ଓଡିଶା

odisha

MKCG ମେଡିକାଲର ପ୍ରମୁଖ ସମସ୍ୟା ନେଇ ଗଣବିକ୍ଷୋଭ, ସାମିଲ ହେଲା BJP

By

Published : May 18, 2022, 10:04 AM IST

ବ୍ରହ୍ମପୁର MKCG ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଗଣମାଧ୍ୟମ ପ୍ରତିନିଧି ଧାରଣା ଦେଇଛନ୍ତି । ଏହି ଧାରଣାକୁ ସମର୍ଥନ କରି ବିକ୍ଷୋଭ ପପ୍ରଦର୍ଶନ କଲା ବିଜେପି । ଅଧିକ ପଢନ୍ତୁ

MKCG ମେଡିକାଲର ପ୍ରମୁଖ ସମସ୍ୟା:  ଦ୍ୱିତୀୟ ଦିନରେ ଧାରଣାରେ ସାମିଲ ହେଲା BJP
MKCG ମେଡିକାଲର ପ୍ରମୁଖ ସମସ୍ୟା: ଦ୍ୱିତୀୟ ଦିନରେ ଧାରMKCG ମେଡିକାଲର ପ୍ରମୁଖ ସମସ୍ୟା: ଦ୍ୱିତୀୟ ଦିନରେ ଧାରଣାରେ ସାମିଲ ହେଲା BJPଣାରେ ସାମିଲ ହେଲା BJP

ବ୍ରହ୍ମପୁର: ତୃତୀୟ ଦିନରେ ପହଞ୍ଚିଛି ବ୍ରହ୍ମପୁର MKCG ମେଡିକାଲ ସମ୍ମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଆନ୍ଦୋଳନ । ଦକ୍ଷିଣ ଓଡି଼ଶାବାସୀ ନିର୍ଭର କରୁଥିବା ଏହି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ଜାରି ରହିଛି । ମେଡିକାଲରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଗଣଧାରଣାକୁ ଗତକାଲି(ମଙ୍ଗଳବାର) ବିଜେପି ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଛି ।

ସୂଚନାଅନୁସାରେ, MKCG ପରିସରରେ ଆୟୋଜିତ ଏକ ବିକ୍ଷୋଭରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ମିଳିତ ଭାବେ ବଡ଼ ମେଡ଼ିକାଲ୍ ବଞ୍ଚାଅ ଦାବିରେ ଦଳ ପକ୍ଷରୁ ପ୍ରତିବାଦ ଜଣାଇ ତିନି ଦିନିଆ ଗଣଧାରଣା ଆରମ୍ଭ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କମାପଲ୍ଲୀ ଛକ ଠାରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି MKCG ମେଡ଼ିକାଲର ବିକ୍ଷୋଭ ସ୍ଥଳ ପର୍ଯ୍ୟନ୍ତ ଯାଇ ସେଠାରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ନେତା ମାନେ ବଡ ମେଡ଼ିକାଲର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଅବସରରେ ଦଳ ପକ୍ଷରୁ ୧୪ ଗୋଟି ଦାବି ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା ।

ଏହି ଗଣଧାରଣା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଜେନାଙ୍କ ସମେତ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଉପସଭାପତି ଭୢଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ସରୋଜ ସାବତ, ବ୍ରହ୍ମପୁର ମେୟର ପ୍ରାର୍ଥିନୀ ଡ଼ଃ ସବିତା ସୁଆର ପାଣିଗ୍ରାହୀ, ପ୍ରମୁଖଙ୍କ ସମେତ ଦଳର ବହୁ ନେତୃବୃନ୍ଦ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ । ଏହି ଆନ୍ଦୋଳନ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details