ETV Bharat / bharat

ଇଡି ହେପାଜତରେ ଥାଇ ପ୍ରଥମ ଆଦେଶ ଜାରି କଲେ କେଜ୍ରିୱାଲ - Kejriwal Issues First Order

author img

By ETV Bharat Odisha Team

Published : Mar 24, 2024, 10:44 AM IST

Kejriwal Issues First Order: ଇଡି ହେପାଜତରେ ଥାଇ ପ୍ରଥମ ସରକାରୀ ଆଦେଶ ଜାରି କଲେ କେଜ୍ରିଓ୍ବାଲ । ଜଳ ମନ୍ତ୍ରୀ ଆତିଶୀଙ୍କୁ ସାମ୍ବାଦିକ ସମ୍ମିଳନୀ କରି ଆଦେଶ ବିଷୟରେ ଅବଗତ କରାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Kejriwal Issues First Order
Kejriwal Issues First Order

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ହେପାଜତରେ ଥିବା ସମୟରେ ଦିଲ୍ଲୀର ଜଳ ମନ୍ତ୍ରଣାଳୟକୁ ପ୍ରଥମ ଆଦେଶ ଜାରି କରିଛନ୍ତି । ଏକ ଲିଖିତ ନୋଟ ମାଧ୍ୟମରେ ସେ ମନ୍ତ୍ରୀ ଆତିଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରେ କୁହାଯାଉଛି ଯେ, ଆତିଶୀ ଆଜି (ରବିବାର) ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିବେ, ଯାହା ଦ୍ବାରା ଆଦେଶ ବିଷୟରେ ସୂଚନା ଦିଆଯାଇପାରିବ ।

ଏହା ମଧ୍ୟ ପଢନ୍ତୁ-ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ କେଜ୍ରିଓ୍ବାଲ - Arvind Kejriwal moves Delhi HC

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାରୁ ଦିଲ୍ଲୀରେ ଜଳ ଯୋଗାଣ ଏକ ବଡ ସମସ୍ୟା ହୋଇଯାଏ । ନିକଟରେ ଦିଲ୍ଲୀରେ ଜଳ ଓ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏହି ଅଧିବେଶନରେ ବିଧାୟକମାନେ ନିଜ ନିଜ ଅଞ୍ଚଳର ଜଳ ସମସ୍ୟା ଉପରେ ମତ ରଖି ଜଳ ମନ୍ତ୍ରୀଙ୍କୁ ଉତ୍ତର ମାଗିଥିଲେ । ଏହା ପରେ ମନ୍ତ୍ରୀ ଆତିଶୀ ବିଧାନସଭାରେ ଅଧିକାରୀଙ୍କ ଠାରୁ ମିଳିଥିବା ରିପୋର୍ଟ ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ 1000 MGD ଜଳ ଯୋଗାଇ ଦିଆଯାଉଛି । 1300 MGD ଜଳ ଯୋଗାଇ ଦେବା ବର୍ତ୍ତମାନ ଅବଶ୍ୟକତା ରହିଛି । ଏହାକୁ ସଫଳ କରିବା ପାଇଁ ଜଳ ବୋର୍ଡ ପ୍ରାୟ 600 ସ୍ଥାନରେ ନଳକୂପ ସ୍ଥାପନ କରିବାକୁ ଯୋଜନା କରିଥିଲା ।

ପ୍ରଥମ ପର୍ଯ୍ୟାୟରେ କେତେକ ସ୍ଥାନରେ ନଳକୂପ ମଧ୍ୟ ସ୍ଥାପନ କରାଯାଇଥିଲା, ଯେଉଁଥିପାଇଁ 19 MGD ଜଳ ଯୋଗାଇ ଦିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ 260ଟି ନଳକୂପ ସ୍ଥାପନ କରାଯାଇଥିଲା । ଏଥିପାଇଁ ଜଳ ବୋର୍ଡର ପ୍ରାୟ 1,800 କୋଟି ଟଙ୍କା ଖର୍ଚ୍ଚ ହେବ । ଜଳ ବୋର୍ଡର ଅଧିକାରୀମାନେ ମଧ୍ୟ ଏହି ଟଙ୍କା ପାଇଁ ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ । ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ନଳକୂପ ସ୍ଥାପନ କରିବାର କାର୍ଯ୍ୟ ଏବେ ସ୍ଥଗିତ ରହିଛି ।

ଏହା ମଧ୍ୟ ପଢନ୍ତୁ-ସୁପ୍ରିମକୋର୍ଟରୁ ଗିରଫଦାରୀ ପିଟିସନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ED ରିମାଣ୍ଡକୁ ବିରୋଧ - KEJRIWAL WITHDRAWS ARREST PLEA

ଗୁରୁବାର ଦିନ ଇଡି ଟିମ୍ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା । କେଜ୍ରିୱାଲ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ନିର୍ଦ୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ । କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.