ଓଡିଶା

odisha

Odisha Corona: 800 ପାର୍‌ ଦୈନିକ ସଂକ୍ରମଣ

By

Published : Jul 14, 2022, 9:51 AM IST

ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । 24 ଘଣ୍ଟାରେ 804 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: 800 ପାର କଲା ଦୈନିକ ସଂକ୍ରମଣ
Odisha Corona: 800 ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ବର:ରାଜ୍ୟରେ ପୁଣି ମାଡିଲାଣି ମହାମାରୀ । 800 ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 804 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 471 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 333 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 71ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 307 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 3, ବାଲେଶ୍ବର 11, ବରଗଡ 1, ଭଦ୍ରକ 9, ବଲାଙ୍ଗୀରରୁ 5, ବୌଦ୍ଧ 2, କଟକରୁ 119, ଦେଓଗଡରୁ1, ଗଜପତିରୁ 5, ଗଜପତିରୁ 5, ଜଗତସିଂହପୁର 18, ଯାଜପୁରରୁ 19, ଝାରସୁଗୁଡାରୁ 9, କଳାହାଣ୍ଡିରୁ 8, କନ୍ଧମାଳରୁ 1, କେନ୍ଦୁଝରରୁ 5, କୋରାପୁଟରୁ 6, ମାଲକାନଗିରିରୁ ୧, ମୟୂରଭଞ୍ଜରୁ 28, ନୟାଗଡରୁ17, ପୁରୀରୁ 28, ରାୟଗଡାରୁ 2, ସମ୍ବଲପୁରରୁ 30, ସୋନପୁରରୁ 9, ସୁନ୍ଦରଗଡରୁ 80 ଓ ଷ୍ଟେଟପୁଲରୁ 71 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,96,132ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 4262 ସକ୍ରିୟ ମାମଲା ରହିଛି । ନୂଆ 420ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,82,690 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details