ETV Bharat / state

ଚିନ୍ତା ବଢ଼ାଉଛି ନିଅଣ୍ଟିଆ ବର୍ଷା, ଗଜା ମରୁଡି ଆଶଙ୍କା - Deficit in Monsoon Rain

author img

By ETV Bharat Odisha Team

Published : Jun 29, 2024, 11:00 PM IST

Farming Affected due Deficit in Rain: ଚଳିତ ବର୍ଷ ଏପର୍ଯ୍ୟନ୍ତ 30 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରିଛି ପାଣିପାଗ ବିଭାଗ । ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ନିମାପଡ଼ା ଚାଷୀ । ଅଧିକ ପଢ଼ନ୍ତୁ,

Farming Affected due Deficit in Rain
Farming Affected due Deficit in Rain (ETV Bharat Odisha)

ନିମାପଡ଼ା: କଥାରେ ଅଛି ବେପାରି ହୁଡିଲେ ପାଳିଏ ଚାଷୀ ହୁଡିଲେ ବରଷେ । ହେଲେ କଣ ହେବ, ଏଠି ମୌସୁମୀ ଖେଳୁଛି ଲୁଚକାଳି। ଆଉ ଏହି ଖରା ବର୍ଷା ଲୁଚକାଳିରେ ପେଶି ହୋଇ ଗଲାଣି ଚାଷୀ । ଚଳିତ ବର୍ଷ ବର୍ଷା ଅଭାବ ଚାଷ କାର୍ଯ୍ୟରେ ଅଙ୍କୁଶ ଲଗାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ବର୍ଷା କମ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ବେଳରେ ଏବେ ଉଠା ଜଳସେଚନ ହିଁ ସାହା ଭରସା ପାଲଟିଛି । ପାଣି ମୋଟର ସାହାର୍ଯ୍ୟରେ ଚାଷ ଜମିକୁ ଜଳସେଚିତ କରି ଚାଷ ପାଇଁ ତଳି ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଚାଷୀ ।

ବର୍ଷାର ଆଗ ମନରେ ପୃଥିବୀ ହୋଇ ଯାଏ ସବୁଜ ସୁନ୍ଦର । ହେଲେ ଏବେ ଆଉ ସେହି ସବୁଜ ସୁନ୍ଦରତା ଦେଖିବାକୁ ମିଳୁନାହିଁ । ଏପଟେ ଶୁଖିଲା ପଡ଼ି ମଟି ଆଁ କଲାଣି । ଖାଲି ପଡିଛି ଚାଷ ଜମି । ଯାହାକୁ ଦେଖି ହତାଶ ହେଉଛି ଚାଷୀ । ବର୍ଷା ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜିଥିବା ବେଳେ ଜଳସେଚନ ନିମନ୍ତେ ଥିବା କେନାଲ ମଧ୍ୟ ଚାଷୀର ଚାଷ କାର୍ଯ୍ୟରେ ଆସୁ ନଥିବା ଅଭିଯୋଗ କରାଯାଇଛି। ବାଧ୍ୟ ହୋଇ ଉଠାଜଳସେଚନ ଉପରେ ଭରସା କରି ଚାଷ କାର୍ଯ୍ୟ ଆଗେଇବା ପାଇଁ ଅଣ୍ଟା ଭିଡିଲାଣି ନିମାପଡ଼ାର ଚାଷୀ କୂଳ । ବଜାରରୁ ଅଧିକ ଟଙ୍କାରେ କିରୋସିନ କିଣି, ଜମିକୁ ପାଣି ମଡାଇ ଧାନ ଚାଷ ପାଇଁ ତଳି ପକାଇବା ଆରମ୍ଭ କରିଛି ଚାଷୀ । ଧାନ ଚାଷ ପାଇଁ ଜିଲ୍ଲାରେ ନିମାପଡ଼ାକୁ ଭାତହାଣ୍ଡି କୁହାଯାଉଥିବା ଅନେକ ପଞ୍ଚାୟତର ହଜାର ହଜାର ଚାଷୀ ଏବେ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ସକ୍ଷମ ହୋଇ ପାରିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମୌସୁମୀ ଅପେକ୍ଷାରେ ଚାଷୀ, ଆଗେଇ ପାରୁନି ଚାଷ କାମ - Delay In Monsoon Rain

ଅନ୍ୟପଟେ ବର୍ଷାର ଲୁଚକାଳିରେ ହନ୍ତସନ୍ତ ଚାଷୀକୁ ଏବେ ଉଠାଜଳସେଚନ ଏକମାତ୍ର ଭରସା ହୋଇଥିବା ବେଳେ ଆଗକୁ ବର୍ଷା ନ ହେଲେ ଗଜାମରୁଡି ଭଳି ସମସ୍ୟା ଉପୁଜିବ ବୋଲି ଆଶଙ୍କା କରିଛି ଚାଷୀ । ନିମାପଡ଼ାରେ ଚାଷୀ ଧାନ ଫସଲ ଉପରେ ବିଶେଷ ନିର୍ଭର କରୁଥିବା ବେଳେ ବର୍ଷା ଯୋଗୁଁ ବିଳମ୍ବ ହେଉଛି ଧାନ ଚାଷ। କେବଳ ବର୍ଷା ନୁହେଁ ଆବଶ୍ୟକ ବିହନ ଅଭାବ ଚାଷରେ ଅନ୍ୟ ଏକ ପ୍ରତିବନ୍ଧକ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ନିମାପଡ଼ାରେ ଚଳିତ ବର୍ଷ ଧାନ ଫସଲ ଆଶା ଜନକ ହୋଇ ନ ପାରେ ବୋଲି ଆଶଙ୍କା କରିଛି ଚାଷୀ। ସେପଟେ ସରକାର ଚାଷୀଙ୍କ ସମସ୍ୟା ପ୍ରତି କୌଣସି ନିଘା ଦେଉନଥିବା ଚାଷୀ ଅଭିଯୋଗ ଆଣିଛନ୍ତି । କଥାରେ ଅଛି ଚାଷ ତରତର ବାଣିଜ୍ୟ ମଠ, ଚାଷ ସଠିକ୍ ସମୟରେ କରା ନଗଲେ ଚାଷର ଅମଳ ସଠିକ ହୋଇ ନଥାଏ, ଏବେ ଚାଷ ପାଇଁ ଚାଷୀ ନିଜକୁ ପ୍ରସ୍ତୁତ ରଖିଥିବା ବେଳେ ଚାଷ ଜମିକୁ ଜଳସେଚନ ସମସ୍ୟା କିଭଳି ସମାଧାନ ହୋଇ ପାରିବ ତାକୁ ନେଇ ଚିନ୍ତାଗ୍ରସ୍ତ ଚାଷୀ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.