ETV Bharat / bharat

ଗାଲାଣ୍ଟ୍ରି ଆୱାର୍ଡ 2024: ବୀର ଯବାନଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କଲେ ରାଷ୍ଟ୍ରପତି - Gallantry Awards 2024

author img

By ETV Bharat Odisha Team

Published : Jul 5, 2024, 10:46 PM IST

GALLANTRY AWARDS 2024: ଅସାଧାରଣ ବୀରତା ପ୍ରଦର୍ଶନ କରିଥିବା ବୀର ଯବାନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 10 ଜଣଙ୍କୁ କୀର୍ତ୍ତି ଚକ୍ର ଓ 26ଜଣଙ୍କୁ ପ୍ରଦାନ କଲେ ଶୌର୍ଯ୍ୟ ଚକ୍ର । ଅଧିକ ପଢନ୍ତୁ

GALLANTRY AWARDS 2024
GALLANTRY AWARDS 2024 (ANI)

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ରକ୍ଷା ଅଳଙ୍କରଣ ସମାରୋହରେ ବୀର ଯବାନଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରିଛନ୍ତି । ସଶସ୍ତ୍ର ବଳ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ପୋଲିସର କର୍ମଚାରୀଙ୍କୁ ଏହି ସମ୍ମାନଜନକ ଗାଲାଣ୍ଟ୍ରି ଆୱାର୍ଡ ପ୍ରଦାନ କରାଯାଇଛି । 10 ଜଣଙ୍କୁ କୀର୍ତ୍ତି ଚକ୍ର (7 ମରଣୋତ୍ତର) ଓ 26ଜଣଙ୍କୁ ଶୌର୍ଯ୍ୟ (7 ମରଣୋତ୍ତର) ଚକ୍ର ପ୍ରଦାନ କରାଯାଇଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶପାଇଁ ବଳିଦାନ ଦେଇଥିବା ଭାରତୀୟ ସେନା, ସିଆରପିଏଫ, ଆଇଟିବିପି ଓ ପୋଲିସ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର 6 ଦୁଃସାହାସୀ ଅଧିକାରୀଙ୍କୁ ରାଷ୍ଟ୍ରପତି ଭବନରେ ଅସାଧାରଣ ବୀରତା ଲାଗି 4 କୀର୍ତ୍ତି ଚକ୍ର ଓ 2ଟି ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି । ଔରଙ୍ଗାବାଦ, ବିହାର, ଶ୍ରୀନଗର, ଜମ୍ମୁକାଶ୍ମୀର ଓ ବିଜାପୁର, ଛତିଶଗଡ଼ରେ ଅପରେସନ ସମୟରେ ଅସାଧାରଣ ବୀରତା ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

କୀର୍ତ୍ତି ଚକ୍ର ପୁରସ୍କାର ବିଜେତା:-

3 ଏପ୍ରିଲ 2021ରେ ବିଜାପୁରରେ ମାଓବାଦୀଙ୍କ ବିରୋଧ ଲଢେଇରେ ଶହୀଦ ହୋଇଥିବା 4ଜଣ ସିଆରପିଏଫ ଯବାନଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି । ସେହି ଦିନ ତରେମ ପୋଲିସ ଅଧୀନରେ ସିଲଗର ଜଙ୍ଗଲ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା । ବିଜାପୁର ଜିଲ୍ଲାର ଷ୍ଟେସନ ଯେଉଁଥିରେ 210 କୋବ୍ରା, 241 ବିଏନ୍ ଏବଂ ଛତିଶଗଡ ପୋଲିସର ଅଧିକାରୀ ଅନ୍ତର୍ଭୁକ୍ତ ଥିଲେ । ଯେତେବେଳେ ମାଓବାଦୀମାନେ ଯବାନଙ୍କୁ ଆକ୍ରମଣ କରିଥିଲେ ଏବଂ ଆଖି ପିଛୁଳାକେ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ ସେତେବେଳେ ଏହି ଅପରେସନ ତୀବ୍ର ରୂପ ନେଇଥିଲା । ମାଓବାଦୀଙ୍କୁ କଡ଼ା ଜବାବ ଦେଇଥିଲେ ଯବାନ ।

ଏହି ଅପରେସନ 6ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଏନକାଉଣ୍ଟରରେ 210 କୋବ୍ରାର 7 ଓ 241 ବିଏନର ଜଣଙ୍କ ସମେତ 22 ଯବାନ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ । ବୀର ଯବାନ ଶହୀଦ ଇନ୍ସପେକ୍ଟର ଦିଲ୍ଲୀପ କୁମାର ଦାସ, ଶହୀଦ ହେଡ କନେଷ୍ଟବଳ ରାଜ କୁମାର ଯାଦବ, ଶହୀଦ କନେଷ୍ଟବଳ ବବଲୁ ରାଭା ଓ ଶହୀଦ କନେଷ୍ଟବଳ ଶମ୍ଭୁ ରାୟଙ୍କୁ ମରଣୋତ୍ତର ଭାବେ 2023 ଅଗଷ୍ଟ 15ରେ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଥିଲା । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି 4 ବୀରଙ୍କ ପରିଜନଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ କରିଛନ୍ତି । କୀର୍ତ୍ତି ଚକ୍ରକୁ ରାଷ୍ଟ୍ରୀୟ ରାଇଫଲ୍ସର କନଷ୍ଟେବଳ ପୱନ କୁମାର, ପଞ୍ଜାବ ରେଜିମେଣ୍ଟର କ୍ୟାପଟେନ ଅନସୁମାନ ସିଂ, ସ୍ବତନ୍ତ୍ର ବାହିନୀର ହାବିଲଦାର ଅବଦୁଲ ମଜିଦ୍, ସ୍ବତନ୍ତ୍ର ବାହିନୀର ଦିଗବିଜୟ ସିଂ ରାୱତ, ଶିଖ ରେଜିମେଣ୍ଟର ମେଜର ଦୀପେନ୍ଦ୍ର ବିକ୍ରମ ବସ୍ନେତଙ୍କୁ ପୁରସ୍କୃତ କରାଯାଇଛି ।

ଶୌର୍ଯ୍ୟ ଚକ୍ର ବିଜେତା:-

ଜମ୍ମୁ କାଶ୍ମୀ ପୋଲିସର କନଷ୍ଟେବଳ ସଫିଉଲ୍ଲାହ କାଦ୍ରି (ମରୋଣତ୍ତର), 252 ଆର୍ମି ଏଭିଏସନ୍ ସ୍କ୍ବାଡ୍ରନ ମେଜର ମୁସ୍ତଫା ବୋହରା (ମରଣୋତ୍ତର), ରାଷ୍ଟ୍ରୀୟ ରାଇଫଲ୍ସର ରାଇଫ୍ଲ ମ୍ୟାନ୍‌ କୁଲଭୂଷଣ ମଣ୍ଟା (ମରଣୋତ୍ତର), ହାଭିଲଦାର ବିବେକ ସିଂ ତୋମର (ମରଣୋତ୍ତର) ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି । ସେହିପରି 18 ଆସାମ ରାଇଫଲର ରାଇଫଲ ମ୍ୟାନ୍‌ ଆଲୋକ ରାଓ (ମରଣୋତ୍ତର), ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ ଏମ.ଭି ପ୍ରାଞ୍ଜଲ (ମରଣୋତ୍ତର) ଭାବେ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: 2 ମରଣୋତ୍ତରଙ୍କ ସମେତ 1132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର

କନେଷ୍ଟବଳ ଅମିତ ରୈନା, ଇନ୍ସପେକ୍ଟର ଫରୋଜ ଅହମେ ଡାର, କନେଷ୍ଟବଳ ବରୁଣ ସିଂହ, ଜମ୍ମୁକାଶ୍ମୀର ପୋଲିସ ଅଧିକାରୀ ମୋହନ ଲାଲ, ମେଜର ରାଜେନ୍ଦ୍ର ପ୍ରସାଦ ଜାଟ, ମେଜର ରବୀନ୍ଦ୍ର ସିଂହ ରାୱତ, ନାୟକ ଭୀମ ସିଂହ, ମେଜର ବିଜୟ ବର୍ମା, ରାଷ୍ଟ୍ରୀୟ ରାଇଫଲ୍ସର ମେଜର ସଚିନ ନେଗି, ସ୍ବତନ୍ତ୍ର ବଳର ମେଜର ମାନେଓ ଫ୍ରାନ୍ସିସ ପିଏଫ, କମାଣ୍ଡର ଶୈଳଶ ସିଂହ, ଫ୍ଲାଇଙ୍ଗ ପାଇଲଟ ଲେଫ୍ଟନାଣ୍ଟ ବିମଲ ରଞ୍ଜନ ବେହରା, ଆସାମ ରାଇଫଲ୍ସର ହାବିଲଦାର ସଞ୍ଜୟ କୁମାର, ଲେଫ୍ଟେନାଣ୍ଟ ଋଷିକେଶ ଜୟନ କରୁଥେଦଶ (ଫ୍ଲାଇଙ୍ଗ ପାଇଲଟ) କ୍ୟାପଟେନ ଅକ୍ଷତ ଉପାଧ୍ୟାୟ, ଜାଟ ରେଜିମେଣ୍ଟ ନାୟବ ସୁବେଦାର ବରିୟା, ମହାର ରେଜିମେଣ୍ଟର ସଞ୍ଜୟ କୁମାର ଭାମର ସିଂ, ଦ ସିଂ ରେଜିମେଣ୍ଟର ମେଜର ଅମନଦୀପ ଜାଖର, ଜମ୍ମୁକାଶ୍ମୀର ରଜୌରି ଭିଲେଜ ଡିଫେନ୍ସ କମିଟିର ସଦସ୍ୟ ପୁରୁଷୋତ୍ତମ କୁମାରଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.