ETV Bharat / bharat

୧୫୦ ଫୁଟ ବୋରଓ୍ୱେଲରେ ଖସି ପଡ଼ି ୫ ବର୍ଷ ଶିଶୁ ମୃତ, ୩ ଦିନର ରେସ୍କ୍ୟୁ ଅପରେସନ ବୃଥା - BOREWELL TRAGEDY

ରାଜସ୍ଥାନ ଦୌସାରେ ଦୁଃଖଦ ଘଟଣା । ବୋରଓ୍ବେଲରେ ଚାଲିଗଲା ୫ ବର୍ଷ ପିଲାର ଜୀବନ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 12, 2024, 8:56 AM IST

Updated : Dec 12, 2024, 9:29 AM IST

ଜୟପୁର: ପୁଣି ସାମ୍ନାକୁ ଆସିଲା ବୋରଓ୍ବେଲ ଟ୍ରାଜେଡି । ବୋରଓ୍ବେଲରେ ଖସି ପଡ଼ି ଚାଲିଗଲା ଆଉ ଏକ କଅଁଳ ଶିଶୁର ଜୀବନ । 150 ଫୁଟ ଗଭୀର ବୋରୱେଲରେ ଖସିପଡି 5 ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା । 3 ଦିନ ଧରି ବୋରୱେଲରେ ଅଟକି ରହିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ରାଜସ୍ଥାନର ଆର୍ଯ୍ୟନ । ବୁଧବାର ରାତିରେ ଶିଶୁଟିକୁ ଚେତାଶୂନ୍ୟ ଅବସ୍ଥାରେ ବୋରୱେଲରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବୃଥା ଗଲା ୫୫ ଘଣ୍ଟା ପରିଶ୍ରମ:

ଗତ ଡିସେମ୍ବର 9 ତାରିଖରେ କାଲିଖାଦ ଗ୍ରାମରେ ଶିଶୁଟି ତାଙ୍କ ଘର ନିକଟରେ ଖେଳୁଥିବା ବେଳେ ହଠାତ ବୋରୱେଲ ମଧ୍ୟକୁ ଖସିପଡିଥିଲା । ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ନାଙ୍ଗଲ ସର୍କଲ ଅଧିକାରୀ ଚାରୁଲ ଗୁପ୍ତା କହିଛନ୍ତି । 55 ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଶିଶୁଟି ବଞ୍ଚାଇବାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା । ବୋରୱେଲରେ ପଡ଼ିବାର ଏକ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆର୍ଯ୍ୟନଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାର କାର୍ଯ୍ୟରେ ଡ୍ରିଲିଂ ମେସିନ୍ ବ୍ୟବହାର କରାଯାଇ ଗାତ ଖୋଳାଯାଇଥିଲା । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF)ର ଜଣେ ସଦସ୍ୟ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିକ ଥିଲା, ଯେଉଁଥିରେ ଜଳ ସ୍ତର ପ୍ରାୟ 160 ଫୁଟ ହେବା ଅନୁମାନ କରାଯାଉଛି।

ଏହା ମଧ୍ୟ ପଢନ୍ତୁ -ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ-ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

ଦୌସାର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଶିଶୁଟିକୁ ବୋରଓ୍ବେଲକୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ବୃଥା ହୋଇଛି। ଆମେ ଦୁଇଥର ECG କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲୁ । ଜିଲ୍ଲାପାଳ ଦେବେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ଉଦ୍ଧାରକାରୀଙ୍କ ପ୍ରଥମ ମେସିନ ଖରାପ ହେବା ପରେ ଦ୍ବିତୀୟ ମେସିନ ଆଣି ଉଦ୍ଧାର କାର୍ଯ୍ୟ କରିଥିଲେ ।

Last Updated : Dec 12, 2024, 9:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.