ETV Bharat / bharat

ଲୋକସଭାରେ ବିର୍ଲା 2.0: ‘ଅଷ୍ଟାଦଶ ଲୋକସଭା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ’, ବିରୋଧୀ ସ୍ବର ଉତ୍ତୋଳନ ଅଧିକାର ପାଇବେ କହିଲେ ରାହୁଲ - Rahul Gandhi congratulates Om Birla

author img

By ETV Bharat Odisha Team

Published : Jun 26, 2024, 3:12 PM IST

Lok Sabha Speaker Om Birla :ଲୋକସଭା ଓମ ବିର୍ଲା ଲୋକସଭା ବାଚସ୍ପତି ନିର୍ବାଚିତ । ଛୁଟିଲା ଶୁଭେଚ୍ଛାର ସୁଅ । ବିରୋଧୀ ଦଳ ନେତା ରାହୁଲ କହିଲେ, ବିରୋଧୀ ସ୍ବର ଉତ୍ତୋଳନର ଅଧିକାର ପାଇବା ନେଇ ଆଶାବାଦୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା । ବାଚନିକ ଭୋଟିଂରେ ନିର୍ବାଚିତ ହେବା ପରେ ଗୃହ ପରିଚାଳନା କରିଛନ୍ତି । ସଂସଦୀୟ ପରମ୍ପରା ଅନୁସାରେ, ଶାସକ ଓ ବିରୋଧୀ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଗୃହ ପରିଚାଳନା ଶୈଳୀକୁ ପ୍ରଶଂସା କରିଛନ୍ତି । ବିର୍ଲାଙ୍କ ନେତୃତ୍ବରେ ଗତ ତଥା ସପ୍ତଦଶ ଲୋକସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟରେ ପହଞ୍ଚିଛି । ସପ୍ତଦଶ ଲୋକସଭା ଭାରତୀୟ ସଂସଦୀୟ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରଧାନମନ୍ତ୍ରୀ କହିଥିଲେ,‘‘ସମଗ୍ର ଗୃହ ପକ୍ଷରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି । ଅମୃତକାଳରେ ଦେଶ ପ୍ରବେଶ କରିସାରିଛି । ଏହି ସମୟରେ ଆପଣ ଦ୍ବିତୀୟ ଥର ଲୋକସଭାର ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରୁଛନ୍ତି । ଆପଣଙ୍କ ମୁହଁରେ ଏହି ମିଠା ସ୍ମିତହାସ ସଦନକୁ ପ୍ରସନ୍ନ ରଖେ । ଏହି 5 ବର୍ଷ ଆପଣ ବେଶ ପ୍ରଭାବୀ ଭାବେ ଗୃହ ପରିଚାଳନା କରିବେ, ସେଥିରେ ସନ୍ଦେହ ନାହିଁ ।’’

ବାଚସ୍ପତି ନିର୍ବାଚିତ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ବିବୃତ୍ତିରେ ରାହୁଲ ଗୃହ ପରିଚାଳନା ପ୍ରକ୍ରିୟା ଓ ଏଥିରେ ବିରୋଧୀଙ୍କ ସ୍ବରକୁ ସ୍ଥାନ ଦେବା କଥା କହିଛନ୍ତି । ରାହୁଲ କହିଛନ୍ତି,‘‘ ଆମେ ଆତ୍ମବିଶ୍ବାସୀ ଯେ, ଆପଣ ବିରୋଧୀଙ୍କ ସ୍ବରକୁ ଗୃହରେ ଉଠାଇବା ପାଇଁ ଅନୁମତି ଦେବେ । ଦେଶବାସୀଙ୍କ ସ୍ବରକୁ ଉପସ୍ଥାନ କରିବାରେ ବିରୋଧୀ ଯଥେଷ୍ଟ ଅବସର ଓ ସୁଯୋଗ ପାଇବେ । ଗୃହ କେମିତି ପରିଚାଳନା କରାଯାଏ, ତାହା ବର୍ତ୍ତମାନର ପ୍ରଶ୍ନ ନୁହେଁ ବରଂ ଦେଶର ସ୍ବର କେମିତି ଗୃହରେ ଉପସ୍ଥାପିତ ହେବା ପାଇଁ ଅନୁମତି ପାଇବ, ତାହା ହିଁ ପ୍ରକୃତ ପ୍ରସଙ୍ଗ । ବିରୋଧୀଙ୍କ ସ୍ବରକୁ ନୀରବ କରିବା ଉପାୟ ଅଗଣତାନ୍ତ୍ରିକ । ଏହି ନିର୍ବାଚନରେ ଏହା ସ୍ପଷ୍ଟ ହୋଇଛି, ଦେଶବାସୀ ଚାହାନ୍ତି ଯେ, ବିରୋଧୀ ସେମାନଙ୍କ ସ୍ବର ଭାବେ ଗୃହରେ ଉତ୍ଥାପନ କରନ୍ତୁ । ଆମେ ଆଶା କରୁଛୁ, ବିରୋଧୀ ସେମାନଙ୍କ ସ୍ବର ଗୃହରେ ରଖିବାର ଅଧିକାର ପାଇବେ ।’’

କ୍ରମାଗତ ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପିର ବରିଷ୍ଠ ନେତା ଓମ ବିର୍ଲା । ଆଜି ବାଚନିକ ଭୋଟିଂରେ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିର୍ଲାଙ୍କ ନାମରେ ପ୍ରସ୍ତାବ ଆଗତ କରିଥିଲେ । ବିରୋଧୀଙ୍କ ପକ୍ଷରୁ ମଧ୍ୟ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ.ସୁରେଶଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ବାଚନିକ ଭୋଟିଂ ପାଇଁ ରୁଲିଂ କରିଥିଲେ । ବିର୍ଲାଙ୍କ ସପକ୍ଷରେ ଅଧିକାଂଶ ସଦସ୍ୟ ମୌଖିକ ମତଦାନ କରିଥିଲେ । ଭଏସ ଭୋଟ ମାଧ୍ୟମରେ ବିର୍ଲାଙ୍କୁ ବାଚସ୍ପତି ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଦ୍ବିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା, ଭଏସ ଭୋଟିଂରେ ହେଲେ ନିର୍ବାଚିତ - Om Birla elected as Speaker

ସଂସଦୀୟ ପରମ୍ପରା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ବିର୍ଲାଙ୍କୁ ବାଚସ୍ପତିଙ୍କ ପୋଡିୟମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । କାମଚଳା ବାଚସ୍ପତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବା ପରେ ଗୃହରେ ଅଧ୍ୟକ୍ଷତା କରୁଛନ୍ତି ଓମ ବିର୍ଲା । ପ୍ରଧାନମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ଗୃହରେ ବିବୃତ୍ତି ରଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.