ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ପରିବର୍ତ୍ତିତ ଜୀବନଶୈଳୀରେ ସମସ୍ୟା । ଯାହା ଅନେକ ରୋଗର କାରଣ ହୋଇଥାଏ । ଅନ୍ୟ ରୋଗ ଅପେକ୍ଷା ମେରୁଦଣ୍ଡରେ ଯନ୍ତ୍ରଣା ହେବା ପ୍ରାୟତଃ ସ୍ଵାଭାବିକ ସମସ୍ୟା ଏକ ପ୍ରକାରର ସାଧାରଣ ରୋଗ ହେଇଗଲାଣି । ବୟସ ବଢ଼ିବା ସହିତ ଏହି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ । କେବଳ ବୟସ ବଢିଲେ ହୁଏ ନାହିଁ ବରଂ ଛୋଟ ଛୋଟ ପିଲା ଏବଂ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଦେଖାଯାଉଛି । ଅଫିସ୍ ଚାକିରି ହେତୁ ସୁସ୍ଥ ଜୀବନର ନିୟମ ଭଙ୍ଗ କରୁଛନ୍ତି ଲୋକେ । ଏପରି ସମୟରେ ପିଲା ଠାରୁ ବଡ଼ ପ୍ରାୟତଃ ଅଧିକା ସମୟ ବସି ରହି କାମ କରିବା ଫଳରେ ମେରୁଦଣ୍ଡ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେଣୁ ଏହାର ନିରାକରଣ ସମ୍ପର୍କରେ ଅବଗତ ହେବା ସହିତ ଏହାକୁ ସତର୍କତାର ସହ ପରିଚାଳନା କରିବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ତେବେ ମେରୁଦଣ୍ଡ ଜନିତ ସମସ୍ୟାର ନିରାକରଣ ପାଇଁ ଔଷଧ, ଫିଜିଓଥେରାପି ଏବଂ ବିଶେଷ ଭାବରେ ସର୍ଜରୀ ମାଧ୍ୟମରେ ଉପଚାର କରାଯାଏ । ଅନ୍ୟପଟେ ଏହି ସମସ୍ୟାର ନିରାକରଣ ନିଜ ଦ୍ଵାରା ହିଁ ସମ୍ଭବ ହୋଇପାରିଥାଏ । ସେଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡ ସୁରକ୍ଷିତ ରଖିପାରିବେ । ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ପାଞ୍ଚଟି ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରାଯାଇପାରେ । ଏହାଦ୍ଵାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ଆଶଙ୍କାକୃତ ସମସ୍ୟାର ସଫଳ ନିରାକରଣ ସମ୍ଭବ ହୋଇଥାଏ ।

- ଅଧିକ ସମୟ ବସି ରହିଲେ କ'ଣ ହେବ
ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ଠାରୁ ଯୁବ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ଗୋଟିଏ ସମସ୍ୟା ଦେଖାଯାଉଛି । ଯାହା ହାଡ ଜନିତ ରୋଗ ଏବଂ ବର୍ତ୍ତମାନ ସମୟରେ ଦେଖାଯାଉଛି ତାହା ମେରୁଦଣ୍ଡ ଜନିତ ସମସ୍ୟା ତଥା ବ୍ୟାକ ପେନ(Back Pain)। ଏହା ପାଇଁ ମୁଖ୍ୟ କାରଣ ହେଉଛି ଖରାପ ଜୀବନ ଶୈଳୀ । ଏପରିକି ଅଧିକ ସମୟ ଧରି ଲାପଟପ୍ ହେଉ ବା ସ୍କୁଲ ପିଲାଙ୍କୁ ଅଧିକ ବହି ବସ୍ତାନି ଦେବା ଆଦି ରୋଗ ଅଧିକ ମାତ୍ରାରେ ଦେଖାଯାଇଥାଏ । ଯେହେତୁ ଅଧିକ ସମୟ ଧରି ପିଲାମାନେ ବସି ରହୁଛନ୍ତି ତେଣୁ ପିଲାଙ୍କର ବ୍ୟାକ୍ ପେନ୍(Back Pain) ବୃଦ୍ଧି ପାଇଛି । ଏହା ସହ ଯେଉଁ ମାନେ ଅଫିସରେ ଅଧିକ ସମୟ ଧରି ବସୁଛନ୍ତି ସେମାନଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଉଛି । ବେକ, ପିଠି ଏବଂ ତଳ ପିଠିରେ ଯନ୍ତ୍ରଣା ହୋଇଥାଏ ।
- ଶରୀର ଓଜନର ପ୍ରଭାବ
କେବଳ ଏତିକି ନୁହେଁ ଅଧିକ ସମୟ ବସିବା ଦ୍ୱାରା ଏହା ଓଜନ ମଧ୍ୟ ବଢାଇଥାଏ । ଫଳରେ ଶରୀରର ଓଜନ ମେରୁଦଣ୍ଡ ଉପରେ ଗୁରୁତର ପ୍ରଭାବରେ ପକାଇଥାଏ । କେବଳ ୧୦ ରୁ ୨୦ ଗୁଣା ଅଧିକ ଓଜନ ବୋହିନେବା ଦ୍ଵାରା ଆପଣଙ୍କ ମାଂସପେଶୀ ଉପରେ ଅଧିକ ଚାପ ପଡିବା ସହିତ ମେରୁଦଣ୍ଡର ସଂରଚନାରେ ମଧ୍ୟ ଚାପ ଅନୁଭୂତ ହୋଇଥାଏ । ମେରୁଦଣ୍ଡରେ ବିଶେଷ ଭାବରେ ଓଜନର ଚାପ୍ ପଡିଲେ ଏହା ପରବର୍ତ୍ତୀ ସମୟରେ ଅଧିକ ପ୍ରଭାବିତ କରାଇଥାଏ । ମେରୁଦଣ୍ଡର ସମ୍ମୁଖ ଭାଗର ଖଞ୍ଜାରେ ଓଷ୍ଟିଓଆଥ୍ରୋଇଟିସ୍ ଏବଂ ମେରୁଦଣ୍ଡ ଇଣ୍ଟରଭର୍ଟିବାଲ ଡିସ୍କ ଖସିଯିବା ଭଳି ଆଶଙ୍କା ସୃଷ୍ଟି କରିଥାଏ । ତେବେ ଏହାକୁ ଦୃଷ୍ଟିରେ ରଖି ଓଜନ ସମେତ ଉଚ୍ଚତା ଏବଂ ବୟସ ଅନୁସାରେ ନିୟନ୍ତ୍ରଣ କରିବା ଆବଶ୍ୟକ ଅଟେ । ଯଦି ଜଣେ ବ୍ୟକ୍ତିଙ୍କର ଓଜନ ଅଧିକ ରହିଛି ତେବେ ଏହି ଓଜନ ହ୍ରାସ କରି ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଠାରୁ ଦୂରେଇ ରହିବ ।

- ବ୍ୟାକ ପେନ(Back Pain)ର ପ୍ରତିକାର
ବିଶେଷ ଭାବରେ ଭଲ ଜୀବନଶୈଳୀ ଆପଣାଇ ରୋଗ ହେବା ପୂର୍ବରୁ ଏହାର ନିରାକରଣ କରାଯାଇପାରିବ । ଅଧିକ ସମୟ ବସି ରହିବାକୁ ଅଣଦେଖା କରନ୍ତୁ । ଏଥିସହ ଏହା କରନ୍ତୁ:-
- ଅଧିକ ସମୟ ବସି ରହୁଥିଲେ ମଝିରେ ମଝିରେ ଷ୍ଟ୍ରେଚ ଆଉଟ୍ କରନ୍ତୁ ।
- ଖେଳ କୁଦ ବ୍ୟାୟାମ କରନ୍ତୁ ।
- ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଫଳରେ ଏହାକୁ ଦୂରେଇ ରହିଲେ ଏହା ହେବାର ସମ୍ଭାବନା କମ ରହିବ ।
- ଜୀବନଶୈଳୀ ବିଶେଷ ଭାବରେ ପିଲା ସମୟରୁ ଆରମ୍ଭ କରିବା ଆବଶ୍ୟକ । ସମସ୍ତ ପିଲା ଅନେକ ସମୟରେ ଖେଳ କୁଦରେ ଲିପ୍ତ ରହିବା ଆବଶ୍ୟକ ।
- ନିୟମିତ ବ୍ୟାୟାମର ଆବଶ୍ୟକତା
ଏରୋବିକ ବ୍ୟାୟାମ ସହିତ ମେରୁଦଣ୍ଡ ଯନ୍ତ୍ରଣାକୁ ଉପଶମ ତଥା ଦୂରଉଥିବା ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ତେଣୁ ମେରୁଦଣ୍ଡକୁ ସିଧା କରିବା, ମେରୁଦଣ୍ଡକୁ ସୁରକ୍ଷା ପ୍ରଦାନ କରିଥାନ୍ତି ୱେଟ୍ ଟ୍ରେନିଂ, ଯୋଗ ଆଦି । ଯାହା ଦ୍ଵାରା ମେରୁଦଣ୍ଡ ପାଇଁ ଉପଯୁକ୍ତ ବ୍ୟାୟାମ ପହଞ୍ଚାଇଥାଏ । କେତେକ ବ୍ୟାୟାମ ଓଜନ ହ୍ରାସ ପାଇଁ ଉପଯୋଗୀ ନଥିଲେ ମଧ୍ୟ ଏଗୁଡିକ ସ୍ଵତନ୍ତ୍ର ଭାବେ ମେରୁଦଣ୍ଡ ମାଂସପେଶୀକୁ ନମନୀୟ କରି କାର୍ଯ୍ୟକାରିତା ବୃଦ୍ଧି କରିଥାଏ ।

- ଏଣ୍ଡୋସ୍କୋପି ସ୍ପାଇନ ସର୍ଜରୀ କ'ଣ ଏବଂ ସ୍ପାଇନ ସର୍ଜରୀ ପାଇଁ କେତେ ସୁରକ୍ଷିତ ଏଣ୍ଡୋସ୍କୋପି?
ସ୍ପାଇନ ଅପରେସନ ପାଇଁ କେତେ ଆବଶ୍ୟକ ଏଣ୍ଡୋସ୍କୋପି । ଏହି ଅପରେସନ ପରେ କିଭଳି ରହିବ ରୋଗୀର ଅବସ୍ଥା । ପରବର୍ତ୍ତୀ ସମୟରେ ଏହାର ପ୍ରଭାବ କିଭଳି ରହିବ ସେନେଇ କଣ କହିଚନ୍ତି ଡାକ୍ତର ଆନନ୍ଦ ବେହେରା । ଡାକ୍ତର ଆନନ୍ଦ ବେହେରା କହିଛନ୍ତି ଯେ, ଏଣ୍ଡୋସ୍କୋପି କହିଲେ ସ୍ପାଇନ ପାଇଁ ଆବଶ୍ୟକ । ମେରୁଦଣ୍ଡ ପାଖରେ କୌଣସି କିଛି ଅଙ୍ଗର କ୍ଷତି ନଘଟି ଅପରେସନ କରାଯାଇପାରିବ । ଯାହା ଏକ ଭିଡିଓ ମାଧ୍ୟମରେ ଦେଖି ମେରୁଦଣ୍ଡରେ ଅପରେସନ କରାଯାଇଥାଏ । ଏହାର ଅନେକ ଲାଭ ମଧ୍ୟ ରହିଛି । ଯେମିତିକି ଶରୀରରୁ ଅଧିକ ଭାବରେ ରକ୍ତ ନଷ୍ଟ ହୁଏ ନାହିଁ । ତାସହିତ ଟିସୁ ମଧ୍ୟ ନଷ୍ଟ ହୁଏ ନାହିଁ । ବଡ଼ ପରଦାରେ ଦେଖିକି ଅପରେସନ କରାଯାଇଥାଏ । ବିଶେଷ ଭାବରେ ରୋଗୀକୁ ଅପରେସନ ସମୟରେ ବା ପରେ ପେନ୍ ବିଶେଷ ଭାବରେ ବହୁତ୍ କମ ହୋଇଥାଏ । ଏହି ଅସ୍ତ୍ରୋପଚାରର ଅନେକ ଲାଭ ଅଛି...
- କାହିଁକି ରୋଗୀ କରିବେ ଏଣ୍ଡୋସ୍କୋପି ବା ଏହି ଅସ୍ତ୍ରୋପଚାରର ଲାଭ କ'ଣ ?
ବିଶେଷ ଭାବରେ ଅପରେସନ ସମୟରେ ପେନ୍ ଅଧିକ ମାତ୍ରାରେ ରିକଭରି କରିହେବ । ଏହା କିଛି ଘଣ୍ଟା ମଧ୍ୟରେ ଚିକିତ୍ସା କରାଯାଇପାରିବ । କୌଣସି ଟିସୁ ନଷ୍ଟ ନହୋଇ ସଫଳତାର ସହ ଅପରେସନ କରାଯାଇପାରିବ । ଭବିଷ୍ୟତରେ କିଛି ସମସ୍ୟା ହେବାର ସମ୍ଭାବନା କମ ରହିଥାଏ ।
- କେଉଁ ରୋଗୀ ଏହି ଏଣ୍ଡୋସ୍କୋପି କରିପାରିବେ
ଅଣ୍ଟା ସମ୍ବନ୍ଧୀୟ ରୋଗ କହିଲେ ସ୍ଲିପ୍ ଡିସ୍କ ଗୋଟିଏ ମୁଖ୍ୟ ରୋଗ । ୮୦ -୯୦ ପ୍ରତିଶତ କ୍ଷେତ୍ରରେ ଏହାର ବ୍ୟବହାର ପଡେନି । ଯଦି ମଳ ପରିସ୍ରା କ୍ଷେତ୍ରରେ ସମସ୍ୟା ଦେଖାଯାଉଛି ବା ଅଚଳ ହୋଇପଡୁଛି, ପାଦ ଚାଲୁନି, ବୟସ ଯୋଗୁଁ ଯଦି ମେରୁଦଣ୍ଡ ଉପରେ ଗୁରୁତ୍ବ ପ୍ରଭାବ ପକାଇଛି । ଏହା ସହ କିଛି ବାଟ ଚାଲିଗଲା ପରେ ପାଦ ଝିମ୍ ଝିମ୍ ଲାଗିବା । ଅଣ୍ଟାରୁ ପାଦ ପର୍ଯ୍ୟନ୍ତ କିଛି ସମୟ ପାଇଁ ଅଚଳ ହୋଇଯିବା । ଅତ୍ୟାଧିକ ପେନ୍ ହେବା । ଏହାକୁ ଲୋକମାନେ ବିଶେଷ ଭାବରେ ନ୍ୟୁରୋଲୋଜି ବୋଲି ଭାବନ୍ତି କିନ୍ତୁ ଏହା ହେଉଛି ସ୍ପାଇନ ସମସ୍ୟା ।
- କେଉଁ ବୟସ ଅନୁସାରେ ଦେଖାଯାଏ ସମସ୍ୟା
ବିଶେଷ ଭାବରେ ଯୁବାବସ୍ଥାରେ ଏବଂ ବୟସ ବୃଦ୍ଧି ସମୟରେ ଏଣ୍ଡୋସ୍କୋପି ଦରକାର ପଡ଼ିଥାଏ । ଯାହା ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ କମ ମାତ୍ରାରେ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଜଣ୍ଡିସ ତ ଜଣ୍ଡିସ, ପୁଣି କ୍ୟାନ୍ସର ଜଣ୍ଡିସ କଣ ? ଜାଣି ରଖନ୍ତୁ ଲକ୍ଷଣ
- ଏହାର ସତର୍କ
ଏଣ୍ଡୋସ୍କୋପି ଅଧିକରୁ ଅଧିକ ଜାଣିବା ଆବଶ୍ୟକ । ଏହାକୁ ନେଇ ସଚେତନ ହେବା ଜରୁରୀ । ଲୋକମାନେ ଭାବନ୍ତି ଷ୍ପାଇନ ଅପରେସନ ହେଲେ ପାରାଲିସିସ୍ ହୋଇଯିବ । ଯାହାକୁ ନେଇ ରୋଗୀମାନେ ବିଶେଷଭାବେ ଡର ରହିଥାଏ । କିନ୍ତୁ ଏହା ବର୍ତ୍ତମାନ ସମୟରେ ଏକ ଦୈନନ୍ଦିନ ଅପରେସନ ହୋଇଗଲାଣି । ସ୍ପାଇନ ଅପରେସନ ପାଇଁ ଭୟ ରଖନ୍ତୁ ନାହିଁ ବୋଲି କହିଛନ୍ତି ଡାକ୍ତର ଆନନ୍ଦ ବେହେରା ।
ଇଟିଭି ଭାରତ, ଭୁବନେଶ୍ୱର