
ମେଷ: ଆଜି ଘରୋଇ ଦୃଷ୍ଟିକୋଣରୁ ଶୁଭ ଅଟେ । ଆର୍ଥିକ ସଫଳତା ଏବଂ ହସ କୌତୁହଳପୂର୍ଣ୍ଣ ଭ୍ରମଣର ଯୋଗ ରହିଛି । ଆପଣଙ୍କର ଭାବପ୍ରବଣତା ନିୟନ୍ତ୍ରଣ କରିବା ପାଇଁ ଅଧିକ ଯତ୍ନ ନିଅନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ପ୍ରଶଂସା ଏବଂ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପାରିବାରିକ ସ୍ଥିତି ଭଲ ରହିବ । ଅଫିସ୍ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି ।

ବୃଷ: ଆଜି ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଏବଂ ବସ୍ତୁଗତ ସଫଳତା ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟରେ ପରିଣତ ହେବ । ଆପଣଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣଙ୍କ ମନ ହସଖୁସୀରେ ଭରା ରହିବ । ଏହି ଖୁସି ଅନ୍ୟମାନଙ୍କ ସହିତ ମଧ୍ୟ ବାଣ୍ଟନ୍ତୁ । ସାହାଯ୍ୟ କରିବା ଏବଂ ଶାନ୍ତି ବନାଇ ରଖିବାର ପ୍ରବୃତ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା ପାଇଁ କରିଥିବା ଯୋଜନା ଘୁଞ୍ଚିବାର ଯିବାର ସମ୍ଭାବନା ଅଛି । ଆଜି ଦିନଟି ଲେଖକ, କଳାକାର, ଏବଂ ପରାମର୍ଶଦାତାଙ୍କ ପାଇଁ ଭଲ ରହିଛି । ନୂଆ ସ୍କିମ୍ ଏବଂ ନୂଆ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

ମିଥୁନ: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅଶାନ୍ତ ରହିବ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଶାରୀରିକ ଓ ମାନସିକ ଅଶାନ୍ତି ଦେଖାଦେବ । ପାରିବାରିକ କଳହ ଦେଖାଦେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଲାଗିରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ । ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ରାଗି ଏବଂ ବ୍ୟସ୍ତ ରହିବେ ।

ସିଂହ: ଆପଣ ଧାର୍ମିକ ଏବଂ ଅନୁକୂଳ କାର୍ଯ୍ୟକଳାପରେ ମଜ୍ଜି ରହିପାରନ୍ତି, ତା ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆଜି ଦିନରେ ଆପଣ ବହୁତ ରାଗି ପାରନ୍ତି । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆଶା କରିପାରନ୍ତି । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ । ଆପଣ ମାନସିକ ଭାବରେ ହଇରାଣ ହୋଇପାରନ୍ତି, ଏବଂ ତାହାର ପ୍ରଥମ କାରଣ ଆପଣଙ୍କ ପିଲାମାନେ ହୋଇପାରନ୍ତି ।

କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ଏହା ଅତି ଉତ୍ତମ ଯେ ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି, ଗର୍ବ ଅନୁଭବ କରିବା ଆପଣଙ୍କ ପାଇଁ କ୍ଷତିକାରକ ହେବ ଏବଂ ଏହା ଅତି ପ୍ରୀୟ ସାଙ୍ଗକୁ ମଧ୍ୟ ଆପଣଙ୍କଠାରୁ ଦୁରେଇ ଦେଇପାରେ ।

ତୁଳା: ଆଜି ଦିନଟିରେ ଆପଣଙ୍କୁ ଅନେକ କିଛି କରିବାର ଅଛି । ଆପଣ ନୂଆ ପୋଷାକ ସପିଂ ପାଇଁ ଯାଇପାରନ୍ତି ଏବଂ ପରିବର୍ତ୍ତିତ ସମୟ ଅନୁସାରେ ଆପଣ ନିଜକୁ ବଦଳାଇବାକୁ ଚେଷ୍ଟା କରିପାରନ୍ତି । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳିଯାଇପାରେ ଏବଂ ଯାହାକି ପରିବେଶକୁ ବଦଳାଇ ଦିଏ । ନେବାକୁ ପ୍ରସ୍ତୁତ ରୁହନ୍ତୁ, ଯେହେତୁ ଯଶ ଖ୍ୟାତି, ଏବଂ ସୁସ୍ୱାଦୁ ଜିନିଷ ଆପଣଙ୍କ ଅପେକ୍ଷାରେ ଅଛି ।

ବିଛା: ଆପଣ ସୁସ୍ଥ ଅନୁଭବ କରିବେ ଏବଂ ଶାରୀରିକ ଏବଂ ମାନସିକ ଭାବରେ ଚାର୍ଜ୍ଡ୍ ଅପ୍ ହୋଇପାରନ୍ତି । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ନିଶ୍ଚିତ ସମ୍ଭାବନା ରହିଛି ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି , ଏବଂ ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ ।

ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ବିଷୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ ଏବଂ ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ, ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।

ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ, ଆଜି ଆପଣ ଆପଣଙ୍କର ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରର କଳହ ଥାଇପାରେ । କିମ୍ବା ଆଉ ମଧ୍ୟ, କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି, ଯାହାକି ଆପଣଙ୍କର ମର୍ଯ୍ୟଦା ହାନି କିମ୍ବା ସମାଜରେ ଆପଣଙ୍କ ସ୍ଥାନ କମ୍ ହୋଇପାରେ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।

କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ। ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ଆପଣ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।

ମୀନ: ଆପଣ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ, ଏବଂ ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍ ରହିବାକୁ ପଡିପାରେ ଯାହା ଫଳରେ ଆପଣମାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ପଇସା ସମ୍ପର୍କିତ ବିଷୟରେ ସାବଧାନତା ବଜାୟ ରଖିବେ । ଅର୍ଥହୀନ ଯୁକ୍ତିଠାରୁ ଦୂରେଇ ରହିବେ । ସେମାନେ କେବଳ ଆପଣଙ୍କ ଉପରକୁ କଳହ ପାଇଁ ମସଲା ଆପଣଙ୍କୁ ଦେବେ ।