ETV Bharat / bharat

ଆଜି ତିହାର୍ ଜେଲ ଫେରିବେ କେଜ୍ରିୱାଲ - Arvind kejriwal

Arvind Kejriwal to be back in Tihar Jail: ଆଜି ଶେଷ ହେବ କେଜ୍ରିଓ୍ବାଲଙ୍କ ଜାମିନ ଅବଧି । ତିହାର ଜେଲରେ କରିବେ ଆତ୍ମସମର୍ପଣ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 2, 2024, 12:12 PM IST

Arvind kejriwal
Arvind kejriwal (ETV BHARAT ODISHA)

ନୂଆଦିଲ୍ଲୀ: ସରିଗଲା ଜାମିନ ଅବଧି । 23 ଦିନର ଅନ୍ତରୀଣ ଜାମିନ ଶେଷ କରି ଆଜି ତିହାର ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ 3ଟାରେ ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିଓ୍ବାଲ । ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ । ଜାମିନ ଅବଧିକୁ 7ଦିନ ବୃଦ୍ଧି କରିବାକୁ ପୂର୍ବରୁ ସେ କୋର୍ଟରେ ଆବେଦନ କରିଥିଲେ । ଶନିବାର ଦିଲ୍ଲା ରାଉଜ ଆଭେନ୍ୟୁ କୋର୍ଟରେ ଏହାର ଶୁଣାଣି ହୋଇଥିଲା । ଜୁନ 5 ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା । ପ୍ରଥମେ ଜାମିନ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତୁରନ୍ତ ଶୁଣାଣି କରିବାକୁ ଆବେଦନରେ ଦର୍ଶାଇ ଥିବାବେଳେ କୋର୍ଟ ମନା କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବେଲ ଅବଧି ବୃଦ୍ଧି ଆବେଦନର ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ, ବୃହତ୍ତର ଖଣ୍ଡପୀଠକୁ ଗଲା ମାମଲା - Arvind Kejriwal Plea

ଜେଲରୁ ବାହାରିବା ପରେ ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ପ୍ରଚାର କରିଥିଲେ କେଜ୍ରିଓ୍ବାଲ । ଅନ୍ତରୀଣ ଜାମିନ ସମୟରେ ମେ' 11ରୁ 30 ପର୍ଯ୍ୟନ୍ତ ସେ 67 ରୋଡ ସୋ', ସମାବେଶ, ଜନସମାବେଶରେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଗଣମାଧ୍ୟମକୁ 30ଟି ସାକ୍ଷାତକାର ଦେଇଥିଲେ । ସେ ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ପ୍ରଚାର କରିଥିଲେ । ଶନିବାର ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ଆତିଶୀ, ରାଘବ ଚଢା, ଦୁର୍ଗେଶ ପଠକ ଏବଂ ସଞ୍ଜୟ ସିଂଙ୍କ ଏକ ବୈଠକ କରିଥିଲେ । ଏଥିରେ କେଜ୍ରିଓ୍ବାଲ ସାମିଲ ହୋଇ ବିଜେପି ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି, ଏହାକୁ ରୋକିବାକୁ ସମସ୍ତ ନେତାଙ୍କୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ରଚାର ଶେଷ ଦିନ ମୈଦାନରେ ନୁହେଁ, ପିତାମାତାଙ୍କ ସହ କାହିଁକି ରହିଲେ କେଜ୍ରିୱାଲ - Delhi Police Interrogatation

ପ୍ରକାଶଥାଉ କି, ମାର୍ଚ୍ଚ 21 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ବାରମ୍ବାର ଜାମିନ ଆବେଦନ କରୁଥିଲେ ହେଁ ସର୍ବଦା ଖାରଜ କରାଯାଉଥିଲା । ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ । ଗତ ମେ' 7 ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ମେ' 10ରେ ଶୁଣାଣି କରି କେଜ୍ରିଓ୍ବାଲଙ୍କୁ 23 ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.