ETV Bharat / state

ରାଜଧାନୀରେ ଫୁଟ ଓଭରବ୍ରିଜରେ ରହିବ ଲିଫ୍ଟ ସୁବିଧା; ଭିତ୍ତି ସ୍ଥାପନ କଲେ ସାଂସଦ - Bhubaneswar MP Aparajita Sarangi

author img

By ETV Bharat Odisha Team

Published : Jul 19, 2024, 3:47 PM IST

Bhubaneswar MP Aparajita Sarangi: ପଳାଶୁଣି ଓ ବରମୁଣ୍ଡା ଛକରେ ଦୁଇଟି ଫୁଟ ଓଭରବ୍ରିଜ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଫୁଟ ଓଭରବ୍ରିଜ୍‌ରେ ଲିଫ୍ଟର ସୁବିଧା ମଧ୍ୟ ଉପଲବ୍ଧ ହେବ । ଅଧିକ ପଢ଼ନ୍ତୁ

Bhubaneswar MP Aparajita Sarangi
Bhubaneswar MP Aparajita Sarangi (ETV Bharat Odisha)

ଭୁବନେଶ୍ବର: ଭୁବନେଶ୍ବର ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ସାଂସଦଙ୍କ ଗୁରୁତ୍ବ । ପଳାଶୁଣି ଛକ ଉପରେ ଫୁଟ-ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । 2 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟ ଓଭରବ୍ରିଜରେ ଲିଫ୍ଟର ସୁବିଧା ଉପଲବ୍ଧ ହେବ ଯାହା ପଥଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧା ଯୋଗାଇଦେବ । ସମାନ ଭାବେ ବରମୁଣ୍ଡା ଛକରେ ମଧ୍ୟ ଆଉ ଏକ ଫୁଟ-ଓଭରବ୍ରିଜର ଭିତ୍ତି ପଡ଼ିଛି ।

ଭୁବନେଶ୍ବର-କଟକ ଜାତୀୟ ରାଜପଥ 16, ପଳାଶୁଣି ବଜାର ଉଭୟ ପାର୍ଶ୍ଵକୁ ସଂଯୋଗ କରିବା ପାଇଁ ଫୁଟ ଓଭରବ୍ରିଜ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ପଳାଶୁଣି ଛକରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ସାଂସଦ କହିଛନ୍ତି, "ଲୋକମାନଙ୍କର ଦୀର୍ଘଦିନର ଦାବି ଥିଲା ପଳାଶୁଣିଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବାକୁ । ଯେହେତୁ ଏହି ସ୍ଥାନରେ ବହୁ ଦୁର୍ଘଟଣା ହେଉଛି, ତାକୁ ରୋକିବାକୁ ଏହି ଫୁଟ ଓଭରବ୍ରିଜ ସହାୟକ ହେବ ।" ପ୍ରକଳ୍ପ ପାଇଁ ପଳାଶୁଣିବାସୀଙ୍କ ସହଯୋଗ କାମନା କଲେ ସାଂସଦ । ବରମୁଣ୍ଡାରେ ମଧ୍ୟ ଆଉ ଏକ ଫୁଟ ଓଭରବ୍ରିଜ ନିର୍ମାଣ ନେଇ ଶୁଭ ଦିଆଗଲା । ଏଥିପାଇଁ ଜାତୀୟ ରାଜପଥ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଧନ୍ୟବାଦ ଜଣାଇଲେ ଅପରାଜିତା । ଏହି ଫୁଟ ଓଭରବ୍ରିଜରେ ଲିଫ୍ଟ କାର୍ଯ୍ୟକ୍ଷମ ହେବ, ଯାହା ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟକ ହେବ ବୋଲି ସାଂସଦ କହିଛନ୍ତି ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୂର୍ବରୁ ନିଜର ବାର୍ଷିକ ରିପୋର୍ଟ କାର୍ଡ ଲୋକଙ୍କ ସାମ୍ନାକୁ ଆଣନ୍ତି । ପୂର୍ବରୁ ଅପରାଜିତା ବିରୋଧୀ ଦଳରେ ରହିଥିଲେ । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲାପରେ ଭୁବନେଶ୍ବର ସାଂସଦ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବେ ବୋଲି ଜନସାଧାରଣ ଆଶାବାଦୀ । ଅପରାଜିତା ସାଂସଦ ପାଣ୍ଠିରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କରିଛନ୍ତି । ପୂର୍ବରୁ ହଂସପାଳ ଛକ ଠାରେ ଜାତୀୟ ରାଜପଥ ଉପରେ ଏକ ଫୁଟ ଓଭରବ୍ରିଜ ସାଂସଦ ପାଣ୍ଠିରେ ନିର୍ମାଣ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଧସିଲା ଜାତୀୟ ରାଜପଥ: ଦବିଲା ଆଇଗେଣିଆ ଫ୍ଲାଇଓଭର, ଫସିଲା ୪୦୭ - NH 16 Roadslide in Bhubaneswar

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.