ଲଣ୍ଡନ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲା ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ସାଉଥାମ୍ପଟନରେ ଜୁନ 18ରୁ ଆରମ୍ଭ ହେବାକୁ ଯାଉଥିବା WTC ଫାଇନାଲରେ ଇଂଲିସ ପରିବେଶ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ । ସୋମବାର ଏହା କହିଛନ୍ତି, ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ ।
ମାକ୍ୟୁଲମ କହିଛନ୍ତି, "ଭାରତକୁ ସର୍ବଦା ସମ୍ମାନ କରେ ନ୍ୟୁଜିଲାଣ୍ଡ । ଜଣେ ପ୍ରଶଂସକ ଭାବେ ମୁଁ ମଧ୍ୟ ଭାରତକୁ ସମ୍ମାନ କରେ । ଭାରତର ଲଢେଇ କରିବାର କୌଶଳ ଓ ଚାପରେ ଖେଳିବାର ଅଭିଜ୍ଞତା ସମସ୍ତଙ୍କୁ ଜଣା । ତେବେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ମାତ୍ର ନ୍ୟୁଜିଲାଣ୍ଡ ସପକ୍ଷରେ 60-40 ପ୍ରତିଶତ ରହିଛି ।"