ETV Bharat / state

ଲାଞ୍ଚ ଟଙ୍କା ଫେରି ପାଇଲେ ଯୁବତୀ, ଜନ ସୂଚନା ଅଧିକାରୀ ନେଇଥିଲେ 500 ଟଙ୍କା ଲାଞ୍ଚ - Woman get her money back

author img

By ETV Bharat Odisha Team

Published : Jun 29, 2024, 10:48 PM IST

Santi Kalaka get her money back: ଆରଟି ଆଇ ଫାଇଲ କରିବାକୁ ପାଞ୍ଚ ଶହ ଟଙ୍କା ଲାଞ୍ଚ ନେଇଥିଲେ ରାୟଗଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ । ଦୁଇ ବର୍ଷ ପରେ ଫେରାଇଲେ ଟଙ୍କା । ଅଧିକ ପଢ଼ନ୍ତୁ,

Santi Kalaka get her money back
Santi Kalaka get her money back (ETV Bharat Odisha)

ରାୟଗଡା: ଯୁବତୀଙ୍କୁ ଲାଞ୍ଚ ଟଙ୍କା ଫେରାଇଲେ ଜନ ସୂଚନା ଅଧିକାରୀ । ଲାଞ୍ଚ ନେଇ ମଧ୍ୟ କାର୍ଯ୍ୟରେ ଅନିୟମିତତା । ଏହିଭଳି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ସଦର ବ୍ଲକ କାରୁବାଇ ପଞ୍ଚାୟତରୁ । ଗତ ୨୦୧୮ ମସିହାରେ ରାୟଗଡା ଜିଲ୍ଲା ସଦର ବ୍ଲକ କାରୁବାଇ ପଞ୍ଚାୟତରେ ଏମବିକେ ଭାବେ ଅର୍ପଣା ଗ୍ରାମର ଆଦିବାସୀ ଗରିବ ଯୁବତୀ ଶାନ୍ତି କଲକା ନିଯୁକ୍ତି ପାଇଥିଲେ । ସେ ନିଯୁକ୍ତି ପାଇବା ବେଳେ ଏମବିକେଙ୍କ ମାସିକ ଦରମା ତିନି ହଜାର ରହିଥିବା ବେଳେ ତାଙ୍କ ବ୍ୟାଙ୍କ ଖାତାରେ ୨ ହଜାର ଟଙ୍କା ହିସାବରେ ସେ ୫ ମାସ ଦରମା ପାଇଥିଲେ । ସେ କାର୍ଯ୍ୟରେ ଯୋଗଦେବାର ୫ ମାସ ପରେ ତାହା ୬ ହଜାର ହୋଇଥିଲା । ହେଲେ ୬ ହଜାର ହେବା ପରେ ମଧ୍ୟ ସେ ମାସିକ ୧୮ଶହ ଟଙ୍କା ହିସାବ ପାଉଥିଲେ । ଏହିଭଳି ଭାବେ ତାଙ୍କର କଷ୍ଟ ଅର୍ଜିତ ମଜୁରିରୁ ମୋଟ ୭୨୨୦୦ ଟଙ୍କା ଚଳୁ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଦରମାରେ ଏଭଳି ଅନିୟମିତତା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଏମବିକେ ଶାନ୍ତି କଲକା । ଅନ୍ୟାୟ ବିରୁଦ୍ଧରେ ଅଭିଯୋଗ କରିବାରୁ ବିପିଏମ (ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) କମଳିନୀ ପଡିହାରି ତାଙ୍କ ଠାରୁ ସମସ୍ତ କାଗଜ ପତ୍ର ମାଗିନେଇଥିଲେ । ତା ସହିତ ଗୋଟିଏ କାଗଜରେ ଆଜି ଠାରୁ ମୁଁ ଏମବିକେ ଭାବେ କାମ କରିବି ନାହିଁ ବୋଲି ଲେଖି ଦେବାକୁ କହିଥିଲେ । ହେଲେ ଏଥିପାଇଁ ମନା କରିଥିଲେ ଶାନ୍ତି । ତେଣୁ କୌଣସି କାରଣ ନଦର୍ଶାଇ ତାଙ୍କୁ ଉକ୍ତ କାମରୁ ବହିଷ୍କାର କରି ଦିଆଗଲା । ତାଙ୍କୁ ଚାକିରିରୁ ବାହାର କରିଥିବା ନେଇ ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ପାଇବାକୁ ରାୟଗଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ତେବେ ସେ ଦରଖାସ୍ତ ମାଗଣାରେ ଦେବାର ନିୟମ ରହିଛି । ହେଲେ ଲଜ୍ଜାର ବିଷୟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଅତିରିକ୍ତ ଜନ ସୂଚନା ଅଧିକାରୀ ଦେବଦତ୍ତ ଧୀବର ତାଙ୍କ ଠାରୁ ୫ ଶହ ଟଙ୍କା ଲାଞ୍ଚ ଆକାରରେ ଦାବି କରି ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଲୋକଙ୍କ ଟଙ୍କା ହଡ଼ପ କରି ପୋଷ୍ଟ ମାଷ୍ଟର ଛୁ ! - Branch Post Master flees

ଆଶ୍ଚର୍ଯ୍ୟର ବିଷୟ ହେଲା ଆବେଦନକୁ ଦୁଇ ବର୍ଷ ହୋଇଯାଇଥିଲେ ମଧ୍ୟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପିଆଇଓ କାଳୁ ଚରଣ ନାୟକଙ୍କ ପାଖରେ କୌଣସି ଖବର ନାହିଁ । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ଏପିଆଇଓ ଦେବଦତ୍ତ ଧୀବର ପଦବୀରେ ରହି ଏଭଳି ଅନିୟମିତତା ଏବଂ ଆଦିବାସୀଙ୍କ ଶୋଷଣ ନୀତି ଖବର ପାଇବା ପରେ ଜିଲ୍ଲାର କିଛି ଗଣ ମାଧ୍ୟମ ପ୍ରତିନିଧି ପଚାରିବାରୁ ଅନେକ ବାହାନା ଦେଖାଇ ଗଣ ମାଧ୍ୟମ ପ୍ରତିନିଧି ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପିଆଇଓ କାଳୁ ଚରଣ ନାୟକଙ୍କ ଉପସ୍ଥିତିରେ ୨ ବର୍ଷ ପୂର୍ବେ ନେଇଥିବା ଲାଞ୍ଚ ବାବଦର ୫ ଶହ ଟଙ୍କା ଶାନ୍ତି କଲକାଙ୍କୁ ଫେରାଇଛନ୍ତି । ଅନ୍ୟପକ୍ଷେ ଶାନ୍ତିଙ୍କୁ ଉଚିତ ପ୍ରାପ୍ୟ ଦେଇନଥିବାରୁ ସେ ବିଡିଓଙ୍କୁ ଅଭିଯୋଗ କରିଥିଲେ । ତେଣୁ ତାଙ୍କୁ ଅନ୍ୟାୟ ଭାବେ କାର୍ଯ୍ୟରୁ ବିଦା କରିଥିବାରୁ ସେ ପାଇବାକୁ ଥିବା ସମସ୍ତ ବକେୟା ଟଙ୍କା ସହ ପୁଣି ଏମବିକେ (ମାଷ୍ଟର ବୁକ କିପର) ଭାବେ କାର୍ଯ୍ୟରେ ସୁଯୋଗ ଦେବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.