରାରେ ପୂର୍ବରୁ ଗିରଫ ହୋଇଥିବା ସମସ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଗିରଫ ହେବା ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଲାଲୁ ଯାଦବ, ଜୟଲଳିତା, ଶିବୁ ସୋରେନଙ୍କ କ୍ଷେତ୍ରରେ ମଧ୍ୟ ଗିରଫଦାରୀ ପୂର୍ବରୁ ଇସ୍ତଫା ଦେଖିବାକୁ ମିଳିଥିଲା । ମାତ୍ର କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ପ୍ରଥମ ଥର ଏହାର ସମ୍ପୂର୍ଣ୍ଣ ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥାଇ ଗିରଫ ହେବା ଓ ପରେ ଇସ୍ତଫା ନଦେଇ ଜେଲ ଭିତରୁ ସରକାରୀ ନିର୍ଦ୍ଦେଶ ଜାରି କରିବାରେ କେଜ୍ରିଓ୍ବାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.