ETV Bharat / sports

T20 ବିଶ୍ୱକପ ଫାଇନାଲ: ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ କିଏ ହେବ ବିଜେତା ? - IND VS SA T20 WORLD CUP FINAL

author img

By ETV Bharat Odisha Team

Published : Jun 29, 2024, 9:22 AM IST

Updated : Jun 29, 2024, 11:24 AM IST

T20 World Cup final: ଟି20 ବିଶ୍ବକପରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା । ବର୍ଷା ହେଲେ ରିଜର୍ଭ ଡେ' ରେ ହେବ ମ୍ୟାଚ । ଯଦି ବର୍ଷା ଯୋଗୁଁ ମ୍ୟାଚ ହୋଇନପାରେ ତେବେ କଣ ହେବ ଜାଣନ୍ତୁ । ଅଧିକ ପଢନ୍ତୁ

Etv Bharat
Etv Bharat (ETV BHARAT ODISHA)

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ଟି20 ବିଶ୍ବକପର ଫାଇନାଲ ଫାଇଟ । ଟ୍ରଫି ହାତେଇବା ପାଇଁ ହେବ ଜୋରଦାର ଲଢେଇ । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚରେ ବର୍ଷା ଭିଲିଆନ ସାଜିପାରେ । ମ୍ୟାଚ ସମୟରେ ଯଦି ବର୍ଷା ହୁଏ ତେବେ କ'ଣ ହେବ ଫଳାଫଳ ? କ'ଣ ରହିଛି ନିୟମ ଜାଣନ୍ତୁ...

T20 World Cup final
T20 World Cup final (BCCI)

ବର୍ଷା ହେଲେ ରିଜର୍ଭ ଡେ'ରେ ହେବ ମ୍ୟାଚ: ୱେଷ୍ଟଇଣ୍ଡିଜର କେସିଂଟନ ଓଭାଲରେ ରାତି 8ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଫାଇନାଲ ଫାଇଟରେ ବର୍ଷା ହେବା ନେଇ ଆଶଙ୍କା ରହିଛି । ବାରବାଡୋସର ବ୍ରିଜ୍ ଟାଉନରେ ଆଜି 78% ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗରେ ପ୍ରବଳ ବେଗରେ ପବନ ହେବା ନେଇ ଆଶଙ୍କା କରାଯାଉଛି । ସେହିପରି ରାତି ସମୟରେ ବର୍ଷା ହେବାର 87 ପ୍ରତିଶତ ଚାନ୍ସ ରହିଛି । ଯଦି ବର୍ଷା ହୁଏ ତେବେ 30 ତାରିଖକୁ ରିଜର୍ଭ ଡେ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି T20 ବିଶ୍ୱକପ ଫାଇନାଲ: ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ! ନା ଭାରତ ଅପେକ୍ଷାର ଘଟିବ ଅନ୍ତ ? - T20 World Cup 2024 Final

ରିଜର୍ଭ ଡେ'ରେ ବର୍ଷା ହେଲେ କ'ଣ ହେବ ?: ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ'ରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି 61 ପ୍ରତିଶତ ବର୍ଷା ହେବାର ଚାନ୍ସ ରହିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ ଖେଳିବା ସମ୍ଭବ ନହୁଏ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ ।

T20 World Cup final
T20 World Cup final (BCCI)

ପ୍ରଥମ ଥର ଅପରାଜେୟ ବିଜେତା: ପ୍ରଥମ ଥର ଲାଗି ଟି20 ବିଶ୍ବକପରେ ଅପରାଜେୟ ବିଜେତା ଦେଖିବ ପୁରା ବିଶ୍ବ । ଗ୍ରୁପ ହେଉ କି ସୁପର 8 ପର୍ଯ୍ୟାୟରେ ବିନା ପରାଜୟରେ ଫାଇନାଲରେ ପହଞ୍ଚି ଟ୍ରଫି ହାତେଇବାର ପ୍ରଥମ ଘଟଣା ହେବ । ଭାରତ ଓ ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛନ୍ତି ଦୁଇ ଦଳ ।

କାହାର ପଲ୍ଲା ରହିବ ଭାରତ ? : ଟି20ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ 26 ଥର ମୁହାଁମୁହିଁ ହୋଇଛନ୍ତି । ଟିମ ଇଣ୍ଡିଆ 14 ଟିରେ ବିଜୟୀ ହୋଇଥିବାବେଳେ 11ଟିରେ ଦକ୍ଷିଣ ଆଫ୍ରିକା ବିଜେତା ହୋଇଛି । ତେଣୁ ଆଜିର ମ୍ୟାଚ ମେନ ଇନ ବ୍ଲୁର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି ।

Last Updated : Jun 29, 2024, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.