ETV Bharat / state

ସାତକୋଶିଆ କୁମ୍ଭୀର ଆକ୍ରମଣରେ ନାବାଳକ ମୃତ, ୬ ଲକ୍ଷ ସହାୟତା ରାଶି ଘୋଷଣା - crocodile attack in satkosia

author img

By ETV Bharat Odisha Team

Published : Jun 29, 2024, 10:56 PM IST

CROCODILE ATTACK IN SATKOSIA: ସାତକୋଶିଆ ଇତିହାସରେ ପ୍ରଥମ କୁମ୍ଭୀର ଆକ୍ରମଣ,10 ବର୍ଷର ଶିଶୁର ନେଲା ଜୀବନ । ଏହି ଘଟଣା ପରେ ତାତିଲେ ଅଞ୍ଚଳବାସୀ ସେପଟେ ଟିକରପଡା ରେଞ୍ଜର କାର୍ଯ୍ୟାଳୟ କରିଥିଲେ ଘେରାଉ । ଅଧିକ ପଢନ୍ତୁ

CROCODILE ATTACK IN SATKOSIA
CROCODILE ATTACK IN SATKOSIA (ETV Bharat Odisha)

ଅନୁଗୋଳ: ସାତକୋଶିଆ ଗଣ୍ଡରେ ଅଘଟଣ । ଶୌଚ ପାଇଁ ଯାଇଥିବା ଜଣେ ନାବାଳକକୁ କୁମ୍ଭୀର ଟାଣି ନେଇ ମାରିଦେଲା କୁମ୍ଭୀର । ଏହାକୁ ନେଇ ଟିକରପଡା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣା ପରେ ଶତାଧିକ ଅଞ୍ଚଳବାସୀ ଟିକରପଡା ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଦୀର୍ଘ ସମୟ ଆନ୍ଦୋଳନ କରିଥିଲେ । ସେଠାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସାତକୋଶିଆ ଡିଏଫଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ମହାନଦୀ ସାତକୋଶିଆ ଗଣ୍ଡରେ ବହୁ ସଂଖ୍ୟାରେ ଘଡ଼ିଆଳ ଓ ମଗର କୁମ୍ଭୀର ଅଛନ୍ତି । ସେଥିପାଇଁ ସାତକୋଶିଆ ଗଣ୍ଡକୁ କୁମ୍ଭୀର ସଂରକ୍ଷଣ କେନ୍ଦ୍ରଭାବେ ଘୋଷଣା କରାଯାଇଛି । ତେବେ ଆଜି ପର୍ଯ୍ୟନ୍ତ କେବେ ହେଲେ ଏଠାରେ କୁମ୍ଭୀର ଆକ୍ରମଣରେ ମଣିଷ ମୃତ୍ୟୁବରଣ କରିବା ନଜିର ନାହିଁ । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଘଟିଗଲା ଏକ ଅଘଟଣ । ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ନଦୀ ଘାଟରେ ଥିବା ଟିକରପଡା ଗାଁରୁ ସମୀର ନାଏକ ନାମକ ଜଣେ ୮ବର୍ଷର ନାବାଳକ ଅନ୍ୟ ଜଣେ ପିଲା ସହ ଘାଟକୁ ଶୌଚ ପାଇଁ ଯାଇଥିଲେ । ହଠାତ୍ ଏକ କୁମ୍ଭୀର ତାକୁ ଟାଣି ନେଇଥିଲା । ତା'ସହ ଥିବା ଅନ୍ୟ ପିଲାଟି ସେଠାରୁ ଦୌଡ଼ି ଆସି ଗାଁ ଲୋକଙ୍କୁ ଜଣାଇଥିଲା ।

ଗାଁର ଯୁବକମାନେ ଡଙ୍ଗା ନେଇ କୁମ୍ଭୀର ମୁହଁରୁ ସମୀରକୁ ଛଡାଇ ଆଣିବାକୁ ବହୁ ଉଦ୍ୟମ କରିଥିଲେ । କିନ୍ତୁ କୁମ୍ଭୀର ସମୀରକୁ ପାଟିରେ ଧରି ଉଦ୍ଧାର କରିବାକୁ ଯାଇଥିବା ଯୁବକମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲା । ବହୁ ସମୟ ଏଭଳି ଚାଲିବା ପରେ ଶେଷରେ ଜାଲ ପକାଇ ସମୀରକୁ ଉଧାର କରାଯାଇଥିଲା । କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା । କୁମ୍ଭୀରଟି ତା' ଶିକାର ଖୋଜିବାକୁ ନଦୀରେ ପାଗଳ ପରି ଏବେ ମଧ୍ୟ ବୁଲୁଛି । ଏହାର ପ୍ରତିବାଦରେ ସେ ଅଞ୍ଚଳର ହଜାର ହଜାର ଲୋକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ । ସାତକୋଶିଆ ଡିଏଫ ଓ ପହଞ୍ଚିବା ପରେ ପରିସ୍ଥିତି ଜଟିଳ ହୋଇ ଯାଇଥିଲା । ଲୋକେ ପ୍ରବଳ ପାଟିତୁଣ୍ଡ କରିଥିଲେ । ବନ ବିଭାଗର ଅପାରଗତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ । କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ସରକାରଙ୍କ ନିୟମ ଅନୁସାରେ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଡିଏଫଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଏହା ମଧ୍ୟ ପଢନ୍ତୁ ....ବଜ୍ରପାତ ନେଲା 5 ଜୀବନ; ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଲେଖାଏଁ ସହାୟତା- lightning Strike

ସମୀର ମୃତ୍ୟୁ ପରେ ସାତକୋଶିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କାରଣ କିଛି ମାସ ପୂର୍ବରୁ ସମୀର ବାପାଙ୍କ ଦେହାନ୍ତ ହୋଇଥିଲା । ଘରେ କେବଳ ସମୀର, ତା'ର ମାଆ ଓ ସାନ ଭଉଣୀ ରହୁଥିଲେ । ମାଆ ମୂଲ ମଜୁରୀ କରି ପେଟ ପୋଷୁଥିଲା । ଏବେ ସାମୀର ଚାଲି ଯିବା ପରେ ତାଙ୍କ ପରିବାରରେ ଦୁଃଖର ବୋଝ ମାଡି ବସିଛି । ପୂର୍ବ ପୁରୁଷରୁ କେହି କେବେ କୁମ୍ଭୀର ଆକ୍ରମଣରେ ଏଠାରେ ମାରିଥିବା ଉଦାହରଣର ନାହିଁ । ତେଣୁ ଆଜିର ଘଟଣା ଏ ଅଞ୍ଚଳବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ । ନଦୀ ଘାଟ କେବଳ ଟିକରପଡା କାହିଁକି କୂଳରେ ଥିବା ଆହୁରି ଅନେକ ଗାଁର ଲୋକେ ଗାଧୋଇବା, ଲୁଗା ଧୋଇବା ଏବଂ ପାଣି ଆଣିବା ପାଇଁ ନିର୍ଭର କରନ୍ତି ।

ଆଜିର ଘଟଣା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶତାଧିକ ମତ୍ସ୍ୟଜୀବୀ ପରିବାର ଡଙ୍ଗାରେ ମାଛ ମାରି ଚଳୁଛନ୍ତି । ସେମାନେ ମଧ୍ୟ ନଦୀ ଭିତରକୁ ଯିବାକୁ ଭୟ କରୁଛନ୍ତି । ମହାନଦୀ ଗଣ୍ଡ ହଜାର ହଜାର ଲୋକଙ୍କ ଜୀବନରେଖା । କିନ୍ତୁ କୁମ୍ଭୀର ଆତଙ୍କ ପରେ ସମସ୍ତେ ଚିନ୍ତାରେ । ତେବେ ବନ ବିଭାଗ ପକ୍ଷରୁ ଲୋକେ ଗାଧୁଆ ଓ ଅନ୍ୟ କାମ ପାଇଁ ବ୍ୟବହାର କରୁଥିବା ସ୍ଥାନରେ ତାର ବାଡ଼ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ବନ ବିଭାଗ କୁମ୍ଭୀର ଗତିବିଧି ଉପରେ ନଜର ରଖି ଲୋକଙ୍କୁ ସତର୍କ କରାଇବା ଆବଶ୍ୟକ ରହିଛି । ନଚେତ ଆଗାମୀ ଦିନରେ ଆହୁରି ଅଘଟଣ ଘଟିବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.