ଭୁବନେଶ୍ବର: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବିକୁ ନେଇ ଉଜ୍ଜ୍ଵଳା ଦିଦି ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପୂରଣ ହୋଇନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ଵଳା ଗ୍ୟାସ ଯୋଗାଇ ଦିଆଗଲା । ଯାହା ଫଳରେ କୋଟିକୋଟି ଲୋକ ଉପକୃତ ହେଲେ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦାୟିତ୍ବ ଦିଆଯାଇଥିଲା । ସେମାନେ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ । ହେଲେ ସରକାର ଏମାନଙ୍କ ପ୍ରତି ଅବହେଳା କରିଥିବା ଉଜ୍ଜ୍ଵଳା ଦିଦି ସଂଘ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ବଳା ଦିଦି ମାନଙ୍କର ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।