ETV Bharat / entertainment

ଦୀପିକାଙ୍କ ପୁଅ ହେବ ନା ଝିଅ, ଜ୍ୟୋତିଷ କଲେ ଏମିତି ଭବିଷ୍ୟବାଣୀ - Deepika Padukone Pregnancy

author img

By ETV Bharat Odisha Team

Published : Jul 5, 2024, 8:11 PM IST

Deepika Padukone Pregnancy: ନିଜ ପ୍ରେଗନ୍ସିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦୀପିକା ପାଦୁକୋନ । ସେପ୍ଟେମ୍ୱର ମାସରେ ଅଭିନେତ୍ରୀ ସନ୍ତାନ ପ୍ରସବ କରିବେ । ଏହି ସମୟରେ, ଜଣେ ଜ୍ୟୋତିଷ ଗର୍ଭାବସ୍ଥାରେ ଅଭିନେତ୍ରୀଙ୍କୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ ପୁଅ ଜନ୍ମ ଦେବା ନା ଝିଅ ? ଜାଣନ୍ତୁ କଣ କହୁଛନ୍ତି ଜ୍ୟୋତିଷ ।

ଖୁବଶୀଘ୍ର ମାଆ ହେବେ ଦୀପିକା; ପୁଅ ଜନ୍ମ ଦେବେ ନା ଝିଅ, ଜାଣନ୍ତୁ
ଖୁବଶୀଘ୍ର ମାଆ ହେବେ ଦୀପିକା; ପୁଅ ଜନ୍ମ ଦେବେ ନା ଝିଅ, ଜାଣନ୍ତୁ (@deepikapadukone)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଫିଲ୍ମ କଲ୍କି 2898AD ପାଇଁ ଲାଇମଲାଇଟରେ ରହିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ଗର୍ଭବତୀ ମହିଳା ସୁମତିଙ୍କ ଭୂମିକାରେ ଅଭିନୟ ଦେଇଛନ୍ତି । 'କଲ୍କି' ଫିଲ୍ମ ପରି ଦୀପିକା ବର୍ତ୍ତମାନ ବାସ୍ତବ ଜୀବନରେ ଗର୍ଭବତୀ ରହିଛନ୍ତି ଏବଂ ଏହି କାରଣରୁ ସେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ମଧ୍ୟ ରହିଆସିଛନ୍ତି । ତେବେ ସେ ଚଳିତ ସେପ୍ଟେମ୍ୱରରେ ସନ୍ତାନ ପ୍ରସବ କରିବେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି । ଏପରି ସମୟରେ ସମସ୍ତେ ଅଭିନେତ୍ରୀଙ୍କ ପୁଅ ହେବ ନା ଝିଅ ତାକୁ ନେଇ କଳ୍ପନାଜଳ୍ପନାରେ ରହିଥିବା ବେଳେ ଜଣେ ଜ୍ୟୋତିଷ ଗର୍ଭାବସ୍ଥାରେ ଅଭିନେତ୍ରୀଙ୍କୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନ, ପୁଅ ନା ଝିଅକୁ ଜନ୍ମ ଦେବେ ।

ଦୀପିକା ପାଦୁକୋନ ପୁଅ ନା ଝିଅ ଜନ୍ମ ଦେବେ?

ରିପୋର୍ଟ ଅନୁଯାୟୀ, ଦୀପିକାଙ୍କ ଗର୍ଭଧାରଣ ବିଷୟରେ ଜ୍ୟୋତିଷ ଜଗନ୍ନାଥ ଗୁରୁଜୀ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ ଏହି ଅଭିନେତ୍ରୀ ପ୍ରଥମ ସନ୍ତାନ ଭାବରେ ଏକ ପୁତ୍ର ସନ୍ତାନ ଜନ୍ମ ଦେବେ । ଏହି ସନ୍ତାନ ରଣଭୀର ସିଂ ଏବଂ ଦୀପିକାଙ୍କ ପାଇଁ ଶୁଭଫଳ ଆଣିବେ । ସେ କହିଛନ୍ତି, ''ଏହି ଶିଶୁ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପାଇଁ ବହୁତ ଲକି ପ୍ରମାଣିତ ହେବେ ଏବଂ ଉଭୟଙ୍କ ବୈବାହିକ ଜୀବନ ଖୁସିରେ ବିତିବା ସହ କର୍ମକ୍ଷେତ୍ରରେ ମଧ୍ୟ ବେଶ ସଫଳତା ହାସଲ କରିବେ ।''

ଜ୍ୟାତିଷଙ୍କ ଏହି କଥା ହୋଇଛି ସତ

ସୂଚନା ଥାଉ କି, ଏହି ଜ୍ୟୋତିଷ ପୂର୍ବରୁ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ ଦୀପିକା ୨୦୨୪ରେ ଗର୍ଭବତୀ ହେବେ । ତାହା ସତ ମଧ୍ୟ ହୋଇଛି । ଏଥିସହ ଜଗନ୍ନାଥ ଜୀ ପୂର୍ବରୁ ଅନେକ ଥର ସେଲିବ୍ରିଟମାନଙ୍କ ବିଷୟରେ ସଠିକ୍ ପୂର୍ବାନୁମାନ କରିଛନ୍ତି ଏବଂ ତାହା ମଧ୍ୟ ସତ ହୋଇଛି । ଏଭଳି ପରିସ୍ଥିତିରେ ପଣ୍ଡିତ ଜୀଙ୍କର ଭବିଷ୍ୟବାଣୀ ସତ ହେବ କି ତାହା ଦେଖିବା ମଜାଦାର ହେବ ।

ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର

ପ୍ରକାଶ ଥାଉକି, ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ । ତେବେ ଚଳିତ ସେପ୍ଟେମ୍ୱରରେ ଦୀପିକା ସନ୍ତାନ ପ୍ରସବ କରିବେ । ଏନେଇ ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରେଗନ୍ସି ପାଇଁ ଟ୍ରୋଲ ହେଲେ ଦୀପିକା, ଏମିତି ଜବାବ ଦେଲେ ରଣଭୀର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.