ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ । ନିଜର ଶରୀର ଅସୁସ୍ଥତା, ମାନସିକ ସନ୍ତୁଳନର ଭାରସାମ୍ୟ ରକ୍ଷା ନକରିପାରନ୍ତି । ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି । ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ । ଦେବାନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ୱନ କରିବା ଉଚିତ । ଆଜି ଆପଣଙ୍କୁ ଠିକ୍ ସିଦ୍ଧାନ୍ତ ନେବାପାଇଁ କଷ୍ଟ ହେବ ଯଦ୍ୱାରା ଆପଣ ଦିନସାରା ଛନ୍ଦି ହୋଇ ରହିବେ । ନିଜର ସମ୍ପତ୍ତି ସମ୍ବନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।
ବୃଷ: ଆଜି ଏକ ଶୁଭଦିନ । ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ । ଗୋଟିଏ ଛୋଟ ପରିଭ୍ରମଣରେ ଯାଇ ହସଖୁସିରେ ଦିନଟି କାଟିପାରନ୍ତି । ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟିଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ । ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ । ଗୋଟିଏ ଲଘୁଯାତ୍ରାରେ ଯାଇପାରନ୍ତି । ପରିବାର ଓ ଆର୍ଥିକ ସମସ୍ୟା ପ୍ରତି ସଜାଗ ରୁହନ୍ତୁ ଓ ଖୁସିରେ ଦିନଟିକୁ କାଟନ୍ତୁ ।
ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । ଏପରିକି ଆପଣ ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ । ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପଦୋନ୍ନତି ହେବାର ଶୁଭ ସୂଚନା ଅଛି । ସରକାର କିମ୍ୱା ସରକାରୀ କର୍ମଚାରୀ ସହଯୋଗ କରିବେ ।
କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ । ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ । ଘରେ ଆନନ୍ଦର ବାତାବରଣ ରହିବ । ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ । ହଠାତ୍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତରେ ବର୍ଦ୍ଧିତ ହେବ । ଯାହା ଆପଣଙ୍କୁ ଭାଗ୍ୟବାନ କରାଇବ । ଆପଣଙ୍କର ମନପସନ୍ଦ ଦର୍ଶନୀୟ ସ୍ଥାନକୁ ଯାତ୍ରାରେ ଯିବାକୁ ଯୋଜନା କରିବେ ଏବଂ ଆପଣଙ୍କର ଦିନର ସମାପ୍ତି ଉଲ୍ଲେଖିତ ଭାବେ ସମାପ୍ତ ହେବ ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଅଟେ । ଦିନସାରା ଆପଣ ଚିନ୍ତାଗ୍ରସ୍ତ ରହିବେ । ଏହା ଆପଣଙ୍କ ଶାରୀରିକ ଓ ମାନସିକ ଅସ୍ଥିରତାର କାରଣ ହୋଇପାରେ । ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ । ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍ । ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ। ସନ୍ତୁଳିତ ତଥା ଶାନ୍ତ ରୁହନ୍ତୁ ! ଗୋଟିଏ କଥା ନିଶ୍ଚିତ ଯେ ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ଉନ୍ନତି ଆସିବ।
କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ । ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ । ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ନିଜପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି । ଆପଣଙ୍କ ପାଇଁ ତୀର୍ଥ ସ୍ଥାନକୁ ଯିବା ଏବଂ ତୀର୍ଥ ଭ୍ରମଣ କରିବା ପାଇଁ ଗୋଟିଏ ବଢିଆ ସମୟ, ଏହାକୁ ଆପଣ ଅନେକ ଦିନ ହେଲାଣି ଖୋଜୁଥିଲେ । ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ମହିଳା ବନ୍ଧୁ ଏବଂ ସଂପକୀୟମାନଙ୍କଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।
ତୁଳା: ଶରୀର ସୁସ୍ଥ ରହିବ । ବୃତ୍ତିରେ ଲାଭବାନ ହେବେ । ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର ସଦସ୍ୟଙ୍କ ଅଧିନରେ ଦିନଟିକୁ ହସଖୁସିରେ କାଟିବେ । ଅତ୍ୟଧିକ ଖର୍ଚ୍ଚପ୍ରତି ଜାଗୃତ ରୁହନ୍ତୁ । ଆପଣ ସବୁକାର୍ଯ୍ୟରେ ସଫଳତା ଲାଭକରି ନିଜର ନାମ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବେ । ଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍ ଆସିପାରେ ।
ବିଛା: ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବାରୁ ନିଜକୁ ଦୂରରେ ରଖନ୍ତୁ, ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ପରିବାର ସଂପର୍କରେ ହେଉ । ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି । ନିଜର ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ ଏବଂ ସେମାନଙ୍କର ଅସୁବିଧା କଥା ବୁଝନ୍ତୁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି । ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ସବୁ ଠିକ୍ ହୋଇଯିବ ।
ଧନୁ: ଆଜି ଦିନ ଆପଣଙ୍କ ପାଇଁ ଶୁଭ ଦିନ ନୁହେଁ । ଆଜି ହେଉଛି ଏଭଳି ଏକ ଦିନ, ସବୁ ଜିନିଷ ଉପଯୁକ୍ତ ସ୍ଥାନରେ ଥିଲେ ମଧ୍ୟ କିମ୍ୱା ଉପଯୂକ୍ତ ଦିଗରେ ଯାଉଥିଲେ ମଧ୍ୟ ଆପଣ କିଛି ନା କିଛିର ଅଭାବ ଅନୁଭବ କରିବେ । ନିୟନ୍ତ୍ରଣ ବାହାରେ ଅନୁଭବ କରିବା ହେଉଛି ନିରାଶମୂଳକ ମନ୍ତବ୍ୟ । ଆପଣଙ୍କ ହାତରେ ଯାହା ଅଛି, ସେଥିରେ ହିଁ ପରିଚାଳନା କରନ୍ତୁ । ସମ୍ପତ୍ତି କିମ୍ୱା ପୈତୃକ ସମ୍ପତ୍ତି ସମ୍ପର୍କିତ ଆଇନଗତ କାଗଜ ପତ୍ର ପ୍ରତି ଯତ୍ନଶୀଳ ହୁଅନ୍ତୁ ।
ମକର: ଆଜି ଦିନଟି ଶୁଭଫଳ ଦେବ ବୋଲି ଅନୁମାନ କରାଯାଉଅଛି । ସଫଳତା, ଭୌତିକ ଲାଭ ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ନିଜର କାର୍ଯ୍ୟଦକ୍ଷତାର ପରିଣାମସ୍ୱରୂପ ଲାଭ ମିଳିବ । ଯେଉଁ ଉତ୍ସକୁ ଆପଣ ଉତ୍ପାଦନକ୍ଷମ ନୁହେଁ ବୋଲି ଘୋଷଣା କରିସାରିଛନ୍ତି, ସେଠାରୁ ମଧ୍ୟ ଲାଭ ମିଳିପାରେ । ଆଜି ଦିନକୁ ଭଲ ଭାବରେ ଉପଭୋଗ କରିବା ପାଇଁ ଆପଣ ଏକ ପର୍ଯ୍ୟଟନ ସ୍ଥାନଙ୍କୁ ଭ୍ରମଣ କରିବାକୁ ଯାଇପାରନ୍ତି । ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ; ଆପଣ ଏକ ଯେ କୌଣସି ସମୟରେ ଏକ ଅଫିସ୍ ସ୍ପେସ୍ କ୍ରୟ କରିବାକୁ ଯୋଜନା କରିପାରନ୍ତି ।
କୁମ୍ଭ: ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନୀ ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସାହାର୍ଯ୍ୟ ଲୋଡିପାରନ୍ତି । ଏଥିପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ । ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହିତ ମଉଜ ମଜଲିସ କରିବେ । ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ ।
ମୀନ: ଆଜି ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣଙ୍କର ଉତ୍କଣ୍ଠିତ ଚିତ୍ତ ନୂଆ କାମ କରିବାକୁ ପ୍ରେରଣା ଯୋଗାଇବ । ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ସଙ୍ଗେ ପରିଭ୍ରମଣରେ ଯାଇପାରନ୍ତି । ଅର୍ଥାଗମର ଶୁଭ ସୂଚନା ମିଳୁଛି । ଆପଣ ତୀର୍ଥଯାତ୍ରା କରିପାରନ୍ତି କିମ୍ୱା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ବିପୁଳ ପରିମାଣରେ ଖୁସି ଏବଂ ସାନ୍ନିଧ୍ୟତା ଲାଭ କରିବେ ।