ETV Bharat / state

ସମ୍ବଲପୁର ପାଇଁ ରେଳବାଇ ଦେଲା ଉପହାର, ଆଉ ହେବନି କ୍ରସ ଟ୍ରାଫିକ୍ ସମସ୍ୟା - Railway Flyover at Sambalpur

author img

By ETV Bharat Odisha Team

Published : Jul 19, 2024, 5:45 PM IST

Railway Flyover at Sambalpur: ରେଳ ଚଳାଚଳ ସମୟରେ ଦୂର ହେବ କ୍ରସ ଟ୍ରାଫିକ୍ ସମସ୍ୟା । ସମ୍ବଲପୁର ଜଙ୍କସନ୍‌ରେ ରେଳ ଚଳାଚଳରେ ପ୍ରତିବନ୍ଧକ ଦୂର କରିବା ପାଇଁ ୮.୧୦ କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ହେବ । ଅଧିକ ପଢ଼ନ୍ତୁ

Railway Flyover at Sambalpur
Railway Flyover at Sambalpur (ETV Bharat Odisha)

ଭୁବନେଶ୍ବର/ସମ୍ବଲପୁର: ରାଜ୍ୟରେ ଅନେକ ବଡ଼ ବଡ଼ ସହର ମଧ୍ୟରେ ରେଳ ଚଳାଚଳକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଯାହାର ଏକମାତ୍ର ସମାଧାନ ହେଉଛି ଫ୍ଲାଏଓଭର । ତେବେ ସମ୍ବଲପୁର ଷ୍ଟେସନଠାରୁ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ରେଳ ଚଳାଚଳରେ ପ୍ରତିବନ୍ଧକ ଦୂର କରିବା ପାଇଁ ୮.୧୦ କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି । ଏନେଇ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି ।

ପ୍ରକଳ୍ପର ମୁଖ୍ୟ ଆକର୍ଷଣ:-

ସୁଗମ ଟ୍ରେନ ଚଳାଚଳ: ରେଳ ଫ୍ଲାଏଓଭର ସମ୍ବଲପୁରର ସମସ୍ତ ପାର୍ଶ୍ବରୁ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ ଓ ସହଜ କରିବ । ଏହା ସହିତ ଟିଟିଲାଗଡ, ଅନୁଗୋଳ ଏବଂ ଝାରସୁଗୁଡା ପାର୍ଶ୍ବକୁ ଏକା ସମୟରେ ପ୍ରତିବନ୍ଧକ ମୁକ୍ତ ପାଇଁ କାର୍ଯ୍ୟ କରିବ ।

କାର୍ଯ୍ୟକ୍ଷମ ଦକ୍ଷତା: ରେଳ ଚଳାଚଳ ସମୟରେ କ୍ରସ ଟ୍ରାଫିକ୍ ବିଳମ୍ବ ହେବା ଏକ ବଡ଼ ସମସ୍ୟା ଭାବେ ଉଭା ହୁଏ, ଯାହା ଏହି ପ୍ରକଳ୍ପ ଦ୍ବାରା ଦୂର ହୋଇପାରିବ । ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏହି ଅଞ୍ଚଳରେ ଟ୍ରେନର ହାରାହାରି ଗତି ଏବଂ ଦକ୍ଷତା ବୃଦ୍ଧି ମଧ୍ୟ କରିବାରେ ସହାୟକ ହେବ ।

ଏନର୍ଜି କରିଡର ଯୋଜନା: ଏହି ପ୍ରକଳ୍ପ ନିର୍ମାଣ ହେଲେ ଭାରତୀୟ ରେଳବାଇର ଏନର୍ଜି କରିଡରର ଏକ ଅଂଶ ବିଶେଷ ହେବ । ଯାହାକି ସ୍ଥାୟୀ ଏବଂ ଦକ୍ଷ ଭିତ୍ତିଭୂମି ବିକାଶ ପାଇଁ ଏକ ପ୍ରତିବଦ୍ଧତା ସୃଷ୍ଟି କରିବ ।

ଦୈର୍ଘ୍ୟ ଏବଂ ମୂଲ୍ୟ: 8.10 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଗୁରୁତ୍ବପୂର୍ଣ୍ଣ ରେଳ ଫ୍ଲାଏଓଭର ପାଇଁ 288.61 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଫ୍ଲାଏଓଭରର ଲାଭ:-

ବର୍ଦ୍ଧିତ କ୍ଷମତା: ନୂତନ ରେଳ ଫ୍ଲାଏଓଭର ଅନ୍ୟ ଲାଇନ ଗୁଡିକ ଅତିକ୍ରମ କରିବାର ଆବଶ୍ୟକତାକୁ ଏଡାଇ ଟିଟିଲାଗଡ, ଝାରସୁଗୁଡା ଏବଂ ଅନୁଗୋଳ ପାର୍ଶ୍ବରୁ ଏକା ସମୟରେ ଟ୍ରେନ୍ ଚଳାଚଳ ପାଇଁ ଉତ୍ସର୍ଗୀକୃତ ଭିତ୍ତିଭୂମି ଯୋଗାଇବ ।

ସମସ୍ୟାର ସମାଧାନ: ଟ୍ରେନ ଚଳାଚଳ ସମୟରେ ଟ୍ରେନ୍ ଟ୍ରାଫିକ୍ ସମସ୍ୟାର ସମାଧାନ ହେବ । ସମ୍ବଲପୁର ବା ସମ୍ବଲପୁର ସିଟି ଷ୍ଟେସନରେ ରେଳ ଗୁଡ଼ିକୁ ଅଟକ ରଖାଯିବ ନାହିଁ । ଏହି ବ୍ୟସ୍ତବହୁଳ ଜଙ୍କସନକୁ ଆସୁଥିବା ଟ୍ରେନ ଗୁଡିକର ଅପେକ୍ଷା ସମୟକୁ ହ୍ରାସ କରାଯିବା ନେଇ ଯୋଜନା କରାଯାଇଛି ।

ପ୍ରତିବନ୍ଧକ ବିନା ଟ୍ରେନ ଚଳାଚଳ: ଏହି ପ୍ରକଳ୍ପ ଟିଟିଲାଗଡ, ଝାରସୁଗୁଡା ଏବଂ ଅନୁଗୋଳ ପାର୍ଶ୍ବକୁ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳ କ୍ଷେତ୍ରରେ ସହଜ କରିବ ।

ପ୍ରକଳ୍ପ ପ୍ରଭାବ:-

ସମ୍ପ୍ରତି ଝାରସୁଗୁଡା, ଟିଟିଲାଗଡ ଏବଂ ଅନୁଗୋଳ ପାର୍ଶ୍ବରୁ ସମ୍ବଲପୁର ଷ୍ଟେସନକୁ ଆସୁଥିବା ଟ୍ରେନ ଗୁଡିକୁ କ୍ରସ୍ ଟ୍ରାଫିକ୍ ସମସ୍ୟା ଯୋଗୁଁ ସମ୍ବଲପୁର ଜଙ୍କସନ ଏବଂ ସମ୍ବଲପୁର ସିଟି ଷ୍ଟେସନରେ ନିୟନ୍ତ୍ରଣ କରାଯାଇଥାଏ । ଯାହାଦ୍ବାରା ଟ୍ରେନ ଚଳାଚଳ କ୍ଷେତ୍ରରେ ବିଳମ୍ବ ଏବଂ କାର୍ଯ୍ୟକ୍ଷମ ଅପାରଗତାକୁ ଦର୍ଶାଇଥାଏ । କ୍ରସ୍ ଟ୍ରାଫିକ୍ ସମସ୍ୟାକୁ ଏହି ରେଳ ଫ୍ଲାଏଓଭର ସମାଧାନ କରିବ । ଯାହା ଭୂପୃଷ୍ଠ କ୍ରସିଂ ବିନା ଏକକାଳୀନ ସମସ୍ତ ପାର୍ଶ୍ବକୁ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ । ଯାହାଦ୍ବାରା ବର୍ତ୍ତମାନର ପ୍ରତିବନ୍ଧକକୁ ଏଡାଇ ଦିଆଯାଇ ପାରିବ ଏବଂ ଏହି ଅଞ୍ଚଳରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି କରାଯାଇ ପାରିବ । ଭାରତୀୟ ରେଳ ସମଗ୍ର ଦେଶରେ ଏହାର ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଚେଷ୍ଟା ଚଳାଇଛି । ସମ୍ବଲପୁରର ଏହି ନୂତନ ପ୍ରସ୍ତାବିତ ରେଳ ଫ୍ଲାଏଓଭର ଟ୍ରେନ ଯାତାୟତ ସମୟକୁ ହ୍ରାସ କରିବା ସହିତ ଟ୍ରେନ୍ ଚଳାଚଳର ଦକ୍ଷତା ବୃଦ୍ଧି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ଟିଟିଲାଗଡରେ ହେବ ରେଳ ଫ୍ଲାଏ ଓଭର, 183.89 କୋଟି ମଞ୍ଜୁର କଲେ ରେଳ ମନ୍ତ୍ରଣାଳୟ - Flyover At Titilagarh Junction

ଇଟିଭି ଭାରତ, ଭୁବନେଶ୍ବର/ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.