ଓଡିଶା

odisha

ଭାଙ୍ଗ ଖାଇବାକୁ ମାଗିଲେ ପୋଲିସ ବାବୁ: ଚିହ୍ନି ପାରିଲାନି ଦୋକାନୀ, ସିଜ ହେଲା ସବୁ

By

Published : May 26, 2021, 6:35 AM IST

ଭାଙ୍ଗ କିଣିବାକୁ ଗ୍ରାହକ ହୋଇ ଯାଇ ଚୋରାରେ ଭାଙ୍ଗ ବିକୁଥିବା ଦୋକାନ ସିଜ କଲା ଲିଙ୍ଗରାଜ ପୋଲିସ । ଅଧିକ ପଢନ୍ତୁ...

police seized a shop
police seized a shop

ଭୁବନେଶ୍ବର:ଭାଙ୍ଗ ଖାଇବାକୁ ମାଗିଲେ ପୋଲିସ ବାବୁ , ହେଲେ ପୋଲିସ ବାବୁଙ୍କୁ ଚିହ୍ନିପାରିଲାନି ଦୋକାନୀ । ଏହାପରେ ସିଜ ହେଲା ସବୁ ଦୋକାନ । ଲିଙ୍ଗରାଜ ପୋଲିସର ଭାଙ୍ଗ ଦୋକାନରେ ଚଢାଉ ଏବେ ଚର୍ଚ୍ଚାରେ ।

ଭାଙ୍ଗୁଆ ଭଳି ହଲି ହଲି ଦୋକାନରେ ପହଞ୍ଚିଥିଲେ ପୋଲିସ ବାବୁ । ନିଶାରେ ଭାଙ୍ଗ ଟିକେ ଦରକାର ବୋଲି ମାଗିଲେ ମାତ୍ର ଦୋକାନୀ ଶୁଣିଲାନି ପରେ ଆଡକୁ ଆସି କହି କେତେ ଦେବି କହି ଭେରାଇଟ ଦେଖାଇଲା ।

ଭାଙ୍ଗ ଦୋକାନ

ଆଉ ତା ପରେ ଭାଙ୍ଗ ଦୋକାନରେ ପୋଲିସ ଆରମ୍ଭ କଲା ଚଢ଼ାଉ । ଲିଙ୍ଗରାଜ ଥାନା ପୋଲିସର ଏମିତି ଥିଲା ଭାଙ୍ଗ ଦୋକାନରେ ଚଢାଉ । ଲିଙ୍ଗରାଜ ଥାନା ଅଞ୍ଚଳର ଉକ୍ତ ଭାଙ୍ଗଦୋକାନ ଉପରେ ଚଢ଼ଉ କରି ୧୨କିଲୋ ଭାଙ୍ଗ ସମେତ ୨ଟି ଗ୍ରାଇଣ୍ଡର ମେସିନ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଭାଙ୍ଗ ବେପାରୀଙ୍କୁ ପୁଲିସ କାବୁ କରି ଥାନାକୁ ଆଣିଥିଲା। ପରେ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା ଥାନାଧିକାରୀ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ପୁରୁଣା ଭୁବନେଶ୍ବରର ଗୋଡ଼ିପୋଖରୀ ସାହିର ସୁବାଷ ଚନ୍ଦ୍ର ଦେବତା । ଏନେଇ ପୁଲିସ କେସ ନଂ ୧୪୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁବାଷଙ୍କ କେଉଟସାହିରେ ଭାଙ୍ଗଦୋକାନ ରହିଛି । ଏଠାରେ ସେ ବିନା ଲାଇସେନ୍ସରେ ଭାଙ୍ଗ ବେପାର କରୁଥିଲେ । ଲକ୍‌ଡାଉନରେ ଭାଙ୍ଗର ଡିମାଣ୍ଡ ଦେଖି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଜୋରଦାର ଚାଲିଥିଲା ବେପାର । ପୋଲିସକୁ ଦେଖିଲେ ପଡ଼ିଯାଉଥିଲା ଦୋକାନ କବାଟ । ଗ୍ରାହକଙ୍କୁ ଦୂରରେ ଛିଡ଼ା କରି ବଟା ଭାଙ୍ଗକୁ ପାର୍ସଲ କରାଯାଉଥିଲା । ହେଲେ ମଙ୍ଗଳବାର ପୁଲିସ ଟିମ୍ ଚଢ଼ଉ କରିବା ପରେ ସବୁ ଫସର ଫାଟିଯାଇଛି । ଲକ୍‌ଡାଉନ ଓ ସଟ୍‌ଡାଉନ ପାଇଁ ସମସ୍ତ ଦୋକାନ ବନ୍ଦ ରହିଛି । ହେଲେ ସୁବାଷ ତାଙ୍କ ଭାଙ୍ଗ ବେପାର ଚୋରାରେ ଚଳାଉଥିଲେ । ମଙ୍ଗଳବାର ପୋଲିସ ଟିମ୍ ଗ୍ରାହକ ସାଜି ଦୋକାନ ଉପରେ ଚଢ଼ଉ କରି ଭାଙ୍ଗ ଜବତ କରିବା ପରେ ଏବେ ନିଶା କାରବାର କରୁଥିବା ବେପାରିଙ୍କ ମଧ୍ୟରେ ଛନକା ପଶିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details