ETV Bharat / sports

ଡିସେମ୍ବର 27ରୁ ହକି ଇଣ୍ଡିଆ ଲିଗ; ରାଉରକେଲା ଓ ରାଞ୍ଚିରେ ମ୍ୟାଚ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ସୂଚନା - Hockey India League

author img

By ETV Bharat Odisha Team

Published : Jul 13, 2024, 10:55 AM IST

Hockey India League: ପୁଣି ଫେରିବ ହକି ଇଣ୍ଡିଆ ଲିଗ । ରାଉରକେଲା ଏବଂ ରାଞ୍ଚିରେ ଡିସେମ୍ବର 27ରୁ ଫେବୃଆରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

Hockey India League
Hockey India League (ETV BHARAT ODISHA)

ଭୁବନେଶ୍ୱର: ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ 8 ବର୍ଷ ପରେ ଫେରିବ ହକି ଇଣ୍ଡିଆ ଲିଗ । ଆସନ୍ତା ଡିସେମ୍ବର 27ରୁ ଫେବୃଆରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ । ଏଥର ଉଭୟ ପୁରୁଷ ଏବଂ ମହିଳା ଦଳ ହେବେ ସାମିଲ । ପୁରୁଷ ଦଳରେ 8 ଟି ଟିମ ଏବଂ ମହିଳାରେ 6 ଟି ଟିମ ସାମିଲ ହେବେ। ଦୁଇଟି ଭେନ୍ୟୁରେ ହେବ ଏହି ଟୁର୍ନାମେଣ୍ଟ । ରାଉରକେଲା ଏବଂ ରାଞ୍ଚିରେ ସମସ୍ତ ମ୍ୟାଚ ଖେଳାଯିବ । ଓଡିଶାର ମଧ୍ୟ ଏକ ଟିମ ହେବ ସାମିଲ ହେବ। ପୂର୍ବରୁ ଏହି ପ୍ରତିଯୋଗିତା 2013 ରୁ 2017 ଯାଏ ଖେଳାଯାଇଥିଲା । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏନେଇ ସୂଚନା ଦେଇଥିଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

ଏହା ମଧ୍ୟ ପଢନ୍ତୁ-କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO

ନବୀନ ସରକାର ସମୟରେ ହକିକୁ ବେଶ ପ୍ରାଧାନ୍ୟ ଦିଆୟାଉଥିଲା । ଏଥର ସରକାର ବଦଳିଛି । ରାଜ୍ୟରେ ବିଜେପି ସରକାର ହକିକୁ ଆହୁରି ଅଧିକ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି। ଦୀର୍ଘ 8 ବର୍ଷ ପରେ ହକି ଇଣ୍ଡିଆ ଲିଗ ଆୟୋଜନ କରାଯାଉଥିବା ବେଳେ ବିଶ୍ବର ବହୁ ଖେଳାଳି ସାମିଲ ହେବେ । ଶେଷ ଥର ଲାଗି 2017ରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ପରେ ମୁହୁ୍ର୍ତ୍ତରେ ପ୍ରାୟୋଜକ ଅଭାବରୁ ବନ୍ଦ ରହିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ 5ଟି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ସାରିଛି । 5ଥର ଯାକ 5ଟି ଭିନ୍ନ ଭିନ୍ନ ଦଳ ଚମ୍ପିଆନ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନୂଆ ରୂପରେ ଆସିବ ହକି ଇଣ୍ଡିଆ ଲିଗ, ସାମିଲ ହେବେ ମହିଳା ଟିମ୍

ହକି ଇଣ୍ଡିଆ ଲିଗ (HIL)ର 5ଟି ସଫଳ ସଂସ୍କରଣ ପରେ 2017ରୁ ଏହା ବନ୍ଦ ରହିଛି । ହକିପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ବିଷୟ ଯେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ହକି ଇଣ୍ଡିଆ ଲିଗ କ୍ରୀଡାସୂଚୀ, ଫର୍ମାଟ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ । ହକି ଇଣ୍ଡିଆ ଲିଗରେ ପୂର୍ବରୁ 6ଟି ଦଳ ଥିଲେ । ମୁମ୍ବାଇ, ଦିଲ୍ଲୀ, ଚଣ୍ଡିଗଡ, ଭୁବନେଶ୍ବର, ରାଞ୍ଚି ଓ ଲକ୍ଷ୍ନୌ । 2013ରେ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଥିଲା ରାଞ୍ଚି । 2014ରେ ଦିଲ୍ଲୀ ଓ 2016ରେ ଚଣ୍ଡିଗଡ ବିଜେତା ହୋଇଥିଲେ । 2017 ପଞ୍ଚମ ସଂସ୍କରଣରେ କଳିଙ୍ଗ ଲାନ୍ସର ଟିମ୍‌ (ଭୁବନେଶ୍ବର) ଟାଇଟଲ ହାସଲ କରିଥିଲା । ଦେଶରେ ହକିର ବିକାଶ ପାଇଁ ହିଲ ବା ହକି ଇଣ୍ଡିଆ ଲିଗ୍‌ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.