ETV Bharat / bharat

ଜମ୍ମୁ କାଶ୍ମୀରରୁ ହଟିବ AFSPA ! ରାଜ୍ୟ ପୋଲିସ ଉପରେ ନ୍ୟସ୍ତ ରହିବ ସୁରକ୍ଷା ଭାର: ଅମିତ ଶାହ - Amit Shah on AFSPA

Amit Shah on AFSPA: ଜମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହୋଇପାରେ ସଶସ୍ତ୍ର ବଳ(ସ୍ୱତନ୍ତ୍ର ଅଧିକାର)ଆଇନ ଅର୍ଥାତ AFSPA । ଜାଣନ୍ତୁ କଣ ଏହି AFSPA ଓ ଏହା ଦ୍ୱାରା ସେନା ପାଇଁ କାହିଁକି ସ୍ୱତନ୍ତ୍ର । ଅଧିକ ପଢନ୍ତୁ

Amit Shah on AFSPA
Amit Shah on AFSPA
author img

By ETV Bharat Odisha Team

Published : Mar 27, 2024, 11:42 AM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହେବ ସଶସ୍ତ୍ର ବଳ(ସ୍ୱତନ୍ତ୍ର ଅଧିକାର) ଆଇନ ଅର୍ଥାତ AFSPA ! ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବେ ରାଜ୍ୟ ପୋଲିସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ କହିଛନ୍ତି, "କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସଶସ୍ତ୍ର ବଳ (ସ୍ୱତନ୍ତ୍ର ଅଧିକାର) ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ବିଚାର କରିବ । ଜମ୍ମୁ କାଶ୍ମୀରରେ ସୈନିକମାନଙ୍କ ପ୍ରତ୍ୟାହାର କରାଯିବା ସହ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି କେବଳ ଜମ୍ମୁ କାଶ୍ମୀର ପୋଲିସ ଉପରେ ଛଡାଯିବ । ଏନେଇ ଆମେ 7 ବର୍ଷ ଧରି ଏକ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରୁଛୁ ।"

ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ, ଖୁବଶୀଘ୍ର ଜମ୍ମୁ-କାଶ୍ମୀର ପୋଲିସ ସେଠାକାର ଶାନ୍ତି ଶୃଙ୍ଖଳା ରକ୍ଷା କରିବେ । ଟ୍ରୁପମାନଙ୍କୁ ଫେରସ୍ତ ନିଆଯିବ । ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଉପରେ ଭରସା କରାଯାଉନଥିଲା । କିନ୍ତୁ ବର୍ତ୍ତମାନ ସେମାନେ ଅଭିଯାନଗୁଡିକର ନେତୃତ୍ୱ ନେଉଛନ୍ତି । ଏନେଇ ଆମେ 7 ବର୍ଷ ଧରି ଏକ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରୁଛୁ । ଜମ୍ମୁ- କାଶ୍ମୀର ପୋଲିସର କାର୍ଯ୍ୟ ଦକ୍ଷତା ବଢାଇବା ଉପରେ କାର୍ଯ୍ୟ କରାଯାଉଛି । ଅଧିକାଂଶ ହିଂସାତ୍ମକ କାର୍ଯ୍ୟକଳାପ ଏବେ ରାଜ୍ୟ ପୋଲିସ ଦ୍ୱାରା ନିୟନ୍ତ୍ରଣ କରାଯାଉଛି ଏବଂ କେନ୍ଦ୍ରୀୟ ବଳ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ତାମିଲନାଡୁ ମନ୍ତ୍ରୀ, ରୁଜୁ ହେଲା ମାମଲା - Derogatory Remarks Against PM Modi

ଅଫସ୍ପାକୁ ନେଇ ବହୁ ବିବାଦ ଦେଖାଯାଉଥିବା ବେଳେ ଏହାକୁ ନେଇ ଗୃହମନ୍ତ୍ରୀ କହିଛନ୍ତି ଯେ, " ଆମେ ଅଫସ୍ପାକୁ ପ୍ରତ୍ୟାହାର ପ୍ରସଙ୍ଗରେ ମଧ୍ୟ ବିଚାର କରିବୁ । ଅଫସ୍ପା, ଅଶାନ୍ତ ଅଞ୍ଚଳରେ ସକ୍ରିୟ ସଶସ୍ତ୍ର ବଳର କର୍ମୀମାନଙ୍କୁ ଆବଶ୍ୟକ ହେଲେ ଯାଞ୍ଚ କରିବା, ଗିରଫ କରିବା, ଗୁଳି ଚଳାଇବା ଭଳି କ୍ଷମତା ପ୍ରଦାନ କରିଥାଏ । ପୂର୍ବରୁ ଶାହା କହିଥିଲେ ଯେ, ପୂର୍ବୋତ୍ତର ରାଜ୍ୟଗୁଡିକର 70 ପ୍ରତିଶତ ଅଞ୍ଚଳରୁ ଅଫସ୍ପା ପ୍ରତ୍ୟାହାର କରିନିଆଯାଇଛି । କିନ୍ତୁ ଏହା ଏବେ ମଧ୍ୟ ଜମ୍ମୁ କାଶ୍ମୀରରେ ଲାଗୁ ଅଛି । ଜମ୍ମୁ କାଶ୍ମୀର ଓ ପୂର୍ବୋତ୍ତର ରାଜ୍ୟ ଗୁଡିକରୁ ଅଫସ୍ପା ହଟାଇବାକୁ ବିଭିନ୍ନ ସଂଗଠନ ଦ୍ୱାରା ଦାବି କରାଯାଇଛି ।

ଜାଣନ୍ତୁ ଅଫସ୍ପା (AFSPA) କଣ ଓ କେବେ ଏହି ଆଇନ ଜମ୍ମୁ କାଶ୍ମୀରରେ କାର୍ଯ୍ୟକାରୀ ହେଲା: ତେବେ ଅଫସ୍ପା (AFSPA) ଅର୍ଥାତ୍ ସଶସ୍ତ୍ର ବଳ (ବିଶେଷ

ଅଧିକାର ଆଇନ ଏପରି ଏକ ଆଇନ ଅଟେ ଯାହା ଅଶାନ୍ତ ଅଞ୍ଚଳରେ ଲାଗୁ କରାଯାଏ । ଏହି ଆଇନ ଅଶାନ୍ତ ଅଞ୍ଚଳରେ ସକ୍ରିୟ ସଶସ୍ତ୍ର ବଳର ଅଧିକାରୀମାନଙ୍କୁ ବିଶେଷ କ୍ଷମତା ପ୍ରଦାନ କରିଥାଏ । ଆବଶ୍ୟକ ପଡିଲେ ତଲାସୀ ନେବା, ଗିରଫ କରିବା କିମ୍ବା ଗୁଳି ଚଳାଇବା ଭଳି କ୍ଷମତା ମିଳିଥାଏ । ସୂଚନା ମୁତାବକ, 1958 ମସିହା ସେପ୍ଟେମ୍ବର 11ରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା । ଏହି ଆଇନକୁ ସର୍ବପ୍ରଥମେ ପୂର୍ବୋତ୍ତର ରାଜ୍ୟରେ ଲାଗୁ କରାଯାଇଥିଲା ।

ଜମ୍ମୁ କାଶ୍ମୀରରେ ଏହି ଆଇନ 1990 ମସିହାରୁ ଲାଗୁ ହୋଇଥିଲା । ଅଫସ୍ପା ଆଇନ ଦ୍ୱାରା ସୁରକ୍ଷାକର୍ମୀମାନେ ଅଧିକ କ୍ଷମତାଶାଳୀ ହୋଇଥାନ୍ତି । ଏହି ଆଇନ ବଳରେ ବିନା ଓ୍ୱାରେଣ୍ଟ (ଗିରଫ ପରଓ୍ୱାନା)ରେ କାହାକୁ ବି ଗିରଫ କରାଯାଇପାରେ । କିନ୍ତୁ ଗିରଫ ପୂର୍ବରୁ ତାଙ୍କୁ ଚେତାବନୀ ଦେବାର ଆବଶ୍ୟକତା ରହିଥାଏ । କେନ୍ଦ୍ର ସରକାରଙ୍କ ଅନୁମତି ବିନା ସୁରକ୍ଷାକର୍ମୀଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.