ପାଟନା:ପୁଣି ଅକ୍ସିଜେନ ଅଭାବରେ ପ୍ରାଣ ହରାଇଲେ 3 ରୋଗୀ । ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଏହାରି ମଧ୍ୟରେ ପୁଣି ବିହାରର ଏନଏମସିଏଚ ହସ୍ପିଟାଲରେ 3 ଜଣ ରୋଗୀ ଅକ୍ସିଜେନ ଅଭାବରୁ ଆଖି ବୁଜିଛନ୍ତି ।
ସେହିପରି ଡାକ୍ତରଖାନାରେ ବର୍ତ୍ତମାନ 290 ରୋଗୀ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ କମ ସୟମ ମଧ୍ୟରେ ଅକ୍ସିଜେନ ସରିଯିବ । ଡାକ୍ତରଖାନା ଅଧିକ୍ଷକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ