ଓଡିଶା

odisha

ଗଳି କ୍ରିକେଟର ଅସଲି ମଜା ବଖାଣିଲେ ମାହି

By

Published : Sep 26, 2019, 12:26 PM IST

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ସହ ସେ ସ୍କୁଲ ଦିନ ଓ ଗାଁ କ୍ରିକେଟ ଖେଳକୁ ମନେ ପକାଇଛନ୍ତି ।

ଫାଇଲ ଫଟୋ

ରାଞ୍ଚି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ସହ ସେ ସ୍କୁଲ ଦିନ ଓ ଗାଁ କ୍ରିକେଟ ଖେଳକୁ ମନେ ପକାଇଛନ୍ତି ।

ଗଳି କ୍ରିକେଟର ଅସଲି ମଜା ବଖାଣିଲେ ମାହି
ଏହି ଭିଡିଓରେ କିଛି ଲୋକ ଗଳିରେ ବା ସାହିରେ କ୍ରିକେଟ ଖେଳୁଥିବା ନଜର ଆସୁଛନ୍ତି । ଖେଳୁଥିବା ସମୟରେ ବ୍ୟାଟସମ୍ୟାନ ଜଣଙ୍କ ନିଜକୁ ଆଉଟ ହୋଇନଥିବା କହୁଛନ୍ତି । ଏହାକୁ ଟ୍ରାଏଲ ବଲ କହିବା ସହ ସେ ପ୍ରସ୍ତୁତ ନଥିବା କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

କେବଳ ଏତିକି ନୁହେଁ ଦ୍ବିତୀୟ ବଲରେ ମଧ୍ୟ ସେ ଆଉଟ ହୋଇଥିଲେ ବି ଆଉଟ ହୋଇନଥିବା ଦାବି କରିଛନ୍ତି । ଏହା ସହ ବଲ ଦେଖାଯାଉନଥିବା ମଧ୍ୟ ସେ କହୁଥିବା ଦେଖାଯାଉଛି ।

ତେବେ ଏହି ଭିଡିଓ ପୋଷ୍ଟ କରିବା ସହ ଧୋନୀ ଲେଖିଛନ୍ତି ଯେ, ‘ଏହା ଠିକ୍‌ରେ ଦେଖାଯାଉନଥିଲେ ମଧ୍ୟ ଏହାର ମଜା ଆପଣ ମାନେ ନିଅନ୍ତୁ ।’

ABOUT THE AUTHOR

...view details