ଅମରାବତୀ:ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଆନ୍ଧ୍ରପ୍ରଦେଶ । ଗିରଫାଦାରୀ ବିରୋଧରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ 144 ଧାରା ଜାରି ସତ୍ତ୍ୱେ ଦଳର କର୍ମୀମାନଙ୍କ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ବେଳେ ଦଳର ଅନେକ ନେତାଙ୍କୁ ଅଟକ ରଖିଛି ପୋଲିସ ।
ଏକାଧିକ ସ୍ଥାନରୁ ଆସିଲା ବିକ୍ଷୋଭର ଚିତ୍ର: ଟିଡିପି ମୁଖ୍ୟଙ୍କ ଗିରଫଦାରୀ ବିରୋଧରେ ତେଜୁଛି ଅସନ୍ତୋଷ । ଚିତ୍ତୋର ଜିଲ୍ଲାରେ ଟିଡିପି କର୍ମୀଙ୍କ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମୀ । ଏଥିସହ ଏକ ସରକାରୀ ବସ ଉପରେ ପଥର ମାଡ଼ କରି ବସ କାଚଗୁଡିକୁ ଭାଙ୍ଗି ଦେଇଛନ୍ତି । ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ( RTC)ର ଏକ ବସ ଡିପୋରୁ ବାହାରୁଥିବା ବେଳେ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।
ଏଥିସହ ତିରୁପତି ଓ ପଶ୍ଚିମ ଗୋଦାବରୀ ଅଞ୍ଚଳରେ ବି ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ଅନକ ସ୍ଥାନରେ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି । ଏହି ବନ୍ଦକୁ ପବନ କଲ୍ୟାଣଙ୍କ ପାର୍ଟି ଜନ ସେନା ସମର୍ଥନ କରିଛି ।
ଏହାମଧ୍ୟ ପଢନ୍ତୁ..Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି