ଓଡିଶା

odisha

Tomato Flu: ଶୁଣନ୍ତୁ କଣ କହୁଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

By

Published : May 19, 2022, 7:45 PM IST

ଟମାଟୋ ଫ୍ଲୁକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘ଏହା ଏକ ଭାଇରାଲ ରୋଗ ଯାହା ଏହି ସମୟରେ ହୁଏ । ଏହାର ଲକ୍ଷଣ ହେଉଛି ପିଲାଙ୍କୁ ଖାଇବାକୁ ଇଚ୍ଛା ହେବନାହିଁ, ବାନ୍ତି ହେବ, ଦେହଯାକ ଫଳିଯିବ, ନାଲି ପଡିଯିବ ଏବଂ ଜ୍ବର ଆଦି ହେବା ।’’ ଅଧିକ ପଢନ୍ତୁ

ଟମାଟୋ ଫ୍ଲୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା
ଟମାଟୋ ଫ୍ଲୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଟମାଟୋ ଫ୍ଲୁକୁ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ‘‘ଏହା ଏକ ଭାଇରାଲ ରୋଗ ଯାହା ଏହି ସମୟରେ ହୁଏ । ଏହାର ଲକ୍ଷଣ ହେଉଛି ପିଲାଙ୍କୁ ଖାଇବାକୁ ଇଚ୍ଛା ହେବନାହିଁ, ବାନ୍ତି ହେବ, ଦେହଯାକ ଫଳିଯିବ, ନାଲି ପଡିଯିବ ଏବଂ ଜ୍ବର ଆଦି ହେବା ।’’

ଟମାଟୋ ଫ୍ଲୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

ନିରଞ୍ଜନ ମିଶ୍ର କହିଛନ୍ତି, ‘‘ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଛି । RMRC ଏହି ଭାଇରାଲ ଭାଇରସର ଡିଟେକସନ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ। ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଏହି ସନ୍ଦେହକୁ କ୍ଲିୟର କରିବା ପାଇଁ ନମୁନା ସଂଗ୍ରହ କରି RMRCକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ଏନେଇ ସ୍ବାସ୍ଥ୍ୟ ବିଭାଗର ଆଲୋଚନା ହେଇଛି । ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details