ହାଇଦ୍ରାବାଦ: ପୁଣି ଟାଇଗର ସହ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି ସଲମାନ । ବର୍ତ୍ତମାନ କ୍ରିକ୍ଟ ୱାର୍ଲ୍ଡ କପ୍ ମ୍ୟାଚ୍ ଜାରି ରହିଛି । ଏଥିରେ ଭାରତ ୨ଟି ମ୍ୟାଚ୍ ଜିତିସାରିସାରିଥିବା ବେଳେ ୧୪ ଅକ୍ଟୋବର ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଆୟୋଜିତ ହେବାକୁ ଯାଉଛି । ଏହି ମୁକାବିଲାରେ ସଲମାନ ଖାନ ନିଜ ଫିଲ୍ମ ଟାଇଗର ୩କୁ ପ୍ରମୋସନ କରିବାକୁ ସାମିଲ ହେବେ ବୋଲି ଜଣାପଡିଛି । ସଲମାନ ଏନେଇ ନିଜେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଟାଇଗର 3 ର ନିର୍ମାତା ୟଶ ରାଜ ଷ୍ଟାର ସ୍ପୋର୍ଟସ ସହ ଏକ ଚୁକ୍ତି କରିଛନ୍ତି ଯେଉଁଥିରେ ସଲମାନ ଖାନ ମଧ୍ୟ ଭାରତ ବନାମ ପାକିସ୍ତାନ ମ୍ୟାଚ ସମୟରେ ନିଜର ଜଲୱା ଦେଖାଇବେ । ସଲମାନ ଏବଂ ୟଶ ରାଜ ଏହି ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ମେସେଜ ସେୟାର କରି ଏହାର ସୂଚନା ଦେଇଛନ୍ତି। ଭିଡିଓରେ ଟାଇଗର ଗେଟଅପ୍ ରେ ସଲମାନ ଖାନ ନଜର ଆସିଛନ୍ତି । ଏବଂ ସେ ଟାଇଗର ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ମିଶନ ବୋଲି ବର୍ଣ୍ଣନା କରିଛନ୍ତି ।
ସେପଟେ ଏହି ଭିଡିଓ ସେୟାର ହେବା ମାତ୍ରେ ଅର୍ଜୁନ କପୁର ଏହାକୁ ଲାଇକ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସଲମାନ ମଧ୍ୟରେ ଥିବା ଏବଂ ଅର୍ଜୁନଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥିବା ଚର୍ଚ୍ଚା ହେଉଛି । ସୂଚନା ଥାଉ କି, ସଲମାନ ଖାନଙ୍କ ସହ ତାଙ୍କ ମତଭେଦ ବିଷୟରେ କେବେବି ସର୍ବସାଧାରଣରେ କଥାବାର୍ତ୍ତା କରିନାହାଁନ୍ତି କିନ୍ତୁ ଅର୍ଜୁନଙ୍କ ପିତା ବୋନି କପୁର ଏକ ସାକ୍ଷାତକାରରେ ଏହା ବିଷୟରେ କହିଥିଲେ । ସେ କହିଥିଲେ ଯେ ଅର୍ଜୁନ ଏବଂ ସଲମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନୁହେଁ । ୨୦୨୦ରେ ଏକ ସାକ୍ଷାତକାରରେ ବୋନି କପୁର କହିଥିଲେ ଯେ, ଅର୍ଜୁନ ସବୁବେଳେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ କିନ୍ତୁ ସଲମାନ ଖାନ ହିଁ ଅର୍ଜୁନଙ୍କୁ ଅଭିନେତା ହେବାକୁ ପ୍ରୋତ୍ସାହିତ କରିଥିଲେ ।