ETV Bharat / state

ଜମି ଦୁର୍ନୀତିକୁ ନେଇ ଦୁଇ ପୂର୍ବତନ IPSଙ୍କ କଳି, ମାରିକ୍ କହିଲେ ନାଗେଶ୍ବର ସୁଝାଉଛନ୍ତି ପୁରୁଣା ରାଗ - ips land fraud case

author img

By ETV Bharat Odisha Team

Published : Jun 29, 2024, 10:43 PM IST

SANJEEV MARIK'S REACTIONS ON LAND FRAUD ALLEGATIONS: ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି IPSଙ୍କ ଜମି କେଳେଙ୍କାରୀ ଘଟଣା । ମୁୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ IPS ଏମ୍ ନାଗେଶ୍ବର ରାଓ ଏବଂ ସଞ୍ଜୀବ ମାରିକ । ସେପଟେ ବିଜେପି କହିଲା କାହାକୁ ଛାଡ଼ିବୁ ନାହିଁ । ଅଧିକ ପଢନ୍ତୁ

IPS LAND FRAUD CASE
IPS LAND FRAUD CASE (ETV Bharat Odisha)

ଭୁବନେଶ୍ବର: ତମାଣ୍ଡୋରେ ଜମି ଦୁର୍ନୀତି ପଛରେ ଆଇପିଏସ ଲିଙ୍କ୍ ନେଇ ଖବର ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ IPS । ପୂର୍ବତନ ହୋମଗାର୍ଡ ଡିଜି ଏମ୍ ନାଗେଶ୍ବର ରାଓ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଏହି ଦୁର୍ନୀତି ସମ୍ପର୍କରେ ଇଓଡବ୍ଲୁରେ ସେ ଅଭିଯୋଗ କରିଥିଲେ । ହେଲେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଏନେଇ ଚାପ ପକାଇ ଘଟଣାର ତଦନ୍ତ କରିନଥିଲେ ବରଂ ଚପାଇ ଦେଇଥିଲେ FIR କରିନଥିଲେ । ସେପଟେ ମୁହଁ ଖୋଲିଛନ୍ତି ସଞ୍ଜୀବ ମାରିକ । ସେ କହିଛନ୍ତି," ନାଗେଶ୍ବର ରାଓ ନିଜର ପୁରୁଣା ରାଗ ସୁଝାଇବାକୁ ଏଭଳି କରୁଛନ୍ତି ।"

IPS LAND FRAUD CASE (ETV Bharat Odisha)

ପୂର୍ବତନ ପୋଲିସ ଡିଜି ତଥା ଆପିଏସ ସଞ୍ଜୀବ ମାରିକ କହିଛନ୍ତି ଯେ, ନାଗେଶ୍ବର ରାଓଙ୍କ ବିରୋଧରେ ସେ ମାନହାନି ମକଦ୍ଦମା କରିବେ । କାରଣ ପୁରୁଣା ରାଗ ବୁଝାଇବାକୁ ଏଭଳି ବଦନାମ କରୁଛନ୍ତି । ଏମ୍ ନାଗେଶ୍ଵର ରାଓ CRPF ଆଇଜି ଥିବା ବେଳେ ସଞ୍ଜୀବ ମାରିକ ଏଡ଼ିଜି ଅପରେସନରେ ଥିଲେ । ସେହି ସମୟରେ କାଲିମେଳାରେ ଗୋଟିଏ ବାଟାଲିୟନର ହେଡକ୍ବାଟର କରିଥିଲେ ଏମ ନାଗେଶ୍ବର ।ଏନେଇ ସିନିୟର୍ ଅଫିସର ଭାବରେ ମାରିକ ମଧ୍ୟ ଏହାର ଆପ୍ରୁଭାଲ କରିଥିଲେ ।

ଯେହେତୁ ସେ ଏଡିଜି ଅପରେସନ ଥିଲେ, ତେଣୁ ଫୋର୍ସ ଡିପ୍ଲୋୟମେଣ୍ଟ ପାଇଁ ସେ କୋରାପୁଟରେ ଫୋର୍ସ ଚାହୁଁଥିଲେ । ଏନେଇ ସବୁ କମ୍ପାନୀ କୋରାପୁଟରେ ନିୟୋଜିତ ଥିବା ବେଳେ । ଆନ୍ଧ୍ର ବର୍ଡରରେ କାଲିମେଳାରେ ଏକ ନକ୍ସଲ ଆକ୍ରମଣରେ ଜଣେ ଡେପୁଟି କମାଣ୍ଡାଣ୍ଟ ପ୍ରାଣ ହରାଇଥିଲେ । ତେଣୁ ଡିଜି ସିଆରପିଏଫ କାରଣ ଦର୍ଶାଅ ମାଗିଥିଲେ । କାରଣ ଜାଣିବା ପରେ ଏମ ନାଗେଶ୍ବରଙ୍କୁ ୫ବର୍ଷ ସିଆରପିଏଫ ରହିବା ବଦଳରେ ସେ କିନ୍ତୁ ୩ବର୍ଷରେ ତାଙ୍କର ବଦଳି ହୋଇଥିଲା । ତେଣୁ ସେ ସବେଠୁ ରାଗ ରଖି ଏଭଳି କରୁଛନ୍ତି‌ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଜମି ଦୁର୍ନୀତି ନେଇ ଇଓଡବ୍ଲୁରେ ସେ ଅଭିଯୋଗ କରିଥିଲେ । ତାର ଦୁଇ ଦିନ ପରେ ତାଙ୍କର ଅନ୍ୟତ୍ରକୁ ଟ୍ରାନସଫର ହୋଇଥିଲା । ଅର୍ଥାତ୍ ସେ ୫ନଭେମ୍ବର ୨୦୧୫ରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଯାହାର ପ୍ରମାଣ ଇଓଡବ୍ଲୁ ଏସପିଙ୍କ ରିସିଭ କପି । ତାର‌ ଦୁଇ ଦିନ ପରେ ଅର୍ଥାତ୍ ୮ନଭେମ୍ବର ୨୦୧୫ରେ ସଞ୍ଜୀବ ମାରିକ ଓଏସଆରଟିସିକୁ ବଦଳି ହୋଇଥିଲା । ତେଣୁ ସେ କିପରି ଚାପ ପକାଇଲେ ।

କେବଳ ସେତିକି ନୁହେଁ ଏମ ନାଗେଶ୍ବର ଯେଉଁ ଜମି କିଣାବିକା ନେଇ ଆପତ୍ତି ଉଠାଇଥିଲେ । ସେଥିପାଇଁ ନାଗେଶ୍ବର ଜମି କିଣିଥିବା ମାଲିକକୁ ଫେରାଇବାକୁ ତା ବଦଳରେ ୧ କୋଟି ଦାବି କରିଥିଲେ‌ । ପରେ ଏନେଇ ଜମି ମାଲିକ ଓ ଏମ ନାଗେଶ୍ବରଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ଜମି ଫେରସ୍ତ ସହ ତା ବଦଳରେ ଟଙ୍କା କାରବାର ହୋଇଥିଲା । ଉଭୟ ପାର୍ଟି ମଧ୍ୟରେ ଡିସଚାର୍ଜ ପିଟିସନରେ ମଧ୍ୟ ଏନେଇ କୌଣସି ଆପତ୍ତି ନାହିଁ ବୋଲି ମାରିକ ପ୍ରମାଣ ଦେଖାଇ ଏମ ନାଗେଶ୍ବରଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଖୁବଶୀଘ୍ର ଓଡ଼ିଶା ବିଧାନସଭା ହେବ ପେପରଲେସ: ବାଚସ୍ପତି - PAPERLESS work in ODISHA ASSEMBLY

ସେପଟେ ଏହାକୁ ନେଇ ତେଜୁଛି ରାଜନୀତି । ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ଚୋର କହୁଛି ଚୋରକୁ ଧର ନୀତିରେ । ଉଭୟ ଅଭିଯୁକ୍ତ ଭୁବନେଶ୍ୱରରେ ଜମି କେଳେଙ୍କାରୀ ନୂଆ କଥା ନୁହେଁ ପାଖାପାଖି ଭୁବନେଶ୍ୱରରେ ୧୫ବର୍ଷ ଧରି ବିଜେଡ଼ି ସରକାର ଚାଲିଥିଲା । କିଛି ଅଫିସରଙ୍କୁ ହାତ କରି ଭୁବନେଶ୍ୱର ଓ ଆଖପାଖରେ ଏଭଳି ଜମି ହାତେଇଛନ୍ତି । ଉଭୟ ଏବେ ଗୋଟେ‌ ଡ୍ରାମା କରୁଛନ୍ତି । ଉଭୟଙ୍କୁ ଧରି କେସ କରାଯିବ ଉଭୟଙ୍କ ନାଁରେ ଡିପାର୍ଟମେଣ୍ଟ ବିଡ଼ିଏ ବିଏମସିକୁ ଧରି ତନାଘନା ହେବ । ଆଉ ଅନ୍ୟମାନେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପଦାକୁ ଆସିବ । ସେସବୁ ଘଟଣାର‌ ମଧ୍ୟ ତଦନ୍ତ କରିବ ବିଜେପି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.