ETV Bharat / bharat

ଏଭଳି ଦେଶ; ମାଟିତଳେ ହୀରା ଖଣି, ହେଲେ ଦାରିଦ୍ର୍ୟରେ ସଢୁଛନ୍ତି ଦେଶବାସୀ - 10 POOR COUNTRIES IN THE WORLD - 10 POOR COUNTRIES IN THE WORLD

10 poorest countries in the World: ଆପଣ କଣ ଜାଣନ୍ତି କି ବିଶ୍ୱର ଏଭଳି ଅନେକ ଦେଶ ଅଛି ଯେଉଁମାନଙ୍କ ମୁଣ୍ଡପିଛା ବାର୍ଷିକ ଆୟ ବିକଶିତ ଦେଶଗୁଡିକର ନାଗରିକଙ୍କ ଦିନକର ଆୟଠାରୁ ମଧ୍ୟ ଅପେକ୍ଷା କମ । ଏହି ଦେଶର ଲୋକମାନଙ୍କୁ ପେଟପୁରା ଖାଦ୍ୟ ମଧ୍ୟ ଜୁଟିନଥାଏ । ଆସନ୍ତୁ ଜାଣିବା ୨୦୨୪ରେ ବିଶ୍ୱର ୧୦ ଗରିବ ଦେଶ ବିଷୟରେ...

poorest countries in the World
poorest countries in the World (RKC)
author img

By ETV Bharat Odisha Team

Published : Jun 18, 2024, 11:11 AM IST

Updated : Jun 18, 2024, 1:36 PM IST

ହାଇଦ୍ରାବାଦ: ବିଶ୍ୱ ୨୦୨୪ରେ ପହଞ୍ଚିଛି । ଅନେକ ରାଷ୍ଟ୍ର ଅର୍ଥନୈତିକ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି । ନୂଆ ନୂଆ ଆବିଷ୍କାର ଓ ଉଦ୍ଭାବନ କରିବାରେ ଲାଗିଛନ୍ତି ଅନେକ ଦେଶ । ହେଲେ ଏବେବି ବିଶ୍ୱରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନେ ଆର୍ଥିକ ସ୍ଥିତିରେ ଅନଗ୍ରସର ହୋଇ ରହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସବୁ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି । ଦାରିଦ୍ର୍ୟ, ଅସ୍ୱାକ୍ଷରତା, ନିମ୍ନ ସ୍ୱାସ୍ଥ୍ୟ ସେବା ସହ ଏବେବି ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନଙ୍କ ମୁଣ୍ଡପିଛା ଆୟ ୧୦୦ଟଙ୍କାରୁ କମ । ତେବେ ଆସନ୍ତୁ ଜାଣିବା ୨୦୨୪ ମୁଣ୍ଡ ପିଛା ଆୟ ତୁଳନାରେ କେଉଁ ୧୦ଟି ଦେଶର ବିଶ୍ୱର ସବୁଠୁ ଗରିବ ଦେଶ ଅଟନ୍ତି ।

poorest countries in the World
poorest countries in the World (RKC)

୧. ସାଉଥ ସୁଦାନ (South Sudan): 2024ରେ ଗରିବ ରାଷ୍ଟ୍ର ତାଲିକାରେ ପ୍ରଥମ ସ୍ଥାନରେ ରହିଛି ସାଉଥ ସୁଦାନ ଦେଶ । ଏହି ଦେଶ ଦଶନ୍ଧି ଧରି ଦାରିଦ୍ର୍ୟ, ଆର୍ଥିକ ଅନଗ୍ରସର ସହ ଯୁଝି ହୋଇ ଆସୁଛି । ଗରିବ ରାଷ୍ଟ୍ର ସହ ଗୃହ ବିବାଦ ସହ ସଂଗ୍ରାମ କରୁଛି ଦେଶ । ସୀମିତ ଭିତ୍ତିଭୂମୀ ତଥା ତୈଳ ରାଜସ୍ୱ ଉପରେ ଏହି ଦେଶ ନିର୍ଭର କରୁଛି ।

poorest countries in the World
poorest countries in the World (RKC)

୨. ବୁରୁଣ୍ଡି (Burundi): ଗରିବ ରାଷ୍ଟ୍ର ତାଲିକାର ଦ୍ୱିତୀୟରେ ରହିଛି ପୂର୍ବ ଆଫ୍ରିକୀୟ ଦେଶ ବୁରୁଣ୍ଡି । ଏହି ଦେଶର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ । ଏହି ଦେଶର ଜନସଂଖ୍ୟା ୩୦ ପ୍ରତିଶତ ଲୋକ ମୁଖ୍ୟତଃ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ରାଜନୈତିକ ଅସ୍ଥିରତା ଓ ଜାତିଗତ ତିକ୍ତତା ଏହି ଦେଶରେ ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରୁଛି ।

poorest countries in the World
poorest countries in the World (RKC)

୩. ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ (Central African Republic): ଖଣିଜ ସମ୍ପଦରେ ଭରପୁର ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ ଦେଶ । ହୀରା, ସୁନା ଭଳି ଦାମି ଖଣିଜ ସମ୍ପଦରେ ଭରପୁର ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ । ହେଲେ ବର୍ଷ ବର୍ଷ ଧରି ଏଠାକାର ନାଗରିକ ଦାରିଦ୍ର ସୀମାରେଖା ତଳେ ରହି ଆସୁଛନ୍ତି । ଦଶନ୍ଧି ଧରି ଏହି ଦେଶ ଦାରିଦ୍ର୍ୟ, ଅସ୍ଥିରତା ଓ ଅବ୍ୟବସ୍ଥା ସହ ସଂଗ୍ରାମ ଜାରି ରଖିଛି ।

poorest countries in the World
poorest countries in the World (RKC)

୪. ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ (Democratic Republic of the Congo): କଙ୍ଗୋରେ ପ୍ରାକୃତିକ ସମ୍ପଦରେ ଭରପୁର ଥିଲେ ମଧ୍ୟ ଆର୍ଥିକ ଅଭିବୃଦ୍ଧି ସହ ସଂଘର୍ଷ କରି ଆସୁଛି । ଦଶନ୍ଧୀ ଧରି ବିବାଦ, ଦୁର୍ନୀତି ଓ ଅବ୍ୟବସ୍ଥା ଯୋଗୁ ଦେଶ ଗରିବ ସୀମାରେଖା ତଳେ ରହି ଆସୁଛି ।

poorest countries in the World
poorest countries in the World (RKC)

୫.ମୋଜାମ୍ୱିକ୍ (Mozambique): ବିଶ୍ୱର ଗରିବ ରାଷ୍ଟ୍ରର ତାଲିକାରେ ଆଉ ଏକ ନାଁ ହେଉଛି ମୋଜାମ୍ବିକ୍ । ନିରକ୍ଷରତା, ଦୁର୍ବଳ ଭିତ୍ତିଭୂମୀ ଓ ପ୍ରାକୃତିକ ବିପର୍ଯ୍ୟୟ ଏହି ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବାଧକ ସାଜୁଛି । ନିକଟ ଅତୀତରେ ଦେଶ ଅଗ୍ରଗତିର ରାସ୍ତାକୁ ଆସୁଥିବା ବେଳେ ବିଶେଷ କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ବୃଦ୍ଧି ପାଇଛି ।

poorest countries in the World
poorest countries in the World (RKC)

୬.ମଲାଓ୍ବି (Malawi): ମଲାଓ୍ବିର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଏଠାକାର ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ଜୀବିକା ପ୍ରତିପୋଷଣ କରିଥାନ୍ତି । ଶିକ୍ଷା , ସ୍ୱାସ୍ଥ୍ୟ ଓ ଭିତ୍ତିଭୂମୀ କ୍ଷେତ୍ରରେ ଦୁର୍ବଳ ହେତୁ ଦେଶରେ ଦାରିଦ୍ରତା ବୃଦ୍ଧି ପାଇବାରେ ଲାଗିଛି ।

୭.ନାଇଜର (Niger): ଗରିବ ରାଷ୍ଟ୍ର ମଧ୍ୟରେ ନାଇଜର ସ୍ଥାନ ସପ୍ତମରେ ରହିଛି । ଖାଦ୍ୟ ଅଭାବ, ଶିକ୍ଷା କ୍ଷେତ୍ରରେ ଦୁର୍ବଳତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ସଂଘର୍ଷ କରୁଛି ନାଇଜର । ଏହାର ଅର୍ଥନୀତି ମଧ୍ୟ କୃଷି ଉପରେ ନିର୍ଭରଶୀଳ ।

୮. ଚାଡ (Chad): କେନ୍ଦ୍ର ଆଫ୍ରିକୀୟ ଦେଶ ଚାଡର ଅର୍ଥନୀତି ମୁଖ୍ୟତଃ ତୈଳ ରପ୍ତାନୀ ଉପରେ ନିର୍ଭରଶୀଳ । ହେଲେ ରାଜନୈତିକ ଅସ୍ଥିରତା, ଜାତିଗତ ତିକ୍ତତା ଓ ଅବିକଶିତ ଭିତ୍ତିଭୂମୀ ଦାରିଦ୍ରତାର ମୁଖ୍ୟ କାରଣ ।

୯. ଲାଇବେରିଆ (Liberia): ଲାଇବେରିଆ ଲୁହାପଥର ଓ ରବରର ପ୍ରାକୃତିକ ଗନ୍ତାଘର ଭାବେ ଜଣାଶୁଣା । ହେଲେ ଦୁର୍ନୀତି, ଗୃହଯୁଦ୍ଧ ଯୋଗୁ ଏହି ଦେଶ ଏବେବି ଗରିବ ସୀମାରେଖା ତଳେ ରହିଛି ।

10. ମାଡାଗାସ୍କର(Madagascar): ପୂର୍ବ ଆଫ୍ରିକୀୟ ଦେଶ ମାଦଗାସ୍କର ବିଶ୍ୱର ଗରିବ ରାଷ୍ଟ୍ର ତାଲିକାରେ ୧୦ ନମ୍ବରରେ ରହିଛି । ଏହାର ଆର୍ଥନୀତି ମୁଖ୍ୟତଃ କୃଷିକାର୍ଯ୍ୟ ଉପରେ ନିର୍ଭରଶୀଳ । ରାଜନୈତିକ ଅସ୍ଥିରତା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଦେଶର ଗରିବି ପାଇଁ ମୁଖ୍ୟତଃ ଦାୟୀ ।

ଏହାମଧ୍ୟ ପଢନ୍ତୁ.. ଜି-7 ସମ୍ମିଳନୀରେ ମୋଦିଙ୍କୁ ଭେଟିଲେ ଟ୍ରୁଡୋ, ପରେ ପ୍ରତିକ୍ରିୟାରେ କଣ କହିଲେ ! - Justin Trudeau meet PM Modi

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2024, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.