ETV Bharat / bharat

ମାଟତଳୁ ମୃତଦେହ ଖୋଜି ଚର୍ଚ୍ଚାରେ ‘ସ୍ନାଇପର୍ ଡଗ୍’, କେରଳ ପୋଲିସର ବିପର୍ଯ୍ୟୟ ସାଥୀ ମାୟା-ମର୍ଫି; ଭୂସ୍ଖଳନ ହେଲେ... - Army dogs helping to find bodies

author img

By ETV Bharat Odisha Team

Published : Aug 2, 2024, 8:57 AM IST

Updated : Aug 2, 2024, 1:16 PM IST

Army dogs helping to find dead bodies and search and rescue operations in Kerala Landslide: ମାଟିତଳୁ ମିଳୁଛି ମୃତଦେହ, ଚର୍ଚ୍ଚାରେ ‘ସ୍ନାଇପର୍ ଡଗ୍’ ମାୟା-ମର୍ଫି । 16ଘଣ୍ଟା ରେକର୍ଡ ଟାଇମରେ ବ୍ରିଜ୍ ଠିଆକଲା ସେନା । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 300 ପାର । ଅଧିକ ପଢନ୍ତୁ

Army dogs helping to find dead bodies
Army dogs helping to find dead bodies (@IaSouthern)

ହାଇଦ୍ରାବାଦ: ପାହାଡ ପାଦଦେଶରେ ମୃତ୍ୟୁର ତାଣ୍ଡବ ପରେ ଜୀବନ ସତ୍ତା ନୁହେଁ ମାଟିତଳୁ ମିଳୁଛି କୁଢ କୁଢ ମୃତଦେହ । ସେନା ସହିତ ମିଶି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, କେରଳ ପୋଲିସ, ବିଭିନ୍ନ ସ୍ବଚ୍ଛାସେବୀ ସଂଗଠନ । ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା 300 ପାର ହୋଇଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଆଖରେ ଆଉ ଦେଖି ହଉନି । ଏହାରି ମଧ୍ୟରେ ଏକ ଏମିତି ଖବର ଆସିଛି କି ମାଟିତଳୁ ମୃତଦେହ ଖୋଜୁଛି କେରଳ ପୋଲିସ କୁକୁର । ସେନାର ଦୁଇ ପ୍ରଶିକ୍ଷିତ ସ୍ନାଇପର୍ କୁକୁର ଓ୍ବାୟନାଡ ମୁଣ୍ଡାକାକିରେ ଉଦ୍ଧାର ଏବଂ ସର୍ଚ୍ଚ ଅପରେସନରେ ସାମିଲ ହୋଇ ଚର୍ଚ୍ଚାରେ ।

ମୟା ଏବଂ ମର୍ଫି । ସେନାର ଦୁଇ ପ୍ରଶିକ୍ଷିତ ସ୍ନାଇପର କୁକୁର । ବେଲଜିଆନ୍ ମାଲାନିଓସ୍ ବ୍ରିଡ ପ୍ରଜାତିର ଏହି ଦୁଇ କୁକୁର କେରଳ ପୋଲିସ ରେସ୍କ୍ୟୁ ଟିମର ପ୍ରମୁଖ ସଦସ୍ୟ । ଭଗ୍ନାବଶେଷ ତଳୁ ମୃତଦେହ ଖୋଜିବାରେ ଦୁହେଁ ମାହିର । 5 ବର୍ଷ ଧରି ଦୁହେଁ କେରଳ ପୋଲିସ ପାଇଁ କାମ କରୁଛନ୍ତି ।

ଏହା ବି ପଢନ୍ତୁ- ଭୂସ୍ଖଳନ ପୀଡିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ସ୍ଥିତି ଦେଖି ଭାବବିହ୍ବଳ ହୋଇ କହିଲେ ଏମିତି - Rahul Gandhi visits Wayanad

କାରଣ ଦୁହିଁଙ୍କୁ ମାଟିତଳୁ ମଣିଷ ମୃତଦେହ ଖୋଜିବାର ସ୍ବତନ୍ତ୍ର ତାଲିମ ଦିଆଯାଇଛି । ତେବେ ନିକଟରେ ଘଟିଥିବା ଭୟାବହ ଭୂସ୍ଖଳନ ପରେ ସାଙ୍ଗେସାଙ୍ଗେ କେରଳ ପୋଲିସ ଦୁଇ ପ୍ରଶିକ୍ଷିତ କୁକୁରଙ୍କୁ ଆଣି ଅପରେସନ ଆରମ୍ଭ କରିଥିଲା । ଦୁହେଁ ପୂର୍ବରୁ ପଞ୍ଜବ ପୋଲିସରେ ଥିଲେ କିନ୍ତୁ 2020ରେ ଆଣିଥିଲା । ତେବେ ଦୁହିଁଙ୍କୁ ଡ୍ରଗ୍ସ କି ବସ୍ଫୋରକ ଧରିବାର ତାଲିମ ଦିଆଯାଇ ନାହିଁ ।

କେରଳ ପୋଲିସର ବିପର୍ଯ୍ୟୟ ସାଥୀ ମାୟା-ମର୍ଫି-

2020 ଅଗଷ୍ଟରେ କେରଳ ପେଟ୍ଟିମୁଡି ଅଞ୍ଚଳରେ ଭୂସ୍ଖଳଲ ବିପର୍ଯ୍ୟୟ ଆସିଥିଲା । ସେତେବେଳେ ଦୁହିଁଙ୍କ ଟ୍ରେନିଂ ଚାଲିଥିଲା କିନ୍ତୁ କୌଣସି ସମୟ ଡେରି ନକରି ଦୁହେଁ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲେ । 2021 କୋକାୟାର ଭୂସ୍ଖଳନରେ ମଧ୍ୟ ଦୁହେଁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ମୃତଦେହ ଖୋଜିବାରେ ।

ଦୁହିଁଙ୍କ ଟ୍ରେନିଂ-

ମଣିଷ ରକ୍ତ, ଦାନ୍ତ ଏବଂ ଲ୍ୟାବରେ ନିର୍ମିତ ବିଶେଷ ପଦାର୍ଥ ସାହାଯ୍ୟରେ ଦୁହିଁଙ୍କ ପ୍ରଶିକ୍ଷଣ ହୋଇଛି ।

ସାରା ଦେଶକୁ ସ୍ତବ୍ଧ କରିଦେଇଛି ୱାୟନାଡର ଭୟଙ୍କର ଭୂସ୍ଖଳନ । ଏବେ ଯାଏଁ ମୃତ୍ୟୁସଂଖ୍ୟା 300 ଡେଇଁ ଥିବାବେଳେ ଏବେ ବି ମାଟି ତଳୁ ବୁହା ଚାଲିଛି ମୃତଦେହ । ଭୂସ୍ଖଳନ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପୀଡିତଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଅନେକ ରାଜନେତା । ଏପଟେ ଚାରିଆଡୁ ମିଳୁଛି ସହାୟତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2024, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.