ହାଇଦ୍ରାବାଦ: ଆଜି (୧୪ ଜାନୁଆରୀ) ଦେଶରେ ମକର ସଂକ୍ରାନ୍ତି ମହା ଆଡମ୍ବରରେ ପାଳନ କରାଯାଉଥିବା ବେଳେ, ସାଉଥରେ ପୋଙ୍ଗଲ ପାଳନ କରାଯାଉଛି । ଏହି ବିଶେଷ ଅବସରରେ, 'ଦ ରାଜା ସାବ'ର ନିର୍ମାତାମାନେ ଫିଲ୍ମରୁ ରିବେଲ୍ ଷ୍ଟାର ପ୍ରଭାସଙ୍କ ଏକ ନୂତନ ପୋଷ୍ଟର ରିଲିଜ୍ କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ପୋଙ୍ଗଲ ଏବଂ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।
'ଦ ରାଜା ସାବ' ନୂଆ ପୋଷ୍ଟର ଆଉଟ୍
ମଙ୍ଗଳବାର ପୋଙ୍ଗଲର ପବିତ୍ର ଅବସରରେ, ପ୍ରଭାସ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ 'ଦ ରାଜା ସାବ'ର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଏହି ଉତ୍ସବ ଋତୁରେ ଆପଣ ସମସ୍ତଙ୍କୁ ଆନନ୍ଦ ଏବଂ ଖୁସିର କାମନା କରୁଛି... ଶୀଘ୍ର ଦେଖା ହେବ ମୁଁ ଦ ରାଜା ସାବ । ଏହି ସମୟରେ, 'ଦ ରାଜା ସାବ' ନିର୍ଦ୍ଦେଶକ ମାରୁତି ମଧ୍ୟ ପ୍ରଭାସଙ୍କ ପୋଷ୍ଟର ସେୟାର କରି ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ପୋଷ୍ଟରଟିକୁ ଏକ୍ସରେ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଶେଷ ସଂକ୍ରାନ୍ତି, ଯେଉଁଠାରୁ ଏହା ସବୁ ଆରମ୍ଭ ହୋଇଥିଲା ।' ଏହି ସଂକ୍ରାନ୍ତି, ଆପଣଙ୍କୁ 2025 ରେ ଡାର୍ଲିଂଙ୍କ ଶ୍ରେଷ୍ଠ ଭର୍ସନ ଦେଖାଇବାକୁ ପ୍ରତିଶ୍ରୁତି ଦେଉଛି । ଶୁଭ ସଂକ୍ରାନ୍ତି । ପୋଷ୍ଟରରେ ପ୍ରଭାସଙ୍କୁ ଲମ୍ବା କେଶ ସହ ହଳଦିଆ କୁର୍ତ୍ତା, ବାଦାମୀ ରଙ୍ଗର ସନଗ୍ଲାସରେ ଦେଖିବାକୁ ମିଳିଛି ।
The last Sankranthi, where it all began. This Sankranthi, promising you all the BEST VERSION OF DARLING in 2025! 🤗🤗
— Director Maruthi (@DirectorMaruthi) January 14, 2025
Happy Sankranthi ❤️❤️#TheRajaSaab #Prabhas@peoplemediafcy pic.twitter.com/EmpSJ69D34
ପ୍ରଭାସଙ୍କ ପୋଷ୍ଟରରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା
ପ୍ରଭାସଙ୍କ ନୂଆ ଲୁକ୍ ଉପରେ ପ୍ରଶଂସକମାନଙ୍କଠାରୁ ଅନେକ ପ୍ରତିକ୍ରିୟା ଆସିଛି । ନିର୍ଦ୍ଦେଶକଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି, ଏହି ରେଞ୍ଜ ଲୁକ୍ ସୁପର୍, ଏହାକୁ ସାରା ଫିଲ୍ମରେ ବଜାୟ ରଖନ୍ତୁ । ଆଉ ଜଣେ ଲେଖିଛନ୍ତି, ମୁଁ ଭାବୁଛି ଏହା ବାହୁବଳୀ ପରେ ପ୍ରଭାସଙ୍କର ସର୍ବୋତ୍ତମ ଲୁକ୍ । ଅନେକ ପ୍ରଶଂସକ ମାରୁତି ଏବଂ ତାଙ୍କ ଟିମକୁ ପୋଙ୍ଗଲ ଏବଂ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିବା ବେଳେ, ଅନେକ ଫିଲ୍ମର ନୂଆ ରିଲିଜ ତାରିଖ ଘୋଷଣା ବିଷୟରେ ଆଲୋଚନା କରିଛନ୍ତି ।
'ଦ ରାଜା ସାବ'ର ରିଲିଜ ତାରିଖକୁ ଅପେକ୍ଷା
'ଦ ରାଜା ସାବ'ର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି । ଫିଲ୍ମଟି ଏପ୍ରିଲ ୧୦ ରେ ରିଲିଜ ହେବାର ଥିଲା, କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି । ଫିଲ୍ମର ନୂଆ ରିଲିଜ୍ ତାରିଖ ବିଷୟରେ ନିର୍ମାତା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି ।
ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ପ୍ରଭାସ ! ରାମ ଚରଣ କଲେ ଖୁଲାସା
'ଦ ରାଜା ସାବ୍' ଏହି ତାରକା ବି ଆସିବେ ନଜର
ମାରୁତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ସେହିପରି ଏହି ଫିଲ୍ମର ମ୍ୟୁଜିକ ଜାତୀୟ ପୁରସ୍କାର ବିଜେତା ଥମନ ଏସ ପ୍ରସ୍ତୁତ କରିବେ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିସହ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ । ଏହି ମଜାଳିଆ ଚଳଚ୍ଚିତ୍ରରେ ପ୍ରଭାସ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । ପ୍ରଭାସଙ୍କ ବ୍ୟତୀତ ମାଲଭିକା ମୋହନାନ ଏବଂ ନିଧି ଅଗ୍ରୱାଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ