ETV Bharat / bharat

ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌ - SHED COLLAPSED AT RAJKOT AIRPORT

author img

By ETV Bharat Odisha Team

Published : Jun 29, 2024, 3:06 PM IST

Canopy collapses at Rajkot airport terminal: ପ୍ରବଳ ବର୍ଷା ପବନରେ ଭୁଶୁଡି ପଡିଲା ରାଜକୋଟ ବିମାନ ବନ୍ଦର ସେଡ । କେହି ମୃତାହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌
ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌ (ETV Bharat Odisha)

ଗାନ୍ଧୀନଗର: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବର୍ଷା,ପବନରେ ଟିର୍ମିନାଲ ସେଡ ଭୁଶୁଡିବା ଘଟଣାକୁ 24 ଘଣ୍ଟା ନପୂରୁଣୁ ଗୁଜୁରାଟରେ ଦେଖିବାକୁ ମିଳିଛି ସମାନ ଘଟଣାର ପୁନରାବୃତ୍ତି । ରାଜକୋଟ ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂର ବାହ୍ୟ ସେଡ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପବନରେ ସେଡର କିଛି ଅଂଶ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ମାତ୍ର ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ବିମାନ ସେବା ପ୍ରଭାବିତ ହୋଇନଥିଲେ ସୁଦ୍ଧା ଟର୍ମିନାଲରେ ଯାତ୍ରୀଙ୍କ ଯାତାୟତ ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ କ୍ଷତିଗ୍ରସ୍ତ ଏରିଆକୁ କର୍ଡନ କରାଯାଇ ଯାତ୍ରୀ ସେବା ବନ୍ଦ ରଖାଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟାରୁ ଅଧିକ ସମୟ ଧରି ଦିଲ୍ଲୀ ଓ ଉତ୍ତର ଭାରତ ସମେତ ଗୁଜୁରାଟରେ ମଧ୍ୟ ବର୍ଷା ଜାରି ରହିଛି । ଗତକାଲି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ବାହାର ସେଡ୍‌ ଭୁଶୁଡି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଥିଲେ । ଏକାଧିକ କାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଟର୍ମିନାଲରେ ଯାତ୍ରୀ ସେବା ଆଜି ମଧ୍ୟ ବନ୍ଦ ରଖାଯାଇଛି । ଟର୍ମିନାଲ ଓ୍ବାନରୁ ହେବାକୁ ଥିବା ଫ୍ଲାଇଟ ଅପରେସନକୁ ଟର୍ମିନାଲ 2ୟ ଓ 3ୟକୁ ସ୍ଥାନାନ୍ତରିତ କରାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବିମାନ ବନ୍ଦର ପ୍ରାଧୀକରଣ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ - Delhi Airport roof collapse

ଅନ୍ୟପଟେ ଉତ୍ତର ଭାରତରେ ଜାରି ରହିଥିବା ବର୍ଷାରେ ଏକାଧିକ ସ୍ଥାନରେ ଅଘଟଣ ଘଟିଛି । ଗତକାଲି ରାତିରେ ଗ୍ରେଟର-ନୋଇଡାରେ ଲଗାଣ ବର୍ଷା କାରଣରୁ ଏକ ନିର୍ମାଣାଧୀନ କୋଠା ଭୁଶୁଡି 3 ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଅନ୍ୟ 5 ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ 228.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, 1936 ମସିହା ପରେ ଦିଲ୍ଲୀରେ ଏହା ହେଉଛି ସର୍ବକାଳୀନ ବର୍ଷା ରେକର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.