ETV Bharat / entertainment

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ସୀତା' - sita released

author img

By ETV Bharat Odisha Team

Published : Jul 5, 2024, 11:07 PM IST

Odia Film 'Sita' Realeased: ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ସୀତା' । କେକ୍ କାଟି ସେଲିବ୍ରେସନ କଲେ ଟିମ୍ । ଅଧିକ ପଢନ୍ତୁ

Odia Film 'Sita' Realeased
Odia Film 'Sita' Realeased (ETV Bharat Odisha)

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ସୀତା'। ଏହା ଏକ ସଂଘର୍ଷର କାହାଣୀ ହୋଇଥିବାବେଳେ ବଡ଼ ପରଦାରେ ଚାଷ ଓ ଚାଷୀର କରୁଣ କାହାଣୀର ନିଚ୍ଛକ ଚିତ୍ରକୁ ଅନୁଭବ କରିଛନ୍ତି ଦର୍ଶକ। ଫିଲ୍ମଟି ରାଜ୍ୟର ୧୦ଟି ହଲ୍‌ରେ ରିଲିଜ ହେଇଥିବାବେଳେ ଭୁବନେଶ୍ଵରର ଏକ ମଲ୍ଟିପ୍ଲେକ୍ସରେ ପ୍ରିମିୟର ସୋ' ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂରା ପ୍ରଯୋଜନା ଟିମ୍ ଓ କଳାକାରଙ୍କ ସହିତ ଇଣ୍ଡଷ୍ଟ୍ରିର ଅନେକ ନାମୀ ଦାମୀ ପ୍ରଯୋଜକ, ନିର୍ଦ୍ଦେଶକ, ବରିଷ୍ଠ ଅଭିନେତା ଓ ଅଭିନେତ୍ରୀମାନେ ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିଛନ୍ତି । ଅନେକ ବାଧା ପରେ ଫିଲ୍ମଟି ରିଲିଜ ହୋଇଥିବା ପ୍ରିମିୟରରେ କେକ୍ କାଟି ସେଲିବ୍ରେସନ କରିଛନ୍ତି 'ସୀତା'ର ପୁରା ଟିମ ।

ତେବେ ସିନେମାଟି କୃଷି ଉପରେ ପର୍ଯ୍ୟବେସିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ । ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ ପାଇଁ କିଛିଟା ପ୍ରତିବନ୍ଧକ ଥିଲା । ବର୍ତ୍ତମାନ ପ୍ରତିବନ୍ଧକ ହଟିବା ପରେ ଚଳଚ୍ଚିତ୍ରଟି ରିଲିଜ ହୋଇଛି । ତେବେ ୟୁଟ୍ୟୁବରେ 'ସୀତା' ସିନେମାର ଟିଜର୍‌ ଦର୍ଶକଙ୍କ ଭଲପାଇବା ସାଉଁଟି ଚାଲିଥିଲାବେଳେ ସିନେମା ରିଲିଜକୁ ସମସ୍ତଙ୍କ ଅପେକ୍ଷା ରହିଥିଲା । ତେଣୁ ଆଜି ଆସି ଦର୍ଶକ ଏହି ସିନେମା ଦେଖିଥିବାବେଳେ ଚାଷୀ ଜୀବନର ବାସ୍ତବ କାହାଣୀକୁ ନେଇ ଦର୍ଶକ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ପରଦାକୁ ଆସିବ ‘ସୀତା’, ସଂଘର୍ଷର କାହାଣୀ କହିଲେ ଅଭିନେତ୍ରୀ ଦେବଯାନୀ - One To One With Odia Film Sita Team

ଏହା ବି ପଢନ୍ତୁ...ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ - Kalki 2898AD Craze In Odisha

ଆଉ ଦେବଯାନୀଙ୍କର ସୁନ୍ଦର ଅଭିନୟ ବେଶ ହୃଦୟସ୍ପର୍ଶୀ ରହିଛି । ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ସିନେମାରେ ବାନ୍ଧି ରଖିବାରେ ସହାୟକ ହୋଇଛି। ଅଶ୍ୱିନୀ ତ୍ରିପାଠୀ ଫିଲ୍ମର ପ୍ରଯୋଜନା ଦେଇଥିବାବେଳେ 'ସୀତା' ମୁଖ୍ୟ ଭୂମିକାରେ ଦେବଯାନୀ, ସମରେଶ , ଚୌଧୁରୀ ବିକାଶ ଦାସ, ସୁଶାନ୍ତ ଆହୁରି ଅନେକ ନାମୀ କଳାକାର ରହିଛନ୍ତି। ଏହାର ସଂଳାପ ଡ.ରଜନୀ ରଞ୍ଜନ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ। ଗୀତ ଲେଖିଛନ୍ତି ତପୁ ନାୟକ। ଏହାର ପ୍ରଯୋଜନା, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ ପ୍ରତିଭାବାନ ନିର୍ମାତା ଅଶ୍ୱିନୀ ତ୍ରିପାଠୀ । ଡିଓପିରେ ଅକ୍ଷୟ କୁମାର ନାୟକ ଦକ୍ଷତା ଦେଖାଇଥିବାବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.