ଓଡିଶା

odisha

ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ଦୁଇ ନୂଆ ଚେହେରା

By

Published : Mar 14, 2021, 6:56 PM IST

ଦ୍ବିତୀୟ ଟି-20 ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-20 ମ୍ୟାଚ। ଅଧିକ ପଢ଼ନ୍ତୁ...

ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ଦୁଇ ନୂଆ ଚେହେରା
ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳରେ ଦୁଇ ନୂଆ ଚେହେରା

ଗାନ୍ଧୀନଗର: ଦ୍ବିତୀୟ ଟି-20 ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-20 ମ୍ୟାଚ। 5ଟିକିଆ ସିରିଜରେ ଇଂଲଣ୍ଡ 1-0ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ଭାରତକୁ 8 ୱିକେଟରେ ହରାଇଥିଲା ଦଳ ।

ଭାରତ ପକ୍ଷରୁ ଏହି ମ୍ୟାଚରେ ଶିଖର ଧୱନ ଓ ଅକ୍ଷର ପଟେଲଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ଦୁହେଁ ଆନ୍ତର୍ଜାତିକ ଟି-20ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସେପଟେ ଇଂଲଣ୍ଡ ପକ୍ଷରୁ ମଧ୍ୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ମାର୍କ ଉଡଙ୍କ ସ୍ଥାନରେ ଟମ କୁରନଙ୍କୁ ଦଳରେ ସାମିଲ ହୋଇଛନ୍ତି। ଇଂଲଣ୍ଡ ମଧ୍ୟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଚାହିଁଥାନ୍ତା ବୋଲି କହିଛନ୍ତି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ।

ଭାରତ ଚୂଡ଼ାନ୍ତ ଏକାଦଶ

ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ୟୁଜିବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ଭୁବନେଶ୍ବର କୁମାର ।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ଜେଶନ ରଏ, ଜୋଶ ବଟଲର, ଡାବିଡ ମଲନ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇଅନ ମୋର୍ଗାନ, ସାମ କୁରନ, କ୍ରୀଶ ଜୋର୍ଡାନ, ଜୋଫ୍ରା ଆର୍ଚେର, ଟମ କୁରନ ଓ ଆଦିଲ ରାଶିଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details