ETV Bharat / sports

T 20 ବିଶ୍ବକପ: ଇଂଲଣ୍ଡ ବିପକ୍ଷରେ ପ୍ରତିଶୋଧ ଲକ୍ଷ୍ୟରେ ଭାରତ, ଡରାଉଛି 2022 ରେଜଲ୍ଟ - T20 World Cup 2024

author img

By ETV Bharat Odisha Team

Published : Jun 27, 2024, 11:51 AM IST

Updated : Jun 27, 2024, 1:10 PM IST

India vs England T 20 Semi final Match Preview: ଟି-20 ବିଶ୍ବକପ ଦ୍ବିତୀୟ ସେମିରେ ଭାରତକୁ ଭେଟିବ ଇଂଲଣ୍ଡ । କାହାର ପଲ୍ଲା ରହିବ ଭାରି ? ବର୍ଷା ଧୋଇ ନେଇ ପାରେ ଆଜିର ମ୍ୟାଚ । ଅଧିକ ପଢନ୍ତୁ

India vs England
India vs England (BCCI)

ଓ୍ବାଂଶିଟନ: ଟି 20 ବିଶ୍ବକପରେ ଆଜି ମହାମୁକାବିଲା । ଦ୍ବିତୀୟ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଫାଇନାଲ ପାଇଁ ହେବ ଜୋରଦାର ଲଢେଇ । ସାମାନ୍ୟ ବର୍ଷା ଆଶଙ୍କା ରହିଥିଲେ ମଧ୍ୟ ପିଚ ପ୍ରସ୍ତୁତ, ଖେଳାଳି ବି । ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରୋହିତ ବାହିନୀ । 20ରେ ବିଜୟ ଧାରା ବଜାୟ ରଖିଥିବା ଟିମ ଇଣ୍ଡିଆ ଆଜି ମଧ୍ୟ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ଫାଇନାଲ ରେସରୁ ବିଦା କରୁବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ମଧ୍ୟ ଭାରତକୁ ଚେକ ଦେଇ ପୂର୍ବ ସଂସ୍କରଣ ପରି ଫାଇନାଲରେ ପ୍ରବେଶ ପାଇଁ ସଜବାଜ ହୋଇଛି । ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ସମୟ 8ଟାରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ।

ଇଂଲଣ୍ଡ ଠାରୁ ପ୍ରତିଶୋଧ ନେବ ଭାରତ: 2022 ଟି 20 ବିଶ୍ବକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ମାତ୍ର ଟିମ ଇଣ୍ଡିଆକୁ ଫାଇନାଲରେ ପ୍ରବେଶ କରିବାକୁ ଦେଇନଥିଲା ଇଂଲଣ୍ଡ । ମେନ ଇନ ବ୍ଲୁ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ଓ୍ବିକେଟ ହରାଇ 168 ରନ କରିଥିଲା । ଜବାବରେ ବିପକ୍ଷ ଦଳ କୌଣସି ଓ୍ବିକେଟ ନହରାଇ 4 ଓଭର ବାକି ଥାଇ ବିଜୟୀ ହୋଇଥିଲା । ଫଳରେ ଭାରତର ଫାଇାନଲରେ ପହଞ୍ଚିବା ଆଶା ଧୂଳିଶାତ ହୋଇଥିଲା । ବର୍ତ୍ତମାନ ଭାରତୀ ଟିମରେ ବହୁ ପରିବର୍ତ୍ତନ ହୋଇଛି । ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ମେନ ଇନ ବ୍ଲୁ । ସବୁ ପରିସ୍ଥିତିର କଡା ମୁକିବିଲା କରୁଛନ୍ତି ଖେଳାଳି । ତେଣୁ ଇଲଂଣ୍ଡ ଠାରୁ ପୂର୍ବ ଟୁର୍ଣ୍ଣାମେଣ୍ଟର ପ୍ରତିଶୋଧ ନେବାକୁ ଭାରତ ପୁରା ସକ୍ଷମ । ଚଳିତ ସିଜିନରେ ଦଳର ଯେଉଁ ପରି ପ୍ରଦର୍ଶନ ରହିଛି ତାହାକୁ ଆକଳନ କଲେ ଭାରତ ଆଜି ବିଜୟୀ ହୋଇ ପ୍ରତିଶୋଧ ପୂରଣ କରିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା, 9 ଓ୍ବିକେଟରେ ହାରିଲା ଆଫଗାନ - SOUTH AFRICA BEATS AFGHANISTAN

ଦୁଇ ଦଳ ମଧ୍ୟରେ କଡା ଟକ୍କର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 23 ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିରେ ଟିମ୍ ଇଣ୍ଡିଆ 12 ଟି ଜିତିଥିବାବେଳେ ଇଂଲଣ୍ଡ ଦଳ 11 ଟି ମ୍ୟାଚରେ ବିଜୟୀ ହୋଇଛି। ଟି -20 ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ମଧ୍ୟରେ ମୋଟ 4 ଟି ମ୍ୟାଚ୍ ଖେଳାଯାଇଛି। ଉଭୟ ଦଳ ସମାନ ସଂଖ୍ୟାକ ମ୍ୟାଚ ଜିତିଛନ୍ତି । ଏହି ରେକର୍ଡକୁ ଦେଖିଲେ ଦୁଇ ଦଳ ମଧ୍ୟରେ ଆଜି କଡା ଟକ୍କର ହେବା ଅନୁମାନ କରାଯାଉଛି । ଭାରତ ଆଜିର ମ୍ୟାଚକୁ ହାଲୁକା ନେଲେ ମହଙ୍ଗା ପଡିପାରେ ।

ବର୍ଷା ଧୋଇ ନେବ କି ମ୍ୟାଚ ? : ଆଜିର ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଏହି ମ୍ୟାଚରେ 70 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ମ୍ୟାଚ୍ ସମୟରେ ପ୍ରବଳ ବଜ୍ରପାତ ହେବାର ଆଶଙ୍କା ରହିଛି । ଯଦି ମ୍ୟାଚ ସମୟରେ ବର୍ଷା ହୁଏ ତେବେ ଖେଳ ବାତିଲ ହେବ ଓ ଭାରତ ସିଧା ଫାଇନାଲରେ ପହଞ୍ଚିବ ।

କାହାର ପଲ୍ଲା ରହିବ ଭାରି ? : ଟି 20 ବିଶ୍ବକପରେ ବିଜୟ ଧାରା ଜାରି ରଖିଛି ଭାରତ । ଏହି ଧାରାକୁ ଅକ୍ଷୁର୍ଣ୍ଣ ରଖିବାରୁ ଦଳ ଆଶାବାଦୀ । ଯଦି ପଏଣ୍ଟ ଟେବୁଲକୁ ଦେଖାଯାଏ ତେବେ ଇଂଲଣ୍ଡ ଦ୍ବିତୀୟ ଓ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତର ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନଥିବା ବେଳେ ଇଂଲଣ୍ଡ ଗୋଟିଏ ମ୍ୟାଚରେ ସୁପର 8 ମୁକାବିଲାରେ ପରାସ୍ତ ହୋଇଥିଲା । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପଲ୍ଲା ଭାରି ରହିବା ଆକଳନ କରାଯାଉଛି ।

ବର୍ଷା ହେଲେ ଫାଇାନଲ ଯିବ ଭାରତ: ଭାରତ-ଇଂଲଣ୍ଡ ସେମିଫାଇନାଲରେ ରହିଛି ବର୍ଷା ଆଶଙ୍କା । ମ୍ୟାଚ୍‌ ବାତିଲ ହେଲେ ନିୟମ ଅନୁସାରେ ସୁପର-8ରେ ପଏଣ୍ଟ ଟେବୁଲ ଶୀର୍ଷରେ ରହି ସେମିଫାଇନାଲକୁ ଆସିଥିବା ଦଳ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବ । ସେହି ନିୟମ ଆଧାରରେ ଭାରତ ପଲ୍ଲା ଭାରି ରହିଛି ।

ଏହି ଖେଳାଳିଙ୍କ ଉପରେ ନଜର: ଆଜିର ମ୍ୟାଚରେ ଇଂଲଣ୍ଡ ବୋଲରଙ୍କୁ ଘାଇଲା କରିବାକୁ ଭାରତୀୟ ଦଳ ପାଖରେ ଦୁର୍ଦ୍ଦଶ ବ୍ୟାଟର ରହିଛନ୍ତି । ରୋହିତ ଶର୍ମା ଫର୍ମରେ ଥିବା ବେଳେ ପନ୍ତ, ସୂର୍ଯ୍ୟକୁମାର, ଦୁବେ ଓ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରୁଛନ୍ତି । ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ବଢିଛି । ପୂର୍ବ ମ୍ୟାଚରେ ସେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଆଜି କିନ୍ତୁ ତାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି । ତାଙ୍କର ବ୍ୟାଟିଂ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ସେହିପରି ବୋଲିରେ ବୁମରା, କଳଦୀପ ଓ ଅର୍ଶଦୀପ ଧମାଲ କରୁଛନ୍ତି । ଇଂଲଣ୍ଡ ବ୍ୟାଟରଙ୍କୁ ଅଟକାଇବାକୁ ବୋଲରଙ୍କ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ।

ଶକ୍ତିଶାଳୀ ଇଂଲଣ୍ଡ ବାହିନୀ: 2022 ଟି 20 ବିଶ୍ବକପ ପରି ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତକୁ ହରାଇ ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ଫିଲ ସଲ୍ଟ ଓ ଅଧିନାୟକ ଜୋସ୍ ବଟଲର୍ ଏ ଟିମ୍ ଇଣ୍ଡିଆ ପାଇଁ ବିପଦ ହୋଇ ପାରନ୍ତି । ବୋଲିଂରେ ଆଦିଲ୍ ରସିଦ, ଜୋଫ୍ରା ଆର୍ଚର ଏବଂ କ୍ରିସ୍ ଜୋର୍ଡାନ୍ ଭାରତୀୟ ବ୍ୟାଟରଙ୍କୁ ଅଟକାଇବାକୁ ପ୍ରସ୍ତୁତ ।

Last Updated : Jun 27, 2024, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.