ଓଡିଶା

odisha

ସଡକ ଦୁର୍ଘଟଣାରେ ନୌସେନା ଯବାନଙ୍କ ମୃତ୍ୟୁ

By

Published : Aug 16, 2019, 9:13 PM IST

ବାଇକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ । ଛୁଟିରେ ଘରକୁ ଆସିଥିବା ବେଳେ ଘଟିଛି ଦୁର୍ଘଟଣା । ଯାଜପୁର ନମିଟିକିରି ନିକଟରେ ଘଟିଛି ଦୁର୍ଘଟଣା।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ଯାଜପୁର: ସଡକ ଦୁର୍ଘଟଣାରେ ଭାରତୀୟ ନୌସେନା ଯବାନଙ୍କ ମୃତ୍ୟୁ। ମୃତକ ହେଲେ ସଦର ଥାନା କୁନିନ୍ଦା ଗାଁର ରମେଶ ଚନ୍ଦ୍ର ସାହୁ। ରମେଶ ଛୁଟିରେ ଘରକୁ ବୁଲି ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ପାଣିକୋଇଲିରୁ ନିଜ ବାଇକରେ ରମେଶ ଘରକୁ ଫେରୁଥିବା ବେଳେ ନମିଟିକିରି ନିକଟରେ ଘଟିଛି ଦୁର୍ଘଟଣା। ରମେଶଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଉଥିବା ବେଳରେ ବାଟରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ସଦର ପୋଲିସ ଖବର ପାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଚିକିତ୍ସାଳୟକୁ ପଠାଇଛି।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details