ETV Bharat / bharat

ଧରାଛୁଆଁ ଦେଉନାହାନ୍ତି ଜୟପ୍ରଦା, ପଳାତକ ଘୋଷଣା କଲେ କୋର୍ଟ

author img

By ETV Bharat Odisha Team

Published : Feb 28, 2024, 2:20 PM IST

JayaPrada Declared Absconding: ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟପ୍ରଦାଙ୍କୁ ଫେରାର ଘୋଷଣା କଲେ ରାମପୁର କୋର୍ଟ । ଅଭିନେତ୍ରୀଙ୍କ ବିରୋଧରେ କୋର୍ଟ ସାତଥର ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲେ ସୁଦ୍ଧା କୋର୍ଟରେ ହାଜର ହୋଇନଥିଲେ । ପୁରା ମାମଲା କ'ଣ? ଜାଣନ୍ତୁ

ଜୟପ୍ରଦାଙ୍କୁ ପଳାତକ ଘୋଷିତ କଲେ ରାମପୁର କୋର୍ଟ

ରାମପୁର(ଉତ୍ତରପ୍ରଦେଶ): ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟପ୍ରଦାଙ୍କ ପାଇଁ ବଢିଲା ଅଡୁଆ । ଜୟପ୍ରଦାଙ୍କ ବିରୋଧରେ ଦୁଇଟି ମାମଲାର ଶୁଣାଣି ପାଇଁ ହାଜର ହୋଇ ନ ଥିବାରୁ ରାମପୁରର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି । ଏହି ମାମଲା ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ସହ ଜଡିତ, ଯେତେବେଳେ ସେ ରାମପୁର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ସାତଥର ଜାମିନ ବିହୀନ ପରୱାନା ଜାରି କରାଯିବା ସତ୍ତ୍ୱେ ଜୟପ୍ରଦା କୋର୍ଟରେ ହାଜର ହୋଇନଥିଲେ । ଯାହାର ଶୁଣାଣି କରି ମଙ୍ଗଳବାର କୋର୍ଟ ଏହି ରାୟ ଦେଇଛନ୍ତି ।

ଜୟପ୍ରଦାଙ୍କ ମନୋଭାବକୁ ନେଇ ଜଜ ଶୋଭିତ ବଂଶଲ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ତାଙ୍କୁ ପଳାଇଥିବା ଘୋଷଣା କରିଛନ୍ତି । ବରିଷ୍ଠ ଆଇନଜୀବୀ ଅମରନାଥ ତିୱାରୀ କହିଛନ୍ତି ଯେ, ୮୨ CrPC ଅଧୀନରେ ଥିବା ଜୟପ୍ରଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାମପୁର ଏମପି-ଏମଏଲଏ କୋର୍ଟ । ଏଥିସହ ସେ ଜୟପ୍ରଦାଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରିବାକୁ କୋର୍ଟ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବେ । ତେବେ ଆସନ୍ତା ମାର୍ଚ୍ଚ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଏହି ଦିନ କୋର୍ଟରେ ଅଭିନେତ୍ରୀଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜୟା ପ୍ରଦା ପ୍ରଥମେ ରାଜ୍ୟସଭା ସାଂସଦ ଏବଂ ପରେ ଲୋକସଭା ସାଂସଦ ହୋଇଥିଲେ । ସେ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଅମରନାଥ ତିୱାରୀ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଘଂନ ସହ ଜଡିତ ଦୁଇଟି ମାମଲା କାମ୍ରି ଏବଂ ସ୍ୱାର ପୋଲିସ ଷ୍ଟେସନରେ ଜୟପ୍ରଦାଙ୍କ ବିରୋଧରେ ପଞ୍ଜିକୃତ ହୋଇଛି । ସେ କହିଛନ୍ତି ଯେ ଏହି ମାମଲାରେ ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟ(MP-MLA court) ଅନେକ ଥର ସମନ ଜାରି କରିଥିଲେ ମଧ୍ୟ ପୂର୍ବତନ ସାଂସଦ ହାଜର ହୋଇନଥିଲେ । ତାଙ୍କ କହିବାନୁସାରେ, ଏହା ପରେ ବିଭିନ୍ନ ତାରିଖରେ ତାଙ୍କ ବିରୋଧରେ ସାତଥର ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା କିନ୍ତୁ ପୋଲିସ ତାଙ୍କୁ ଉପସ୍ଥିତ କରିପାରି ନଥିଲା ।

ଏହା ମଧ୍ୟ ପଢନ୍ତୁ: ଜେଲ ଯିବେ ଜୟପ୍ରଦା, ଯାଚିକା ଖାରଜ କଲେ ମାଡ୍ରାସ ହାଇକୋର୍ଟ

ବରିଷ୍ଠ ଆଇନଜୀବୀ ଆହୁରି କହିଛନ୍ତି, ପୋଲିସ କୋର୍ଟରେ ଦାଖଲ କରିଥିବା ଉତ୍ତରରେ କହିଛନ୍ତି ଯେ ଜୟପ୍ରଦା ନିଜକୁ ସୁରକ୍ଷା ଦେଉଛନ୍ତି ଏବଂ ତାଙ୍କର ସମସ୍ତ ମୋବାଇଲ୍ ନମ୍ବର ମଧ୍ୟ ବନ୍ଦ ଅଛି । ତିୱାରୀ କହିଛନ୍ତି ଯେ ଏହା ଉପରେ ବିଚାରପତି କଠୋର ଆଭିମୁଖ୍ୟ ଗ୍ରହଣ କରି ଜୟପ୍ରଦା ଫେରାର ବୋଲି ଘୋଷଣା କରିଛନ୍ତି । ଏଥିସହ ମାର୍ଚ୍ଚ ୬ରେ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରାଇବାକୁ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.