ETV Bharat / sports

ବିବାହିତାଙ୍କ ପାଇଁ ଉଦାହରଣ ରଞ୍ଜିତା, ଶକ୍ତିଉତ୍ତୋଳନ କ୍ଷେତ୍ରରେ କରିଛନ୍ତି ଅନେକ ରେକର୍ଡ - Powerlifter Ranjita Mishra

author img

By ETV Bharat Odisha Team

Published : Jun 27, 2024, 1:19 PM IST

Updated : Jun 27, 2024, 2:32 PM IST

POWERLIFTER RANJITA MISHRA: ବିବାହ ପରେ ପୂରଣ କଲେ ପିଲା ଦିନୁ ଦେଖିଥିବା ସ୍ବପ୍ନ । ଶକ୍ତିଉତ୍ତୋଳନ କ୍ଷେତ୍ରରେ ଅନେକ ରେକର୍ଡର ଅଧିକାରୀ ରଞ୍ଜିତା ମିଶ୍ର । ଜାଣନ୍ତୁ ତାଙ୍କ ସଫଳତାର କାହାଣୀ । ଅଧିକ ପଢନ୍ତୁ

Powerlifter Ranjit Mishra
Powerlifter Ranjit Mishra (ETV BHARAT ODISHA)

POWERLIFTER RANJITA MISHRA (ETV BHARAT ODISHA)

ବ୍ରହ୍ମପୁର: ବିବାହ ପରେ ପରିବାର ଜଞ୍ଜାଳ ଭିତରେ ଅନେକ ମହିଳା ନିଜ ସ୍ବପ୍ନ ପୂରଣ କରି ପାରନ୍ତି ନାହିଁ । ପିଲା ଦିନେ ଦେଖିଥିବା ସ୍ବପ୍ନ ଅଧା ଅଧୂରା ରହିଯାଏ । କିନ୍ତୁ ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ କି ବିବାହ ପରେ 53ବର୍ଷ ବୟସରେ ନିଜ ସ୍ବପ୍ନ ପୂରଣ କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଇଁ ପାଲଟିଛନ୍ତି । ଶକ୍ତିଉତ୍ତୋଳନ କ୍ଷେତ୍ରରେ ଅନେକ ରେକର୍ଡର ଅଧିକାରୀ ବ୍ରହ୍ମପୁରର ରଞ୍ଜିତା ମିଶ୍ର । ଘର ସିନା ଓଡ଼ିଶାରେ କିନ୍ତୁ ମୁମ୍ୱାଇରେ ଜାରି ରଖିଛନ୍ତି ଅଭ୍ୟାସ । ସ୍ବପ୍ନ ପୂରଣ କରିବାରେ ବୟସ ତାଙ୍କୁ ବାଧା ଦେଇପାରିନି । ପରିବାର, ସନ୍ତାନ, ସ୍ୱାମୀଙ୍କ ଦାୟିତ୍ୱକୁ ସୂଚାରରୂପେ ତୁଲାଇବା ସହିତ ପିଲାଟି ଦିନରୁ ମନରେ ରହିଥିବା ଆଶାକୁ ପୂରଣ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅଦ୍ୟାବଧି ବହୁ ପଦକ ବିଜୟୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି ।

ଜିମରେ ଏକ୍ସରସାଇଜ କରୁ କରୁ ଶକ୍ତିଉତ୍ତୋଳନକାରୀ ବନିଗଲେ ରଞ୍ଜିତା: ମୁମ୍ୱାଇରେ ନିଜ ପରିବାର ସହିତ ରହିଆସୁଥିବା ରଞ୍ଜିତା ଶକ୍ତିଉତ୍ତୋଳନ ଭଳି କ୍ରୀଡାରେ ଅଭ୍ୟାସ ଜାରି ରଖି ହାସଲ କରିପାରିଛନ୍ତି ଅନେକ ସଫଳତା । ୪୩ବର୍ଷ ବୟସରେ ନିଜର ସ୍ୱାସ୍ଥର ଯତ୍ନ ନେବା ପାଇଁ ମୁମ୍ୱାଇର ଏକ ଜିମରେ ଶାରୀରିକ ଅଭ୍ୟାସ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା କ୍ରୀଡାରେ ରୂପାନ୍ତରିତ ହୋଇଥିଲା । ବ୍ରହ୍ମପୁର ସହରରୁ ମୁମ୍ୱାଇ ଯାଇ ୨୦୧୭ମସିହାରେ ନିଜର ଅଭ୍ୟାସ ଆରମ୍ଭ କରିବା ପରେ ୨୦୧୮ ମସିହାରେ ପ୍ରଥମେ ପ୍ରଥମେ ମୁମ୍ୱାଇରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ଆଉ ପଛକୁ ଫେରିନଥିଲେ ରଞ୍ଜିତା । ପରେ ରାଜ୍ୟଠାରୁ ଆରମ୍ଭ କରି ଦେଶରେ ୨୦୧୮ ଓ ୨୦୧୯ ଏସିଆ କ୍ଲାସିକ ଚମ୍ପିଆନସିପରେ ସ୍ୱର୍ଣ୍ଣପଦକ ପାଇବା ସହିତ ଦୁଇଥର ମଜବୁତ ମହିଳା ଭାବରେ ସମ୍ମାନୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ କୋରାପୁଟର ଝିଅ, ପରିବାରରେ ଖୁସିର ମାହୋଲ

କମନ୍ ୱେଲଥ୍ ଗେମ୍ସରେ ରଞ୍ଜିତାଙ୍କୁ ସ୍ବର୍ଣ୍ଣ: ଏପରିକି ୨୦୨୨ ମସିହାରେ ନ୍ୟୁଜିଲାଣ୍ଡରେ ଆୟୋଜିତ ହୋଇଥିବା କମନ୍ ୱେଲଥ୍ ଗେମ୍ସରେ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ୩୭୫ କିଲୋଗ୍ରାମ ଭାର ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ପାଇଥିଲେ । ୨୦୨୩ ମସିହାରେ ମୋଙ୍ଗୋଲିଆରେ ଆୟୋଜିତ ବିଶ୍ଵ ଚାମ୍ପିଅନସିପ୍‌ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଥିଲେ । ଇତିମଧ୍ୟରେ ୧୦୦ରୁ ଅଧିକ ମେଡାଲ ଏବଂ ୨୦ରୁ ଊର୍ଦ୍ଧ୍ୱ ଟ୍ରଫି ପାଇବା ସହିତ ଜାତୀୟ ସ୍ତରରେ 5ଟି ରେକର୍ଡସ୍ ହାସଲ କରିବାରେ ସଫଳ ହୋଇଛନ୍ତି ସେ ।

ବିବାହ ପରେ ଆରମ୍ଭ ହୋଇଥିଲା ଶକ୍ତିଉତ୍ତୋଳନ ଯାତ୍ରା: ଆର୍ଥିକ ତାଙ୍କର ଏଭଳି ସଫଳତା ସମାଜର ନାରୀମାନଙ୍କୁ ଅଧିକ ଉତ୍ସାହିତ କରିବା ସହ ଏଭଳି କ୍ରୀଡା କ୍ଷେତ୍ରରେ ଆଗ୍ରହ ରଖୁଥିବା ବିବାହିତା ମହିଳାମାନେ ନିଜର ଫିଟନେସ ଓ ପାୱାର ଲିଫଟିଂ କ୍ଷେତ୍ରରେ ଅଧିକ ପ୍ରେରଣା ଯୋଗାଇବ ବୋଲି ସେ ଆଶା ରଖିଛନ୍ତି । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଶକ୍ତି ଉତ୍ତୋଳନରେ ଅଧିକ ଉନ୍ନତି କରିବ ବୋଲି କହିଛନ୍ତି ରଞ୍ଜିତା । ବ୍ରହ୍ମପୁର ସହରର ଗାନ୍ଧୀନଗର ଅଞ୍ଚଳର ଜଗନ ମୋହନ ମହାପାତ୍ରଙ୍କ କନ୍ୟା ରଞ୍ଜିତାଙ୍କ ପିଲାଟି ଦିନରୁ କ୍ରୀଡା ପ୍ରତି ରହିଥିଲା ବେଶ ଆଗ୍ରହ । କିନ୍ତୁ ଆର୍ଥୀକ ସ୍ଵଚ୍ଛଳତା କାରଣରୁ ସେ ଏଥିରେ ମନୋନିବେଶ କରିପାରିନଥିଲେ । ହେଲେ ବିବାହ ପରେ ମୁମ୍ବାଇରେ ରହିବା ପରେ ତାଙ୍କ ସ୍ଵାମୀ ଓ ପରିବାର ସହଯୋଗରେ ଏଭଳି ସଫଳତା ହାସଲ କରିଥିବା କହିଛନ୍ତି । ସେପଟେ ଗତ କିଛି ବର୍ଷ ମଧ୍ୟରେ ନିଜର ଝିଅ ରଞ୍ଜିତାଙ୍କର ଏଭଳି ସଫଳତା ଦେଖି ବେଶ ଖୁସି ତାଙ୍କର ପରିବାର ବର୍ଗ ।

ପ୍ରତିଦିନ 4 ଘଣ୍ଟା ପରିଶ୍ରମ କରନ୍ତି ରଞ୍ଜିତା: ରଞ୍ଜିତାଙ୍କ ଏଭଳି ସଫଳତା ପାଇଁ ସେ ଦୈନିକ ୪ଘଣ୍ଟା ପରିଶ୍ରମ କରୁଥିବା ବେଳେ ଏହାର ଶ୍ରେୟ ନିଜର ପରିବାର ଏବଂ ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ରାଜ୍ୟରେ ଏଭଳି କ୍ରୀଡା କ୍ଷେତ୍ରରେ ଆଗ୍ରହ ରହିଥିବା ମହିଳାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ମିଳିଲେ ସେ ପ୍ରଶିକ୍ଷଣ ଦେବାକୁ ଇଚ୍ଛା ପ୍ରକାଶ କରିବେ । ଆଗାମୀ କମନ୍ ୱେଲଥ୍ ଗେମ୍ସ ଏବଂ ବିଶ୍ଵ ଚମ୍ପିଆନସିପ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ଅଭ୍ୟାସ ଜାରି ରଖିବା ସହିତ ଇନ୍ଦୋରଠାରେ ଆୟୋଜିତ ହେବାକୁ ରହିଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 27, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.