ETV Bharat / bharat

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ - Doda Encounter

author img

By ETV Bharat Odisha Team

Published : Aug 14, 2024, 3:31 PM IST

Encounter in Jammu Kashmir: ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ଆତଙ୍କୀଙ୍କ ଆକ୍ରମଣରେ ସେନା କ୍ୟାପଟେନ ଶହୀଦ । ପଢନ୍ତୁ ପୁରା ଖବର

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ
ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ (ETV Bharat Odisha)

ଶ୍ରୀନଗର: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ହମ୍‌ଲା । ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷାବଳର ମିଳିତ ଅପରେସନ ସମୟରେ ଏହି ଆକ୍ରମଣ ହୋଇଛି । ଏଥିରେ ଜଣେ ସେନା ଅଧିକାରୀ ଶହୀଦ ହୋଇଯାଇଛନ୍ତି । ଶହୀଦ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ଦୀପକ ସିଂହ ଏବଂ ସେ ଏହି ଅପରେସନ ଲିଡ୍ କରୁଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଗୁଳିମାଡରେ କ୍ୟାପଟେନ ଗୁରୁତର ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୪ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି ।

ଆତଙ୍କବାଦୀ ହମ୍‌ଲାରେ କ୍ୟାପଟେନ ଶହୀଦ:

ସୂଚନା ଅନୁଯାୟୀ, ଡୋଡା ଜିଲ୍ଲାର ଶିବଗଡ-ଆସର ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାବାହିନୀକୁ ଖବର ମିଳିଥିଲା । ଏହାପରେ ମଙ୍ଗଳବାର ଦିନ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ସେହି ଜଙ୍ଗଲରେ ମିଳିତ ଅପରେସନ ଚଳାଇଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଦୁଇ ପକ୍ଷର ଏହି ଗୁଳି ବିନିମୟରେ ଅପରନସକୁ ଲିଡ୍ କରୁଥିବା କ୍ୟାପଟେନ ଦୀପକ ସିଂହଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କ୍ୟାପଟେନ ଆଖି ବୁଜିଛନ୍ତି ।

କାଲିଠୁ ଜାରି ରହିଛି ସର୍ଚ୍ଚ ଅପରେସନ:

ଗତକାଲି ଠାରୁ ଆସର ଅଞ୍ଚଳରେ ସେନାର ସର୍ଚ୍ଚ ଅପେରସନ ଜାରି ରହିଛି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଗୋଟିଏ M4ରାଇଫଲ ଜବତ କରିଛି ।

ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ରାଜନାଥ:

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । କିଛି ଦିନ ହେଲା ଘାଟିରେ ଆତଙ୍କୀ ଗତିବିଧି ଖୁବ୍ ବଢିଯାଇଥିବାରୁ ଏନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ସେନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ଡୋଭାଲଙ୍କ ସମେତ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପେରନସ-ଲେଫ୍ଟେନାଣ୍ଟ ଜେନେଲାର ପ୍ରତୀକ ଶର୍ମୀ ଓ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ସାଉଥ୍ ବ୍ଲକରେ ଏହି ବୈଠକ ବସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.