ETV Bharat / entertainment

ସଲମାନ-ଶାହାରୁଖଙ୍କ ପରେ ସ୍ପାଏ ୟୁନିଭର୍ସରେ ଆଲିଆଙ୍କ ଏଣ୍ଟ୍ରି, ଫିଲ୍ମ ଟାଇଟଲ ହେଲା ଘୋଷଣା - Alpha Girls

author img

By ETV Bharat Odisha Team

Published : Jul 5, 2024, 2:28 PM IST

Alia Bhatt New Film: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଏବେ ସ୍ପାଏ ୟୁନିଭର୍ସ ଫିଲ୍ମରେ ଜଲୱା ଦେଖାଇବେ ଆଲିଆ ଭଟ୍ଟ । ବର୍ତ୍ତମାନ ଅଭିନେତ୍ରୀଙ୍କ ଫିଲ୍ମର ଟାଇଟଲ ଉପରୁ ଉଠିଲା ପରଦା । ତେବେ ଫିଲ୍ମର ଟାଇଟଲ କ'ଣ ? କିଏ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏବଂ ଆଲିଆ ଭଟ୍ଟଙ୍କ ସହ କିଏ ଅଭିନୟ କରିବେ ? ଜାଣନ୍ତୁ,

ସଲମାନ-ଶାହାରୁଖ ପରେ ଏବେ ସ୍ପାଏ ୟୁନିଭର୍ସରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି, ଫିଲ୍ମର ଟାଇଟଲ ହେଲା ଘୋଷଣା
ସଲମାନ-ଶାହାରୁଖ ପରେ ଏବେ ସ୍ପାଏ ୟୁନିଭର୍ସରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି, ଫିଲ୍ମର ଟାଇଟଲ ହେଲା ଘୋଷଣା (@AliaBhatt, Instagram)

ହାଇଦ୍ରାବାଦ: ୟଶ ରାଜ ଫିଲ୍ମର୍ସର ସ୍ପାଏ ୟୁନିଭର୍ସରେ ଅନେକ ବଡ଼ ବଡ଼ ଫିଲ୍ମ ପରଦାରେ ଧମାକା କରିଛି । ଏହି ବ୍ୟାନରରେ ୱାର୍ ଠାରୁ ଆରମ୍ଭ କରି ଟାଇଗର ଏବଂ ପଠାନ ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଯେଉଁଥିରେ ଶାହାରୁଖ ଖାନଙ୍କ ସଲମାନ ଖାନ ଏବଂ ହ୍ରିତିକ ରୋଶନଙ୍କ ଭଳି ତାରକାମାନେ ଦମଦାର ଆକ୍ସନ ଲୁକରେ ନଜର ଆସି ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀଙ୍କ ନାଁ ୟଶ ରାଜଙ୍କ ସ୍ପାଏ ୟୁନିର୍ଭସରେ ଯୋଡି ହୋଇଛି। ଦୀର୍ଘ ଦିନ ଧରି ଖବର ଆସିଥିଲା ​​ଯେ ଆଲିଆ ଭଟ୍ଟ ୟଶ ରାଜଙ୍କ ସହ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ନିର୍ମାତା ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଫିଲ୍ମର ଟାଇଟଲ ସହ ଆଲିଆ ଭଟ୍ଟଙ୍କ ଫିଲ୍ମ ଘୋଷଣା କରିଛନ୍ତି ।

ଆଲିଆ ଭଟ୍ଟଙ୍କ ଫିଲ୍ମ ନାଁ 'ଆଲଫା'

ଆଲିଆ ଭଟ୍ଟଙ୍କ ଫିଲ୍ମ ନାଁ ହେଉଛି 'ଆଲଫା' । ଯାହାର ଅର୍ଥ ସର୍ବଶ୍ରେଷ୍ଠ । ୟଶ ରାଜ ଫିଲ୍ମର୍ସ ଏବଂ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ଟାଇଟଲ ଘୋଷଣା ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଆଲିଆ କହିଛନ୍ତି ଯେ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଏବଂ ଆମର କାର୍ଯ୍ୟକ୍ରମର ମୂଳ ହେଉଛି ପ୍ରଥମ, ଦ୍ରୁତଗାମୀ ଓ ସାହସୀ । ଯଦି ତୁମେ ଭଲଭାବେ ଦେଖ, ପ୍ରତ୍ୟେକ ସହରରେ ଏକ ଜଙ୍ଗଲରେ ରହିଛି ଏବଂ ଜଙ୍ଗଲରେ ଏକ ଆଲଫା ଯିଏ ସର୍ବଦା ଶାସନ କରିବ । ଏହି କ୍ଷୁଦ୍ର ଭିଡିଓରେ ନିର୍ମାତାମାନେ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଏଥିସହ ଫିଲ୍ମ ନିର୍ଦ୍ଦେଶକ ଏବଂ ଅନ୍ୟ ତାରକାଙ୍କ ନାଁ ପ୍ରକାଶ ହୋଇଛି ।

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ଅନ୍ୟପକ୍ଷରେ ଶିବ ରାୱଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେବାକୁ ଯାଉଛନ୍ତି । ଏଥିସହ ଫିଲ୍ମରେ ଆଲିଆଙ୍କ ସହ ଶରବରୀ ବାଗ ନଜର ଆସିବେ । ତେବେ କହିରଖୁଛୁ କି, ୟଶ ରାଜ ଫିଲ୍ମସ୍ ସ୍ପାଏ ୟୁନିଭର୍ସ ପ୍ରଥମ ଥର ପାଇଁ ଏକ ମହିଳା ଲିଡ୍ ଫିଲ୍ମ ନିର୍ମାଣ କରୁଛି । ଏହି ଫିଲ୍ମ ସହ ଆଲିଆ ଭଟ୍ଟ ଏବଂ ଶରବରୀ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ । ତେବେ ଏହା ଘୋଷଣା ହେବା ପରେ ଫ୍ୟାନ୍ସଠାରୁ ସେଲିବ୍ରିଚଟି ସମସ୍ତେ ଶୁଭକାମନା ଜଣାଇବା ସହ ଫିଲ୍ମକୁ ଉତ୍ସାହିତ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ପାଏ ୟୁନିଭର୍ସରେ ଆଲିଆଙ୍କ ଏଣ୍ଟ୍ରି ! ଶାହାରୁଖ ଓ ସଲମାନଙ୍କ ସହ ଦେବେ ଟକ୍କର

ସୂଚନା ଥାଉ କି, ଆଲଫା ହେଉଛି ୟଶ ରାଜଙ୍କ ମହିଳା ସ୍ପାଏ ୟୁନିଭର୍ସର ପ୍ରଥମ ଚଳଚ୍ଚିତ୍ର । ଏଥି ସହ, ଏହାପୂର୍ବରୁ ମ୍ୟାନ୍ ସ୍ପାଏ ୟୁନିଭର୍ସରେ ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ, ଟାଇଗର ୩, ୱାର ଏବଂ ପଠାନ ଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏଥିସହ, ୱାର ୨ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ସାଉଥ ସୁପରଷ୍ଟାର ଜୁନିଅର NTR, ହ୍ରିତିକ ରୋଶନଙ୍କ ସହ ନଜର ଆସିବେ । ଯାହା ଖୁବଶୀଘ୍ର ପରଦାକୁ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.