ETV Bharat / state

ଖୋଲିଲା ରତ୍ନଭଣ୍ଡାର: କେବେ ହେବ ଅଳଙ୍କାର ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ - Ornaments Counting

author img

By ETV Bharat Odisha Team

Published : Jul 19, 2024, 5:38 PM IST

Ornaments Counting: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ହେଲେ ଅଳଙ୍କାର ଗଣତି ମଣତି କେବେ ହେବ ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏନେଇ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କ'ଣ କହୁଛନ୍ତି ଜାଣନ୍ତୁ ।

Ornaments Counting
Ornaments Counting (ETV Bharat Odisha)

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ସେ କହିଛନ୍ତି, "SOPରେ ଥିବା ଦୁଇଟି କାର୍ଯ୍ୟ ଶେଷ ହୋଇଛି । ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତର ସରିଛି । ଏବେ ତୃତୀୟ କାର୍ଯ୍ୟ ମଣତି ଓ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ASI ରତ୍ନଭଣ୍ଡାରର ମରାମତି ଶେଷ କରିବା ପରେ ଆରମ୍ଭ ହେବ ଗଣତି ମଣତି । ଏନେଇ ASI କମିଟିକୁ ଲିଖିତ ଆକାରରେ ଜଣାଇବ । ମରାମତି ପରେ ଅଳଙ୍କାର ଭର୍ତ୍ତି ଆଲମିରା ଓ ସିନ୍ଧୁକ ଗୁଡିକୁ ଭିତର ରତ୍ନଭଣ୍ଡାରକୁ ନିଆଯିବ । ଗଣତିମଣତି କାର୍ଯ୍ୟ ଭିତର ରତ୍ନଭଣ୍ଡାର ମଧ୍ୟରେ ହିଁ ହେବ ।"

Ornaments Counting (ETV Bharat Odisha)

ଏହା ବି ପଢନ୍ତୁ...କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି - Tunnel inside Ratna Bhandar

ସେ ଆହୁରି କହିଛନ୍ତି, "ମଣତି ଗଣତି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ହେବ । ଏଥିପାଇଁ କିଛି ବିଶେଷଜ୍ଞଙ୍କୁ ସାମିଲ କରାଯିବ । ପୂରା ପ୍ରକ୍ରିୟାରେ ମହାପ୍ରଭୁଙ୍କ ନୀତି ଓ ଦର୍ଶନକୁ ପ୍ରାଥମିକତା ଦିଆଯିବ । ଯେପରି ନୀତିକାନ୍ତି କିମ୍ବା ଦର୍ଶନରେ କୌଣସି ବାଧା ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦିଆଯିବ ।" ଏହାସହ ରତ୍ନଭଣ୍ଡାରକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ସେ କହିଛନ୍ତି, "ଏହି ପ୍ରକ୍ରିୟାରେ କାହାକୁ ଭୋକ, ଶୋଷ ଓ ଥକାପଣ ଅନୁଭବ ହୋଇ ନଥିଲା । ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ଓ ବାହାରିବା ସମୟରେ ଏତେ କମ ସମୟରେ ଏହା ସମ୍ପନ୍ନ ହେବା ଏକ ଐତିହାସିକ କାର୍ଯ୍ୟ ଥିଲା । ମହାପ୍ରଭୁଙ୍କୁ ଆଶୀର୍ବାଦ ବିନା ଏହା ଅସମ୍ଭବ ଥିଲା ।"

ଏହା ବି ପଢନ୍ତୁ...ସାଢ଼େ ସାତ ଘଣ୍ଟା ପରେ ସରିଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର, ଉଡା ଖବର ପରିବେଷଣ ନକରିବାକୁ ଅନୁରୋଧ କଲେ ଜଷ୍ଟିସ ରଥ - Ratna Bhandar Reopen

ଗତକାଲି (ଗୁରୁବାର) ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି । ଦୀର୍ଘ ସାଢେ 7 ଘଣ୍ଟା ପରେ ଭିତର ରତ୍ନଭଣ୍ଡାରରୁ ବାହାରିଥିଲେ 11 ଜଣିଆ କମିଟି । ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲି ଭିତର ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ଦେଇଥିଲେ । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.