ETV Bharat / health

ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ', ଅବାଞ୍ଛିତ ଗର୍ଭଧାରଣରୁ ପାଇବେ ମୁକ୍ତି - Prevent Unwanted Pregnancy

author img

By ETV Bharat Odisha Team

Published : Jul 12, 2024, 7:32 PM IST

Unwanted Pregnancy Prevention: ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ' । ୩ ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ପାଇବେ ମୁକ୍ତି ।

ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ', ୩ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ପାଇବେ ମୁକ୍ତି
ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ', ୩ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ପାଇବେ ମୁକ୍ତି (Getty)

ଭୁବନେଶ୍ୱର: ନୂତନ ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ' । ଇମପ୍ଲାଣ୍ଟ ମହିଳାଙ୍କ ପାଇଁ ଦୀର୍ଘକାଳୀନ ପ୍ରତିବର୍ତ୍ତନସିଲ ହରମୋନ ଯୁକ୍ତ ଗର୍ଭ ନିରୋଧକ ବିଧି ଅଟେ । ଏହା ବିଶେଷ ଭାବରେ ତିନି ବର୍ଷ ପର୍ଯ୍ୟନ୍ତ ଗର୍ଭ ଧାରଣାରୁ ସୁରକ୍ଷା ପ୍ରଦାନ କରିବାର ଉପାୟ ଅଟେ । ଏହାକୁ ସହଜରେ ମହିଳାଙ୍କ ବାହୁର ଚର୍ମ ତଳେ ଲଗାଯାଏ । ଦରକାର ପଡିଲେ ସହଜରେ ମଧ୍ୟ କଢାଯାଇ ପାରିବ । ଏପରିକି କାଢିବା ବେଳେ ମହିଳାଙ୍କୁ କୌଣସି କଷ୍ଟ ଭୋଗିବାକୁ ପଡିନଥାଏ । ଏହାକୁ ମାସିକ ଋତୁ(ପିରିୟଡ୍‌) ହେବା ସମୟରେ ପ୍ରସବ ପରେ ଗର୍ଭପାତର ୭ ଦିନ ଭିତରେ ଯେତେବେଳେ ହେଲେ ଲଗାଯାଇପାରିବ ।

ନୂତନ ଗର୍ଭନିରୋଧକର ନୂଆ ପଦ୍ଧତି 'ଇମପ୍ଲାଣ୍ଟ', ୩ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ପାଇବେ ମୁକ୍ତି (ETV Bharat Odisha)
  • ଇମପ୍ଲାଣ୍ଟ କ'ଣ ?
    ଏହା ଏକ ନୂତନ ଗର୍ଭନିରୋଧକ ପଦ୍ଧତି । ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ଦେଇଥାଏ ।
  • କେଉଁଠି ଏବଂ କେବେ ଇମପ୍ଲାଣ୍ଟ ଲଗାଯାଇଥାଏ ?
    ଏହାକୁ ମହିଳାଙ୍କ ହାତ ଉପରିଭାଗରେ ଚର୍ମ ତଳେ ଲଗାଯାଇଥାଏ । ଏହା ଲଗାଇବା ଖୁବ୍ ସରଳ ଅଟେ । ତେବେ ଋତୁସ୍ରାବର ସାତ ଦିନ ପରେ ସାତଦିନ ଭିତରେ ଏହାକୁ ଲଗାଯାଇଥାଏ । ଗର୍ଭପାତ କରିବାପରେ (ତୁରନ୍ତ କିମ୍ବା ସାତ ଦିନ ମଧ୍ୟରେ ଲଗାଯାଇପାରିବ) । ଏହା ଛଡ଼ା ଇମପ୍ଲାଣ୍ଟ ସବୁ ସମୟରେ ଲଗାଯାଇପାରିବ (ଗର୍ଭ ନଥିବା ସୁନିଶ୍ଚିତ କରିବା ପରେ)।
  • କେଉଁମାନେ ଏହି ଇମପ୍ଲାଣ୍ଟ ବ୍ୟବହାର କରିପାରିବେ ?
    ଗର୍ଭଧାରଣ କ୍ଷମତା ଥିବା ସମସ୍ତ ମହିଳା ଏହାକୁ ବ୍ୟବହାର କରିପାରିବେ । ଗର୍ଭପାତ କିମ୍ବା ପ୍ରସବ ପରେ ଲଗାଇବା ସୁରକ୍ଷିତ ଅଟେ । ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।

  • ଏହା ବ୍ୟବହାର କରିବା ପରେ ମହିଳା ମାନେ ପୁନଃ ଗର୍ଭଧାରଣ କରିପାରିବେ କି ?
    ଏହାକୁ ବ୍ୟବହାର କରିବା ପରେ ମହିଳାମାନେ ବିଶେଷ ଭାବରେ ପୁନଃ ଗର୍ଭଧାରଣ କରିପାରିବେ । ଏହି ଇମପ୍ଲାଣ୍ଟ ଲଗାଇବା ପରେ ମାସିକ ରୁତୁସ୍ରାବରେ କିଛିଟା ପରିବର୍ତ୍ତନ (ଅନିୟମିତ ଋତ୍ୟୁସ୍ରାବ, ମାସିକ ଧର୍ମ ବନ୍ଦ) ହୋଇପାରେ । କିନ୍ତୁ ଏହା ମହିଳାଙ୍କ ପାଇଁ କୌଣସି କ୍ଷତିକାରକ ନୁହେଁ । ଏହି ଇମପ୍ଲାଣ୍ଟ ଲଗାଇବା ଦ୍ଵାରା ୩ ବର୍ଷ ପର୍ଯ୍ୟନ୍ତ ଅବାଞ୍ଚିତ ଗର୍ଭଧାରଣରୁ ମୁକ୍ତି ମିଳିପାରିବ ।
  • ଇମପ୍ଲାଣ୍ଟର କ'ଣ ସବୁ ଲାଭ ମିଳେ ?
    ପ୍ରଜନନକ୍ଷମ ସବୁ ମହିଳାମାନଙ୍କ ପାଇଁ ଏହା ଉପଯୁକ୍ତ ପଦ୍ଧତି ଅଟେ । ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ଏହା ସମ୍ପୂର୍ଣ ସୁରକ୍ଷିତ ଅଟେ । ଋତୁସ୍ରାବ ସମୟରେ ହେଉଥିବା ଅତ୍ୟାଧିକ ରକ୍ତସ୍ରାବକୁ କମ କରି ରକ୍ତହୀନତାରୁ ରକ୍ଷା କରେ । ଏହାକୁ ବ୍ୟବହାର କରିବାପରେ ସମ୍ପୂର୍ଣ ମହିଳା ପୁଣିଥରେ ଗର୍ଭଧାରଣ କରିପାରିବେ ।

  • ଏହା କଣ ପ୍ରଭାବ ପକାଇଥାଏ ?
    ଋତୁସ୍ରାବରେ ପରିବର୍ତ୍ତନ (ଅନିୟମିତ ରକ୍ତସ୍ରାବ, ବହୁତ ସମୟ ଧରି ରକ୍ତ ସ୍ରାବ ହେବା, କିମ୍ବା ବହୁତ୍ ସମୟ ଧରି ରକ୍ତ ସ୍ରାବ ନହେବା, ଋତୁସ୍ରାବ ବନ୍ଦ ହେବା) ହୋଇପାରେ । କିନ୍ତୁ ଏହା ମହିଳା ମାନଙ୍କ ପାଇଁ କୌଣସି କ୍ଷତି କାରକ ନୁହେଁ । ମୁଣ୍ଡ ବିନ୍ଧା ହେବା, ପେଟ କାଟିବା, ଓଜନ କମିବା ଆଦି ପ୍ରଭାବ ପକାଇଥାଏ ।
  • ଇମପ୍ଲାଣ୍ଟ ଲଗାଯିବା ପରେ କ'ଣ କରିବା ଉଚିତ ?
    ଲଗାଇବାର ଦୁଇ ଦିନ ପରେ ବାହାର ପଟିକୁ, ପାଞ୍ଚ ଦିନ ପରେ ଭିତର ପଟିକୁ ବାହାର କରନ୍ତୁ । ଇମପ୍ଲାଣ୍ଟ ଲଗାଇବା ପରେ ମହିଳାମାନେ ଦୈନଦିନ କାର୍ଯ୍ୟ କରିପାରିବେ । ଇମପ୍ଲାଣ୍ଟ ଲଗାଇବା ପରେ ଇମପ୍ଲାଣ୍ଟ ଜାଗାକୁ ବାରମ୍ବାର ଛୁଅନ୍ତୁ ନାହିଁ । ୫ ଦିନ ପର୍ଯ୍ୟନ୍ତ ଭାରି ଓଜନ ଉଠାନ୍ତୁ ନାହିଁ । ସଂକ୍ରମଣ ହେବାର ସମ୍ଭାବନାକୁ ରୋକିବା ପାଇଁ ଇମପ୍ଲାଣ୍ଟ ଲଗାଯାଇଥିବା ସ୍ଥାନକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଶୁଖିଲା ଏବଂ ସଫା ରଖନ୍ତୁ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ; ସ୍କୁଲ ଓ ହଷ୍ଟେଲ ପାଇଁ ଆସିଲା ଆଡଭାଇଜରୀ, ରାଜ୍ୟ କହିଲା ମଶାରୀ ଦେଉନି କେନ୍ଦ୍ର

  • ସ୍ଵାସ୍ଥ୍ୟ କେନ୍ଦ୍ରକୁ କେବେ ଯିବେ ?
    ଇମପ୍ଲାଣ୍ଟ ଲଗାଯାଇଥିବା ସ୍ଥାନରେ ଅଧିକ କଷ୍ଟ ହେଲେ, ଲାଗିଥିବା ଜାଗାଟି ଫୁଲିଥାଏ, ପୁଜ ବାହାରିଲେ, କଳା ପଡିଲେ ଇତ୍ୟାଦି। ରଡ ବାହାରକୁ ଦେଖାଗଲେ, ଯେବେ ଗର୍ଭଧାରଣ କରିବାର ଇଚ୍ଛା ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.