ETV Bharat / bharat

ପଶ୍ଚିମବଙ୍ଗରେ ଚାକିରି ହରାଇବେ 25 ହଜାର ଶିକ୍ଷକ : 2016 ନିଯୁକ୍ତି ରଦ୍ଦ, ସୁଧ ସହ ଫେରାଇବେ ଦରମା - BENGAL TEACHERS APPOINTMENTS

Bengal Teachers To Lose Job: ବହୁଚର୍ଚ୍ଚିତ 2016 ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କଲେ କୋଲକାତା ହାଇକୋର୍ଟ । 25 ହଜାର ଶିକ୍ଷକ ହରାଇବେ ଚାକିରି । 12 ପ୍ରତିଶତ ସୁଧ ସହ ଫେରାଇବେ ପାଇଥିବା ଦରମା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଚାକିରି ହରାଇବେ 25 ହଜାର ଶିକ୍ଷକ, ନିଯୁକ୍ତିକୁ ଅବୈଧ ଘୋଷଣା କଲେ କୋଲକାତା ହାଇକୋର୍ଟ

author img

By ETV Bharat Odisha Team

Published : Apr 22, 2024, 2:37 PM IST

କୋଲକାତା: ସାଧାରଣ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ହାଇକୋର୍ଟରୁ ବଡ ଝଟକା ଲାଗିଛି । ବହୁଚର୍ଚ୍ଚିତ 2016 ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହାଇକୋର୍ଟ ଆଜି ନିଯୁକ୍ତି ପ୍ରକ୍ରିୟାକୁ ଅବୈଧ ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟାରେ ଚୟନ ହୋଇ ଚାକିରି ପାଇଥିବା ମୋଟ 25,753 ଶିକ୍ଷକ ସେମାନଙ୍କ ଚାକିରି ହରାଇବେ । ଏହା ବ୍ୟତିତ ଏହି ଶିକ୍ଷକମାନେ ଭର୍ତ୍ତି ପରଠାରୁ ଗ୍ରହଣ କରିଥିବା ବେତନ ରାଶି ମଧ୍ୟ 12 ପ୍ରତିଶତ ସୁଧ ସହ ଫେରାଇବାକୁ କୋର୍ଟ କହିଛନ୍ତି ।

ଏହି ମାମଲା ପ୍ରଥମେ ତଳକୋର୍ଟରୁ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏହି ମାମଲାର ତଦନ୍ତ ଜାରି ରଖିଛି । ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଓ ସ୍କୁଲ ସେବା ଆୟୋଗର ଏକାଧିକ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ ମଧ୍ୟ କରିଥିଲା । ଏହି ମାମଲାରେ ପୂର୍ବରୁ ଏକାଧିକ ଥର ପଶ୍ଚିମବଙ୍ଗ ରାଜନୀତି ଉଷ୍ମ ହୋଇଛି ।

ଆଜି କୋଲକାତା ହାଇକୋର୍ଟର ଜଷ୍ଟିସ ଦେବାଂଶୁ ବସାକ ଓ ଜଷ୍ଟିସ ମହମ୍ମଦ ଶବ୍ବର ରସିଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଖଣ୍ଡପୀଠ ଅନୁଭବ କରିଥିଲେ । ସମସ୍ତ 25 ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ ବଙ୍ଗ ସ୍କୁଲ ସେବା ଆୟୋଗକୁ ସାନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 2016 ରେ ରାଜ୍ୟ ଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲରେ ଖାଲି ଥିବା 24,640 ଶିକ୍ଷକ ପଦବୀ ଭର୍ତ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ମୋଟ 23 ଲକ୍ଷରୁ ଅଧିକ ଆଶାୟୀ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDDATE LIST

ମାତ୍ର ଏହି ଚୟନ ପ୍ରକ୍ରିୟାରେ ପାରଦର୍ଶିତା ନଥିବା ଓ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଆଶାୟୀ ପ୍ରାର୍ଥୀଙ୍କ ଠାରୁ ବ୍ୟାପକ ପରିମାଣର ଲାଞ୍ଚ ସଂଗ୍ରହ କରାଯାଇ ନିଯୁକ୍ତି ମିଳିଥିବା ଅନ୍ୟ କିଛି ଅଂଶଗ୍ରହଣକାରୀ ଛାତ୍ର ଅଭିଯୋଗ କରିଥିଲେ । ଦୀର୍ଘ 8 ବର୍ଷ ପରେ ଏହି ମାମଲାରେ କୋର୍ଟ ଏବେ କଠୋର ରାୟ ଶୁଣାଇଛନ୍ତି । ପଶ୍ଚିମବଙ୍ଗ ସରକାର ଏହାକୁ ସର୍ବୋଚ୍ଚ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିବା ମଧ୍ୟ ଏକପ୍ରକାର ସ୍ପଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.