ETV Bharat / bharat

ଅହମ୍ମଦାବାଦରେ ଘୋଷଯାତ୍ରା; ମୁତୟନ ହେବେ ୧୮ ହଜାରରୁ ଅଧିକ ସୁରକ୍ଷାକର୍ମୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - Lord Jagannath Rath Yatra

author img

By ETV Bharat Odisha Team

Published : Jul 4, 2024, 8:22 PM IST

Lord Jagannath Rath Yatra in Ahmedabad: ଜୁଲାଇ ୭ରେ ଗୁଜୁରାଟର ଅହମ୍ମବାଦରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା । ପ୍ରସ୍ତୁତି ସମୀକ୍ଷା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଅଧିକ ପଢନ୍ତୁ

ଅହମ୍ମଦାବାଦରେ ହେବ ମହାପ୍ରଭୁଙ୍କ ରଥଯାତ୍ରା
ଅହମ୍ମଦାବାଦରେ ହେବ ମହାପ୍ରଭୁଙ୍କ ରଥଯାତ୍ରା (ETV Bharat Odisha)

ଅହମ୍ମଦାବାଦ: ଜୁଲାଇ ୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବଡଦେଉଳରୁ ବାହାରି ଆସି ଭକ୍ତଙ୍କୁ ଦର୍ଶନ ଦେବେ ରଥାରୁଢ଼ ଦିଅଁ । ତେବେ କେବଳ ଶ୍ରୀକ୍ଷେତ୍ର ପୁରୀ କିମ୍ବା ଓଡ଼ିଶାରେ ନୁହେଁ, ବରଂ ଗୁଜୁରାଟ ଭଳି ରାଜ୍ୟ ବାହାରେ ମଧ୍ୟ ମହାପ୍ରଭୁଙ୍କ ଏହି ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହେବ । ଗୁଜୁରାଟର ଅହମ୍ମଦାବାଦରେ ଜଗନ୍ନାଥଙ୍କ ୧୪୭ତମ ବାର୍ଷିକ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଗୁଜୁରାଟ ସରକାର ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା:

ଅହମ୍ମଦାବାଦର ଜମାଲପୁର ଠାରେ ରହିଛି ୪୦୦ ବର୍ଷ ପୁରାତନ ଜଗନ୍ନାଥ ମନ୍ଦିର । ପ୍ରତିବର୍ଷ ଖୁବ୍‌ ଜାକଜମକରେ ଏଠାରେ ରଥଯାତ୍ରା ଆୟୋଜନ କରାଯାଇଥାଏ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାରେ ୧୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହେବେ । ବରିଷ୍ଠ ପୋଲିସ ଅଫିସରମାନେ ୧୭୩୩ଟି ବଡି ୱର୍ଣ୍ଣ କ୍ୟାମେରା (ବର୍ଦ୍ଦିରେ ଲାଗିଥିବା କ୍ୟାମେରା) ସହ ଭିଡ ଉପରେ ତୀକ୍ଷ୍ମ ନଜର ରଖିବେ । ଏହାସହିତ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ମାର୍ଗର ୪୭ଟି ଲୋକେସନରେ ୨୦ ଡ୍ରୋନ ଏବଂ ୯୬ଟି ସର୍ଭିଲାନ୍ସ କ୍ୟାମେରା ଖଞ୍ଜାଯିବ । ସେହିପରି ସ୍ଥାନୀୟ ଦୋକାନଗୁଡିକରେ ଲାଗିଥିବା ପ୍ରାୟ ୧୪୦୦ଟି ସିସିଟିଭି କ୍ୟାମେରା ମଧ୍ୟ ଲାଇଭ ସର୍ଭିଲାନ୍ସ ପାଇଁ ବ୍ୟବହାର କରାଯିବ ।

ପ୍ରସ୍ତୁତି ସମୀକ୍ଷା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ:

ବୁଧବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ସମୀକ୍ଷା ବୈଠକ କରି ଏହି ମେଗା ଧାର୍ମିକ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଏଥିରେ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ପୋଲିସ ଡିସି ବିକାଶ ସହାୟକଙ୍କ ସହିତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । କମିଶନରଙ୍କ ସୂଚନା ଅନୁସାରେ, ରଥଯାତ୍ରା ଲାଗି ଅହମ୍ମଦାବାଦର ୧୬ କିଲୋମିଟର ମାର୍ଗରେ ଆଇଜି ରାଙ୍କ ଅଫିସରଙ୍କ ସମେତ ପ୍ରାୟ ୧୮,୭୮୪ ଜଣ ସୁରକ୍ଷାକର୍ମୀ ମୁତୟନ ରହିବେ ।

ସେଥିମଧ୍ୟରୁ କେବଳ ୪,୫୦୦୦ ସୁରକ୍ଷାକର୍ମୀ ରଥଟଣା ସମୟରେ ମୁତୟନ ହେବେ । ୧,୯୩୧ ଜଣ ଟ୍ରାଫିକ ପରିଚାଳନା ଦାୟିତ୍ବ ତୁଲାଇବେ । ସେହିପରି କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ୧୬ଟି ଆମ୍ବୁଲାନ୍ସ ସହ ୫ଟି ସରକାରୀ ହସ୍ପିଟାଲରେ ଡାକ୍ତରୀ ଟିମଙ୍କୁ ଷ୍ଟାଣ୍ଡ-ବାଏରେ ରଖାଯିବ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୭ଟି ହେଲ୍ପ ଡେକ୍ସ ସ୍ଥାପନ କରାଯିବ ।

ଦଶନ୍ଧି ପୁରୁଣା ପରମ୍ପରା ଅନୁସାରେ, ୭ ତାରିଖ ଦିନ ସକାଳ ୭ଟାରୁ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରଠାରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବ । ସହରର ବିଭିନ୍ନ ସ୍ଥାନରେ ଭ୍ରମଣ ପରେ ସେହିଦିନ ରାତି ୮ଟା ବେଳକୁ ପୁଣିଥିରେ ରଥାରୁଢ ଦିଅଁ ବାହୁଡିବେ । ଅହମ୍ମଦାବାଦର ଏହି ରଥଯାତ୍ରାରେ ସାଧାରଣତଃ ୧୮ଟି ସୁସଜ୍ଜିତ ହାତୀ, ୧୦୦ଟି ଟ୍ରକ ଏବଂ ୩୦ଟି ଆଖଡା ସାମିଲ ହୋଇଥାନ୍ତି । ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ଏହ ରଥ ସ୍ଥାନୀୟ ଖଲାସି ସମୁଦାୟ ଦ୍ବାରା ଟଣା ଯାଇଥାଏ । ଏହି ସମୟରେ ରଥାରୁଢ ଦିଅଁଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ବର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.