ETV Bharat / sports

ଟି20 ବିଶ୍ବକପ: 'ଫାଇାନାଲରେ ଶତକ ମାରିବେ କୋହଲି, ବିଜେତା ହେବ ଭାରତ ' - Virat Kohli Form

author img

By ETV Bharat Odisha Team

Published : Jun 29, 2024, 10:59 AM IST

Monty Panesar Statement On Virat: କୋହଲିଙ୍କ ସମର୍ଥନରେ ବାହାରିଲେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର । କହିଲେ, ବିଶ୍ବକପ ଫାଇନାଲରେ କୋହଲି ସେଞ୍ଚୁରୀ ମାରିବେ । ଭାରତ ବିଜୟୀ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat (@BCCI)

ହାଇଦ୍ରାବାଦ: ଟି20 ବିଶ୍ବକପ ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଲେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର । ଫର୍ମରେ ନଥିବା ବିରାଟ କୋହଲି ଆଜି ଫିଲ୍ଡରେ ଧୂଆଁଧାର ବ୍ୟାଟିଂ କରି ସେଞ୍ଚୁରୀ ମାରିବେ । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଜିର ମ୍ୟାଚରେ ବିଶ୍ବବିଜେତା ହେବ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର । ୱେଷ୍ଟଇଣ୍ଡିଜର କେସିଂଟନ ଓଭାଲରେ ଆଜି ରାତି 8ଟାରେ ଫାଇନାଲ ମ୍ୟାଚ ଖେଳାଯିବ ।

Virat Kohli
Virat Kohli (ETV BHARAT ODISHA)

ଶତକ ମାରିବେ କୋହଲି: ଟି20 ବିଶ୍ବକପର ନବମ ସଂସ୍କରଣରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ସମାଲୋଚନା କରାଯାଉଛି । ଏପରି ସମୟରେ କୋହଲିଙ୍କୁ ସମର୍ଥନ ଜଣାଇଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର । ସେ କହିଛନ୍ତି, ''ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ଶତକ ମାରିବେ । ତାଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ହେବ । ଟି20 ବିଶ୍ୱକପ ଫାଇନାଲରେ ଭାରତ ବିଜୟୀ ହେବ ।''

ଏହା ମଧ୍ୟ ପଢନ୍ତୁ-T20 ବିଶ୍ୱକପ ଫାଇନାଲ: ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ କିଏ ହେବ ବିଜେତା ? - IND VS SA T20 WORLD CUP FINAL

ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଦୁଇ ଦଳ ଫାଇାନାଲରେ ବାଜମାତ କରି ଟ୍ରଫି ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଫାଇଟ । ସମୟ ଯେତିକି ପାଖଉଛି ଫ୍ୟାନ୍ସଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । 7 ମାସ ପରେ ଟିମ ଇଣ୍ଡିଆ ଆଉ ଏକ ବିଶ୍ବକପ ଫାଇନାଲ ଖେଳବାକୁ ଯାଉଥିବାରୁ ବେଶ ଉତ୍ସାହିତ କ୍ରୀଡାପ୍ରେମୀ । ଆଜିର ମ୍ୟାଚରେ କିଏ ହେବ ବିଶ୍ବ ବିଜୟୀ ତାହା ଉପରେ ସମସ୍ତଙ୍କ ନଜର । ଭାରତ ବିଜୟ ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି ।

ଟି20 ବିଶ୍ବକପରେ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ 7ଟି ଇଂନିସରେ ମାତ୍ର 75 ରନ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମି ଫାଇନାଲରେ ମାତ୍ର 9 ରନ କରି ପାଭିଲିୟନକୁ ଫେରିଥିଲେ । ସମସ୍ତେ କୋହଲିଙ୍କ ଖରାପ ଫର୍ମକୁ ନେଇ ସମାଲୋଚନା କରୁଥିବା ବେଳେ ସମର୍ଥନ କରିଛନ୍ତି ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡ । ବିରାଟଙ୍କ ଫର୍ମ ଚିନ୍ତାର ବିଷୟ ନୁହଁ ବୋଲି ପ୍ରେସ କନଫରେନ୍ସରେ କହିଛନ୍ତି ରୋହିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.