ETV Bharat / bharat

ପାଣି ଟାଙ୍କିରୁ ମିଳିଲା ୩୦ ମାଙ୍କଡଙ୍କ ମୃତଦେହ, ଏବେ ଛାନିଆ ପାଣି ପିଇଥିବା ଲୋକେ - Monkeys found dead in water tank - MONKEYS FOUND DEAD IN WATER TANK

Monkeys found dead in water tank: ଆଶ୍ଚର୍ଯ୍ୟ ! ପାଣି ଟାଙ୍କି ଭିତରୁ ବାହାରିଲା ୩୦ ମାଙ୍କଡଙ୍କ ମୃତଦେହ । ଏବେ ଭୟଭୀତ ଅବସ୍ଥାରେ ସେହି ଟାଙ୍କିରୁ ପାଣି ପିଇଥିବା ଲୋକେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 4, 2024, 12:33 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପାଣି ଟାଙ୍କି ଭିତରୁ ୩୦ଟି ମାଙ୍କଡଙ୍କ ମୃତଦେହ ମିଳିଛି । ପାଖାପାଖି ୧୦ ଦିନ ହେବ ସେହି ଟାଙ୍କି ଭିତରେ ମାଙ୍କଡମାନଙ୍କ ମୃତଦେହ ପଡି ରହିଥିବା ସନ୍ଦେହ କରାଯାଉଛି । ସେହି ଟାଙ୍କିରୁ ପ୍ରାୟ ୨୦୦ ପରିବାରକୁ ପାଣି ଯୋଗାଣ ହେଉଥିଲା । ଅନେକ ଦିନ ହେଲା ଲୋକମାନେ ସେହି ପାଣି ପିଇ ଆସୁଥଲେ । କାଲି (ବୁଧବାର) ଟାଙ୍କି ଭିତରୁ ଖୁବ୍ ଦୁର୍ଗନ୍ଧ ବାହାରିଥିଲା । ଏହାପରେ ଟାଙ୍କି ପାଖକୁ ଯାଇ ଦେଖିବାରୁ ତା' ଭିତରେ ୩୦ଟି ମାଙ୍କଡଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ଲୋକେ ।

ମିଳିଥିବା ସୂଚନା ଅନୁଯାୟୀ, ନାଲଗୋଣ୍ଡା ଜିଲ୍ଲାର ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅନ୍ତର୍ଗତ ନାଗାର୍ଜୁନ ସାଗର ଅଞ୍ଚଳରେ ଏହି ଘଟଣା ଘଟିଛି । ବୁଧବାର ଦିନ ଏଠାରେ ଥିବା ପାଣି ଟାଙ୍କିରୁ ଜୋରରେ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟିକୁ ଖବର ଦେଇଥିଲେ । ମ୍ୟୁନିସିପାଲିଟି କର୍ମଚାରୀ ଆସି ଟାଙ୍କି ଖୋଲି ଦେଖିବାରୁ ତା' ଭିତରୁ ଅନେକ ଗୁଡିକ ମାଙ୍କଡଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । କର୍ମଚାରୀମାନେ ଟାଙ୍କି ଭିତରୁ ମାଙ୍କଡମାନଙ୍କ ମୃତଦେହ ବାହାର କରିଥିଲେ । ତେବେ ପ୍ରବଳ ଖରାରେ ତୃଷାର୍ତ୍ତ ହୋଇ ମାଙ୍କଡପଲ ପାଣି ସନ୍ଧାନରେ ସେହି ଟାଙ୍କି ଭିତରେ ପଶିଥିବା ବେଳେ ଆଉ ବାହାରି ନପାରି ବୁଡି ଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ଏହି ଘଟଣା ପରେ ଉକ୍ତ ଟାଙ୍କିରୁ ପାଣି ପିଉଥିବା ସ୍ଥାନୀୟ କଲୋନୀବାସୀ ଭୟଭୀତ ହୋଇପଡିଛନ୍ତି । ସେହି ଦୂଷିତ ପାଣି ପିଇବା ଯୋଗୁଁ ସେମାନଙ୍କର ଦେହ ଅସୁସ୍ଥ ହୋଇପାରେ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ଏଥିପାଇଁ ଲୋକମାନେ ମ୍ୟୁନିସିପାଲିଟିକୁ ଦାୟୀ କରିଛନ୍ତି । ମ୍ୟୁନିସିପାଲିଟି କର୍ମଚାରୀମାନେ ଟାଙ୍କି ସଫା କାର୍ଯ୍ୟରେ ଅବହେଳା କରିବାରୁ ଏପରି ଘଟଣା ଘଟିଥିବା ସ୍ଥାନୀୟବାସୀ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ : Shocking ! ୧୩ ମାସର ବାଛୁରୀ, ବିନା ଛୁଆରେ ଦେଉଛି ୩ ଲିଟର କ୍ଷୀର
ଏହା ମଧ୍ୟ ପଢନ୍ତୁ : ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.